Hindi News >>Home >>Odisha State

Subhadra Yojana: ଜଗତସିଂହପୁର ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଫର୍ମ ବଣ୍ଟନକୁ ବ୍ୟାପକ ବ୍ୟବସ୍ଥା

Odisha News: ଜଗତସିଂହପୁର ଜିଲ୍ଲାରେ ସୁଭଦ୍ରା ଯୋଜନା ଫର୍ମ ବଣ୍ଟନକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜିଲ୍ଲାରେ ହିତାଧିକାରୀମାନଙ୍କୁ ଫର୍ମ ବଣ୍ଟନ ସହିତ ଆଧାର ସେଣ୍ଟର, ମୋ ସେବା କେନ୍ଦ୍ର ଓ ଜନ ସେବାକେନ୍ଦ୍ର ଆଦିରେ ହିତାଧିକାରୀମାନେ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇକ୍ରୋପ୍ଲାନ ପ୍ରସ୍ତୁତ କରାଯାଇଥିବା ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।

Advertisement
 Subhadra Yojana: ଜଗତସିଂହପୁର ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଫର୍ମ ବଣ୍ଟନକୁ ବ୍ୟାପକ ବ୍ୟବସ୍ଥା
Narayan Behera|Updated: Sep 06, 2024, 01:51 PM IST
Share
Odisha News: ଜଗତସିଂହପୁର ଜିଲ୍ଲାରେ ସୁଭଦ୍ରା ଯୋଜନା ଫର୍ମ ବଣ୍ଟନକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜିଲ୍ଲାରେ ହିତାଧିକାରୀମାନଙ୍କୁ ଫର୍ମ ବଣ୍ଟନ ସହିତ ଆଧାର ସେଣ୍ଟର, ମୋ ସେବା କେନ୍ଦ୍ର ଓ ଜନ ସେବାକେନ୍ଦ୍ର ଆଦିରେ ହିତାଧିକାରୀମାନେ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇକ୍ରୋପ୍ଲାନ ପ୍ରସ୍ତୁତ କରାଯାଇଥିବା ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।ଜଗତସିଂହପୁର ଜିଲ୍ଲାରେ ୩ଲକ୍ଷ ୭୬ ହଜାର ଫର୍ମ ବଣ୍ଟନ ହୋଇଥିବାବେଳେ ୧୮୧୫ ଅଙ୍ଗନବାଡି ସେଣ୍ଟରର କର୍ମୀମାନେ ଫର୍ମ ବଣ୍ଟନ ଦାୟିତ୍ୱରେ ରହିଛନ୍ତି ।
 
 
ସେହିପରି ଜିଲ୍ଲାରେ ୬୫୦ ଜନସେବା କେନ୍ଦ୍ର,୨୭୪ ମୋ ସେବା କେନ୍ଦ୍ର ଓ ୮୦ ଆଧାର ସଂଶୋଧନ କେନ୍ଦ୍ରରେ ଆଧାର ମୋବାଇଲ ନମ୍ବର ଲିଙ୍କ, ଆଧାର ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ଓ ସୁଭଦ୍ରା ଫର୍ମ ଦାଖଲ ପାଇଁ ନିଜ ନିଜ ପାଖ ଅଞ୍ଚଳରେ ସମ୍ପୃକ୍ତ ସେଣ୍ଟର ଗୁଡିକରେ ବ୍ୟବସ୍ଥା ହୋଇଛି ।ବିନା ପଇସାରେ ସୁଭଦ୍ରା ଫର୍ମ ବଣ୍ଟନ ପାଇଁ ନିର୍ଦେଶ ଦିଆଯାଇଛି । ବିଭିନ୍ନ ସ୍ଥାନରେ ଅନିୟମିତତା ହେଉଥିବା ଅଭିଯୋଗକୁ ନେଇ ରାଜ୍ୟ ସରକାର ତତ୍ପରତା ପାଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଅନିୟମିତତା ନଜରକୁ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
 
Read More
{}{}