Hindi News >>Home >>Odisha State

Jagannath Temple: ଆରମ୍ଭ ହେଲା ରୁପା ଛାଉଣିର କାର୍ଯ୍ୟ, ନୂଆବର୍ଷରେ ମିଳିବ ନୂଆ ରୂପ

ପୁରୀ: ଆରମ୍ଭ ହେଲା ରୁପାଛାଉଣି କାର୍ଯ୍ୟ। ଶ୍ରୀମନ୍ଦିରସ୍ଥିତ ପତିତପାବନଙ୍କ ମନ୍ଦିର ଓ ଗୁମୁଟ ପରିସର ଯମଶିଳା କାନ୍ଥପାର୍ଶ୍ୱରେ ରୁପାଛାଉଣି କାର୍ଯ୍ୟ ଆରମ୍ଭ ହୋଇଛି। ଭକ୍ତମାନଙ୍କ ଦାନ ସୂତ୍ରରେ ମିଳିଥିବା ରୂପା ଓ ରୂପା ଦ୍ୱାରା ମିଳିଥିବା ବଳକା ରୂପାରେ ଏହି କାର୍ଯ୍ୟକୁ ଆରମ୍ଭ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଦାନସୂତ୍ରରେ ଶ୍ରୀମନ୍ଦି

Advertisement
Jagannath Temple: ଆରମ୍ଭ ହେଲା ରୁପା ଛାଉଣିର କାର୍ଯ୍ୟ, ନୂଆବର୍ଷରେ ମିଳିବ ନୂଆ ରୂପ
Prabhudatta Moharana|Updated: Dec 30, 2024, 08:28 AM IST
Share

Jagannath Temple:ପୁରୀ: ଆରମ୍ଭ ହେଲା ରୁପାଛାଉଣି କାର୍ଯ୍ୟ। ଶ୍ରୀମନ୍ଦିରସ୍ଥିତ ପତିତପାବନଙ୍କ ମନ୍ଦିର ଓ ଗୁମୁଟ ପରିସର ଯମଶିଳା କାନ୍ଥପାର୍ଶ୍ୱରେ ରୁପାଛାଉଣି କାର୍ଯ୍ୟ ଆରମ୍ଭ ହୋଇଛି। ଭକ୍ତମାନଙ୍କ ଦାନ ସୂତ୍ରରେ ମିଳିଥିବା ରୂପା ଓ ରୂପା ଦ୍ୱାରା ମିଳିଥିବା ବଳକା ରୂପାରେ ଏହି କାର୍ଯ୍ୟକୁ ଆରମ୍ଭ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଦାନସୂତ୍ରରେ ଶ୍ରୀମନ୍ଦିରକୁ ପ୍ରାୟ ୩ କ୍ବିଣ୍ଟାଲ ରୁପା ମିଳିଥିଲା। ତିନି ମାସ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ରହିଛି। ସେପଟେ କିନ୍ତୁ ନୂଆବର୍ଷ ପୂର୍ବରୁ ସମ୍ଭବତଃ ପତିତପାବନଙ୍କ ମନ୍ଦିର ରୁପାଛାଉଣିରେ ଝଲସିବ। ନୂଆ ବର୍ଷରେ ଭକ୍ତମାନେ ରୂପାଛାଉଣିରେ ଝଲସୁଥିବା ଦେଖିବାର ସୁଯୋଗ ପାଇପାରିବେ ବୋଲି ଆଶା କରାଯାଉଛି। 

ଅଣସର ସମୟରେ ଦଶ ଅବତାର ଖଟ ମଧ୍ୟ ରୂପା ଆଚ୍ଛାଦିତ ହେବ ବୋଲି ସୂଚନା ରହିଛି। ୭ଟି ଚଳନ୍ତି ପ୍ରତିମାମାନଙ୍କ ପ୍ରଭା ମଧ୍ୟ ରୂପାରେ ଝଲସିବ। ଆସନ୍ତା ଅକ୍ଷୟ ତୃତୀୟା ପୂର୍ବରୁ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ବ୍ୟତୀତ ଆଗକୁ ଭଣ୍ଡାର ଲୋକନାଥଙ୍କ ଦ୍ୱାର ସମେତ ପ୍ରଭା ଖିଲଣକୁ ରୁପା ଛାଉଣି କରାଯିବାର ଲକ୍ଷ୍ୟ ରଖାଯାଇଛି। ୬ ଫୁଟ ଉଚ୍ଚ ଓ ସାଢେ ୩ ଫୁଟ ଓସାର ବିଶିଷ୍ଟ ଭଣ୍ଡାର ଲୋକନାଥଙ୍କ ଦ୍ୱାର ରୁପା ଆଚ୍ଛାଦିତ ହେବ। ଏନେଇ ଟେଣ୍ଡର ମଧ୍ୟ ଡକାଯାଇଥିବା ନେଇ ସୂଚନା ରହିଛି। 

ଏହା ସହିତ ଆଗକୁ ଅନ୍ୟ ତିନି ଦ୍ୱାରରେ ଏଲଇଡି ମାଧ୍ୟମରେ ଭକ୍ତଙ୍କୁ ନୀତିକାନ୍ତି ସମ୍ପର୍କିତ ସୂଚନା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ମାଧବ ପୂଜାପଣ୍ଡା କହିଛନ୍ତି, ପତିତପାବନଙ୍କ ସମ୍ପୂର୍ଣ୍ଣ ମନ୍ଦିର, ସିଂହାସନ ସମେତ ଯମଶିଳା ପାର୍ଶ୍ୱ କାନ୍ଥ ଓ ଘଣ୍ଟା ଲାଗିଥିବା ସ୍ଥାନକୁ ରୂପାରେ ଆଚ୍ଛାଦିତ କରାଯିବା ଲାଗି ଏକ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏନେଇ ଆଜିଠାରୁ ବିଧିବଦ୍ଧ କାମ ଆରମ୍ଭ ହୋଇଛି। 

Read More
{}{}