Hindi News >>Home >>Odisha State

Anubhav Mohanty: ବିଚ୍ଛେଦ ପରେ ଦ୍ୱିତୀୟ ବିବାହକୁ ନେଇ ଏପରି କହିଲେ ସାଂସଦ ଅନୁଭବ

ଭୁବନେଶ୍ୱର: ଦ୍ୱିତୀୟ ବିବାହକୁ ନେଇ ମୁଁହ ଖୋଲିଲେ ସାଂସଦ ତଥା ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି। ସୂଚନାଯୋଗ୍ୟ ଗୁରୁବାର ତାଙ୍କର ବିବାହ ବିଚ୍ଛେଦକୁ ଅନୁମତି ଦେଇଛନ୍ତି ହାଇକୋର୍ଟ। ତେବେ ବିବାହ ବିଚ୍ଛେଦ ପରେ ସେ ବେଶ ଖୁସି ସାବ୍ୟସ୍ତ କରିଛନ୍ତି। ଏନେଇ ସେ ବିଭିନ୍ନ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି କି ଏହି ହାଇକୋର୍ଟଙ୍କ ନିଷ୍ପତ

Advertisement
Anubhav Mohanty: ବିଚ୍ଛେଦ ପରେ ଦ୍ୱିତୀୟ ବିବାହକୁ ନେଇ ଏପରି କହିଲେ ସାଂସଦ ଅନୁଭବ
Zee Odisha Desk|Updated: Dec 22, 2023, 07:15 AM IST
Share

Anubhav Mohanty: ଭୁବନେଶ୍ୱର: ଦ୍ୱିତୀୟ ବିବାହକୁ ନେଇ ମୁଁହ ଖୋଲିଲେ ସାଂସଦ ତଥା ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି। ସୂଚନାଯୋଗ୍ୟ ଗୁରୁବାର ତାଙ୍କର ବିବାହ ବିଚ୍ଛେଦକୁ ଅନୁମତି ଦେଇଛନ୍ତି ହାଇକୋର୍ଟ। ତେବେ ବିବାହ ବିଚ୍ଛେଦ ପରେ ସେ ବେଶ ଖୁସି ସାବ୍ୟସ୍ତ କରିଛନ୍ତି। ଏନେଇ ସେ ବିଭିନ୍ନ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି କି ଏହି ହାଇକୋର୍ଟଙ୍କ ନିଷ୍ପତ୍ତିରେ ନିଶ୍ଚିତ ଭାବେ ବହୁତ ଖୁସି। ସତ୍ୟର ବିଜୟ ହୋଇଛି। ଯେଉଁ ସବୁ ଅଭିଯୋଗ କରିଥିଲି, ତାହା ଉପରେ ଶୁଣାଣି କରି ହାଇକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। 

ଦ୍ୱିତୀୟ ବିବାହକୁ ନେଇ ସେ କହିଥିଲେ କି ସେ ବର୍ଷାଙ୍କୁ ବିବାହ କରି ମଧ୍ୟ କୌଣସି ପାରିବାରିକ ଜୀବନ କେବେ ବଞ୍ଚି ନାହାନ୍ତି। ତେବେ ଏକ ସୁଖମୟ ଜୀବନ ଅତିବାହିତ କରିବା ପାଇଁ ସେ ନିଶ୍ଚିତ ଭାବେ ବିବାହ କରିବେ। କିନ୍ତୁ ଏହି ବିବାହକୁ ନେଇ ବର୍ତ୍ତମାନ ସମୟରେ କୌଣସି ଚିନ୍ତା କରିନାହାନ୍ତି ବୋଲି ସେ କହିଛନ୍ତି। 

ସୂଚନାଯୋଗ୍ୟ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦକୁ ହାଇକୋର୍ଟକୁ ଅନୁମତି ପ୍ରଦାନ କରିଥିଲେ।  ଗତକାଲି ଗୁରୁବାର ହାଇକୋର୍ଟ ଅନୁଭବଙ୍କ ବିବାହ ବିଚ୍ଛେଦ ନିମନ୍ତେ ଅନୁମତି ଦେଇଛନ୍ତି । ଅନୁଭବ କରିଥିବା ଆବେଦନ ଆଧାରରେ ମାନ୍ୟବର ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ। କେବଳ ସେତିକି ନୁହେଁ ପରିବାର ଅଦାଲତ ଅଗ୍ରାହ୍ୟ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ ଖାରଜ କରିଥିଲେ।

ଅନୁଭବ ମହାନ୍ତି ହାଇକୋର୍ଟରେ ନିଜର ପକ୍ଷ ରଖିବା ସହିତ ମାମଲା ବିଷୟରେ ଉଲ୍ଲେଖ କରିଥିଲେ। ବିବାହ ଓ ନିଜ ବୈବାହିକ ଜୀବନରେ ଘଟିଥିବା ଘଟଣାକୁ ହାଇକୋର୍ଟଙ୍କୁ ଜଣାଇଥିଲେ ଅନୁଭବ। ବର୍ଷା ପତ୍ନୀର କର୍ତ୍ତବ୍ୟ କରିନାହାନ୍ତି ଓ ପରିବାରକୁ ଆଗେଇ ନେବାପାଇଁ ତାଙ୍କର କୌଣସି ଭୂମିକା ନାହିଁ ବୋଲି ଅନୁଭବ କୋର୍ଟରେ ଅଭିଯୋଗ କରିଥିଲେ। ତେବେ ପ୍ରଶ୍ନ ଉଠୁଛି କେଉଁ ଆଧାରରେ ହାଇକୋର୍ଟ ଅନୁଭବଙ୍କୁ ବିଚ୍ଛେଦ ପାଇଁ ଅନୁମତି ଦେଲେ ତାହା ଲିଖିତ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ।

୨୦୨୩ ସେପ୍ଟେମ୍ୱରରେ ପରିବାର ଅଦାଲତ ବର୍ଷା-ଅନୁଭବଙ୍କ ଆବେଦନକୁ ଖାରଜ କରିଥିଲେ। ଯେଉଁଥିରେ ଅନୁଭବଙ୍କର ବିବାହ ବିଚ୍ଛେଦ ମାମଲା ରହିଥିଲା ଏବଂ ବର୍ଷାଙ୍କର ବର୍ଷାଙ୍କର ସ୍ୱାମୀ-ସ୍ତ୍ରୀ ଆଉଥରେ ଏକାଠି ରହିବା ମାମଲା।  ପରିବାର ଅଦାଲତରେ ମିଳିଥିବା ଏହି ରାୟକୁ ନେଇ ସମସ୍ତ ଗଣମାଧ୍ୟମ ଏବଂ ଷ୍ଟର ଦମ୍ପତ୍ତିଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଅନ୍ୟପଟେ ପରିବାର ଅଦାଲତ ରାୟ ପରେ ଅନୁଭବ ମହାନ୍ତି ହାଇକୋର୍ଟରେ ପହଞ୍ଚିଥିଲେ ।

Read More
{}{}