Home >>Odisha State

Jharsuguda news : ମହିଳା ଓ ଶିଶୁ କନ୍ୟାଙ୍କ ଭବିଷ୍ୟତ ସଜାଡ଼ିବ ନନ୍ଦଘର

ନନ୍ଦଘର ଶିଶୁମାନଙ୍କ ସାମଗ୍ରିକ ବିକାଶରେ ସହାୟକ ହେବ। ସେମାନେ ସୁସ୍ଥ ରହି ଉନ୍ନତ ଶିକ୍ଷା ଉପକରଣ ବ୍ୟବହାର କରି ସେମାନଙ୍କ ପ୍ରାକ ବିଦ୍ୟାଳୟ ସ୍ତରରେ ନିଜକୁ ସକ୍ଷମ କରାଇପାରିବେ।

Advertisement
Jharsuguda news : ମହିଳା ଓ ଶିଶୁ କନ୍ୟାଙ୍କ ଭବିଷ୍ୟତ ସଜାଡ଼ିବ ନନ୍ଦଘର
Zee Odisha Desk|Updated: Jan 25, 2024, 01:09 PM IST
Share

Jharsuguda news : ନୂଆଦିଲ୍ଲୀ: ତୃଣମୂଳ ସ୍ତରରେ ମହିଳା ଓ ଶିଶୁମାନଙ୍କ ଉତ୍ତରୋତ୍ତର ଉନ୍ନତି ପାଇଁ ଝାରସୁଗୁଡ଼ାରେ ୧୩୦ଟି ନନ୍ଦଘର ଉଦଘାଟିତ ହୋଇଛି। ଏହି ନନ୍ଦଘର ହେଉଛି ଏକ ଆଧୁନିକ ଅଙ୍ଗନବାଡ଼ି। ତେବେ ବେଦାନ୍ତ ସହଯୋଗରେ ହୋଇଥିବା ଏହି ନନ୍ଦଘର ଅଙ୍ଗନବାଡ଼ିକୁ ଝାରସୁଗୁଡ଼ାର ବିଧାୟକ ଦୀପାଳି ଦାସ, ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ, ମିସ ପୁଣ୍ୟବତୀ ହିନ ଖେସ, ସୁନୀଲ ଗୁପ୍ତା, ସିଓଓ, ବେଦାନ୍ତ ଆଲୁମିନିୟମଙ୍କ ଉପସ୍ଥିତିରେ ଏହି ଉଦଘାଟନ କରାଯାଇଥିଲା। ଏଠାରେ କହି ରଖୁ କି ୨୦୧୫ରେ ଆରମ୍ଭ ହୋଇଥିବା ନନ୍ଦଘର ହେଉଛି ବେଦାନ୍ତର ଫ୍ଲାଗସିପ ଗୋଷ୍ଠୀ ପଦକ୍ଷେପ, ଅନୀଲ ଅଗୱାଲ ଫାଉଣ୍ଡେସନ ଅଧିନରେ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟର ସହଯୋଗରେ ବିକଶିତ ହୋଇଛି । ୧ ବର୍ଷରୁ କମ ବୟସର ପିଲାମାନଙ୍କ ପ୍ରାକ ସ୍କୁଲ ପ୍ରସ୍ତୁତି, ପୁଷ୍ଟିକର ଖାଦ୍ୟ ଓ ଗର୍ଭବତୀ ତଥା ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ, ସ୍ୱାସ୍ଥ୍ୟସେବା ଉପରେ ନନ୍ଦଘର ଗୁଡ଼ିକ ଦ୍ୱାରା ଉପଯୁକ୍ତ ସଚେତନତା ପ୍ରଦାନ କରାଯାଇଥାଏ ।

ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରି ମିସ ଦୀପାଳି ଦାସ ଏହି ପଦକ୍ଷେପ ପାଇଁ ଧନ୍ୟବାଦ ଦେଇ କହିଥିଲେ କି ମୁଁ ବେଦାନ୍ତ ଓ ଅନିଲ ଅଗ୍ରୱାଲ ଫାଉଣ୍ଡେସନକୁ ଧନ୍ୟବାଦ ଦେବାକୁ ଚାହିଁବି। ଆମ ସମାଜର ମହିଳା ଓ ଶିଶୁମାନଙ୍କ କଲ୍ୟାଣ ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଆଉ ମଧ୍ୟ ଝାରସୁଗୁଡ଼ାରେ ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସେଂଟରକୁ ଲାଇକେରା ଓ ଝାରସୁଗୁଡ଼ାରେ ସ୍ଥାପନ କରିବାରେ କମ୍ପାନୀର ପ୍ରୟାସକୁ ଧନ୍ୟବାଦ ଜଣାଉଛି। କମ୍ପାନୀର ତୃଣମୂଳ ସ୍ତରୀୟ ବିକାଶ ପ୍ରତିଶ୍ରୁତି ଉପରେ ମତ ଦେଇ ସୁନୀଲ ଗୁପ୍ତା, ସିଓଓ, ବେଦାନ୍ତ ଆଲୁମିନିୟମ କହିଥିଲେ ଯେ ବେଦାନ୍ତର ନନ୍ଦଘର ପ୍ରକଳ୍ପ ଆମର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କ ମହିଳା ଓ ଶିଶୁ କଲ୍ୟାଣ ଉଦ୍ଦେଶ୍ୟରେ ଏକ ମହତ ଚିନ୍ତାଧାରା। ଅତ୍ୟାଧୁନିକ ଭିତ୍ତିଭୂମି ଓ ଉପଯୁକ୍ତ ତାଲିମ ପ୍ରଦାନ କରି ଆମେ ଗ୍ରାମାଞ୍ଚଳରେ ମହିଳାମାନଙ୍କୁ ଏହି ସୁଯୋଗ ଦେଇପାରିଛୁ । ଏହା ଦ୍ୱାରା ଆମ ସମାଜର ମହିଳା ଓ ପିଲାମାନେ ଉପକୃତ ହୋଇପାରିବେ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ନନ୍ଦଘର ଗୁଡ଼ିକରେ ମଧ୍ୟ ସ୍ମାର୍ଟ ଟେଲିଭିଜନ ସେଟ ସହ ୨୪ ଘଣ୍ଟିଆ ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ ସୁବିଧା, ଶୌଚାଳୟ ଇତ୍ୟାଦି ସୁବିଧା ଯୋଗାଇ ଦିଆଯାଇଛି। ବିଲଡିଂ ଆସ ଲର୍ନିଂ ଏଡ (ବାଲା) ପଦ୍ଧତି ଅନୁସାରେ ଏହି ଗୃହକୁ ଡିଜାଇନ କରାଯଇଛି। ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ କହିଥିଲେ ବେଦାନ୍ତର ନନ୍ଦଘର ଶିଶୁମାନଙ୍କ ସାମଗ୍ରିକ ବିକାଶରେ ସହାୟକ ହେବ। ସେମାନେ ସୁସ୍ଥ ରହି ଉନ୍ନତ ଶିକ୍ଷା ଉପକରଣ ବ୍ୟବହାର କରି ସେମାନଙ୍କ ପ୍ରାକ ବିଦ୍ୟାଳୟ ସ୍ତରରେ ନିଜକୁ ସକ୍ଷମ କରାଇପାରିବେ।

Read More
{}{}