Hindi News >>Home >>Odisha State

ଭିଜିଲାନ୍ସ ଜାଲରେ ଆଇଟିଡିଏ ପିଏ; ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ରେଡ୍

Vigilance raid: ଭିଜିଲାନ୍ସ ବିଭାଗର ଜଣେ ଅତିରିକ୍ତ ଏସପି, ତିନି ଜଣ ଡିଏସପି, ୧୦ ଇନସ୍ପେକ୍ଟରଙ୍କ ସମେତ ଅନ୍ୟ ଅଧିକାରୀ ନିୟୋଜିତ ହୋଇଛନ୍ତି। ଭୁବନେଶ୍ବର ଓଲ୍ଡ ଟାଉନ ସ୍ଥିତ ଶ୍ରୀରାମ ନଗରରେ ଦୁଇ ମହଲା ବିଶିଷ୍ଟ ଘର, ଲକ୍ଷ୍ମୀସାଗର ସ୍ଥିତ ଆପାର୍ଟମେଣ୍ଟ, ଖାରବେଳନଗର ସ୍ଥିତ ଆପାର୍ଟମେଣ୍ଟ, ବାଲେଶ୍ବର ସେନ୍ ରୋଡ୍‌ ସ୍ଥିତ ଆପାର୍ଟମେଣ୍ଟ, ଯାଜପୁର ଟାଉନ ସ୍ଥିତ ସମ୍ପର୍କୀୟଙ୍କ ଘର, ବୋଣାଇ ସ୍ଥିତ ଅଫିସ୍ ଓ କ୍ବାଟରରେ ଏକକାଳୀନ ଚଢଉ କରୁଛି ଭିଜିଲାନ୍ସ ବିଭାଗ। 

Advertisement
ଭିଜିଲାନ୍ସ ଜାଲରେ ଆଇଟିଡିଏ ପିଏ; ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ରେଡ୍
Zee Odisha Desk|Updated: Jan 30, 2025, 10:49 AM IST
Share

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ଆଇଟିଡିଏ ପିଏ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଣାଇ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବିଶ୍ଵଦର୍ଶୀ ସାହୁଙ୍କ ଘର ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ। ଆୟ ବର୍ହିଭୁତ ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚାଲିଛି ରେଡ୍। ଯାଜପୁର ଟାଉନରେ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚାଲିଛି ରେଡ଼। 

ବଣାଇ ସମେତ, ଭୁବନେଶ୍ବର, ବାଲେଶ୍ବର, ଯାଜପୁରରେ ଚାଲିଛି ରେଡ୍‌। ଭିଜିଲାନ୍ସ ବିଭାଗର ଜଣେ ଅତିରିକ୍ତ ଏସପି, ତିନି ଜଣ ଡିଏସପି, ୧୦ ଇନସ୍ପେକ୍ଟରଙ୍କ ସମେତ ଅନ୍ୟ ଅଧିକାରୀ ନିୟୋଜିତ ହୋଇଛନ୍ତି। ଭୁବନେଶ୍ବର ଓଲ୍ଡ ଟାଉନ ସ୍ଥିତ ଶ୍ରୀରାମ ନଗରରେ ଦୁଇ ମହଲା ବିଶିଷ୍ଟ ଘର, ଲକ୍ଷ୍ମୀସାଗର ସ୍ଥିତ ଆପାର୍ଟମେଣ୍ଟ, ଖାରବେଳନଗର ସ୍ଥିତ ଆପାର୍ଟମେଣ୍ଟ, ବାଲେଶ୍ବର ସେନ୍ ରୋଡ୍‌ ସ୍ଥିତ ଆପାର୍ଟମେଣ୍ଟ, ଯାଜପୁର ଟାଉନ ସ୍ଥିତ ସମ୍ପର୍କୀୟଙ୍କ ଘର, ବୋଣାଇ ସ୍ଥିତ ଅଫିସ୍ ଓ କ୍ବାଟରରେ ଏକକାଳୀନ ଚଢଉ କରୁଛି ଭିଜିଲାନ୍ସ ବିଭାଗ। 

Read More
{}{}