Hindi News >>Home >>Odisha State

ମହିଳାଙ୍କୁ ଦୁର୍ବ୍ୟବହାର ଘଟଣାରେ ଅଭିଯୁକ୍ତ ଗିରଫ

Police arrest: ଜଟଣୀ ଗଜପତି ନଗରରେ ରହୁଥିବା ଜଣେ ମହିଳା ଅଭିଯୁକ୍ତ ବାସୁଠାରୁ କିଛି ଟଙ୍କା ଧାରସୁତ୍ରରେ ନେଇଥିଲେ। ପରବର୍ତି ସମୟରେ ମହିଳା ଜଣଙ୍କ ସେହି ଟଙ୍କାକୁ ସୁଝି ଦେଇଥିଲେ। ମାତ୍ର ଚଳିତ ୧୬ତାରିଖ ସଂଧ୍ୟାରେ ମହିଳା ଜଣଙ୍କ ତାଙ୍କ ପରିବାର ସହିତ ଥିବା ସମୟରେ ଧାର ଟଙ୍କା ଦେଇ ସାହାଯ୍ୟ କରିବା ଆଳରେ ଅଭିଯୁକ୍ତ ଜଣଙ୍କ ହଠାତ ଘରେ ପଶି ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲା  

Advertisement
ମହିଳାଙ୍କୁ ଦୁର୍ବ୍ୟବହାର ଘଟଣାରେ ଅଭିଯୁକ୍ତ ଗିରଫ
Zee Odisha Desk|Updated: Oct 21, 2024, 08:36 PM IST
Share

ଭୁବନେଶ୍ଵର: ଜଟଣୀ ଥାନା ଅନ୍ତର୍ଗତ ଗଜପତି ନଗର ଅଂଚଳରେ ଜଣେ ମହିଳାଙ୍କୁ ତାଙ୍କ ପରିବାର ସମ୍ମୁଖରେ ଦୁର୍ବ୍ୟବହାର କରିବା ଘଟଣାରେ ପୁଲିସ ଡେଲାଙ୍ଗ ଥାନା ଅନ୍ତର୍ଗତ ବାତଳ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛି ପୁରୀ ଜିଲା ଡେଲାଙ୍ଗ ଥାନା ଅନ୍ତର୍ଗତ ବାତଳ ଗ୍ରାମର ବାସୁ ଓରଫ ବାସୁଦେବ ପଣ୍ଡା (୩୫)। 

ଜଟଣୀ ଗଜପତି ନଗରରେ ରହୁଥିବା ଜଣେ ମହିଳା ଅଭିଯୁକ୍ତ ବାସୁଠାରୁ କିଛି ଟଙ୍କା ଧାରସୁତ୍ରରେ ନେଇଥିଲେ। ପରବର୍ତି ସମୟରେ ମହିଳା ଜଣଙ୍କ ସେହି ଟଙ୍କାକୁ ସୁଝି ଦେଇଥିଲେ। ମାତ୍ର ଚଳିତ ୧୬ତାରିଖ ସଂଧ୍ୟାରେ ମହିଳା ଜଣଙ୍କ ତାଙ୍କ ପରିବାର ସହିତ ଥିବା ସମୟରେ ଧାର ଟଙ୍କା ଦେଇ ସାହାଯ୍ୟ କରିବା ଆଳରେ ଅଭିଯୁକ୍ତ ଜଣଙ୍କ ହଠାତ ଘରେ ପଶି ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲା ଏଥିରେ ପରିବାର ଲୋକେ ବିରୋଧ କରିବାପରେ ମହିଳା ଓ ତାଙ୍କ ପରିବାର ଲୋକଙ୍କୁ ଗାଳିଗୁଲଜ କରିଥିଲା। ତେବେ ଏନେଇ ମହିଳା ଜଣଙ୍କ ଜଟଣୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତିକରି ପୁଲିସ ଘଟଣାର ତଦନ୍ତପରେ ଅଭିଯୁକ୍ତ ବାସୁକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଟଣୀ ଥାନା ଆଇଆଇସି ସୈାମ୍ୟକାନ୍ତ ବଳିୟାରସିଂହ କହିଛନ୍ତି। 

Read More
{}{}