Home >>Odisha State

ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଟଣ୍ଡନ

ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ହରିଶ ଟଣ୍ଡନଙ୍କୁ ନିଯୁକ୍ତି ମିଳିଛି । ଜଷ୍ଟିସ୍ ହରିଶ ଟଣ୍ଡନଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏ ନେଇ ଆଇନ୍ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

Advertisement
ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଟଣ୍ଡନ
Soubhagya Ranjan Mishra|Updated: Mar 21, 2025, 02:20 PM IST
Share

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ହରିଶ ଟଣ୍ଡନଙ୍କୁ ନିଯୁକ୍ତି ମିଳିଛି । ଜଷ୍ଟିସ୍ ହରିଶ ଟଣ୍ଡନଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏ ନେଇ ଆଇନ୍ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ବର୍ତ୍ତମାନ କଲିକତା ହାଇକୋର୍ଟ ବିଚାରପତି ଅଛନ୍ତି ଜଷ୍ଟିସ୍ ଟଣ୍ଡନ । 

ସୂଚନାଯୋଗ୍ୟ, ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କର ଆଲ୍ଲାହାବାଦ ହାଇକୋର୍ଟକୁ ବଦଳି ହୋଇଛି। ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। 

ଏଠାରେ କହି ରଖୁ କି ଜଷ୍ଟିସ ସିହ୍ନା କୋଲକାତା ହାଇକୋର୍ଟରୁ ତାଙ୍କର ବିଚାରପତି ଭାବେ ଜୀବନ ଆରମ୍ଭ କରିଥିଲେ। ୨୦୧୬ ମସିହା ମାର୍ଚ୍ଚ ୧୪ ତାରିଖରେ ଶ୍ରୀ ସିହ୍ନାଙ୍କୁ ସ୍ଥାୟୀ ବିଚାରପତି ଭାବେ କୋଲକାତା ହାଇକୋର୍ଟରେ ନିଯୁକ୍ତି ମିଳିଥିଲା। ପରବର୍ତ୍ତ ସମୟରେ ୨୦୨୧ ମସିହାରେ ଅକ୍ଟୋବର ୮ ତାରିଖରେ ତାଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି କରାଯାଇଥିଲା। ସେବେଠାରୁ ସେ ଏଠାରେ ରହି ବିଚାରପତି ଭାବେ କାର୍ଯ୍ୟ ତୁଲାଇ ଆସୁଛନ୍ତି। 

ମାତ୍ର ଆହ୍ଲାବାଦ ହାଇକୋର୍ଟ ବିଚାରପତିଙ୍କ ସଂଖ୍ୟା ୫୦ ପ୍ରତିଶତରୁ କମ ରହିଛି। ଫଳରେ ସେଠାରେ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଏଭଳି ସ୍ଥିତିର ଅନୁଧ୍ୟାନ କରି ସୁପ୍ରିମକୋର୍ଟର କଲେଜିୟମ ବୈଠକରୁ ଶ୍ରୀ ସିହ୍ନାଙ୍କୁ ତୁରନ୍ତ ବଦଳି କରାଯାଇଥିବା ନେଇ ସୂଚନା ରହିଛି। କଲେଜିୟମ ବୈଠକର ସୂଚନା ଅନୁଯାୟୀ ଆହ୍ଲାବାଦ ହାଇକୋର୍ଟରେ ୧୬୦ଟି ବିଚାରପତି ପଦରେ ମାତ୍ର ୭୯ ଜଣ ବିଚାରପତି କାର୍ଯ୍ୟ କରୁଛନ୍ତି। ତେବେ ଏହାକୁ ଦୃଷ୍ଟିରେ ରଖି ଆହ୍ଲାବାଦ ହାଇକୋର୍ଟରେ ୮୦ ଜଣ ବିଚାରପତି କାର୍ଯ୍ୟ କରୁଥିବା ବେଳେ ଅନ୍ୟ ୮୦ଟି ପଦବୀ ଖାଲି ପଡିଛି।

Read More
{}{}