Hindi News >>Home >>Odisha State

DMF Fund: ଡିଏମଏଫରୁ ଷ୍ଟିକର ମାରି ୮ କୋଟି ଚଳୁ, କୋଟି କୋଟି ଟଙ୍କାର ଦୁର୍ନିତୀ ଅଭିଯୋଗ

କେନ୍ଦୁଝର: ସ୍କୁଲ ରୁପାନ୍ତକରଣ ନାମରେ ହୋଇଛି ହରିଲୁଟ। ସ୍କୁଲଗୁଡିକୁ ସୁନ୍ଦର କରିବା ପଛରେ ରହିଛି ଦୁର୍ନିତୀର ଗନ୍ଧ। ବିଦ୍ୟାଳୟଗୁଡିକର କବାଟ ଝରକାରେ ଷ୍ଟିକର ଲାଗିଛି। ଏହି ଷ୍ଟିକର ଲାଗିବା ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୮ କୋଟି ଟଙ୍କା। ଏକ ନିର୍ଦ୍ଦିଷ୍ଟ ଠିକା କମ୍ପାନୀକୁ ବିନା ଟେଣ୍ଡରରେ ଏହି ଷ୍ଟିକର ଲଗାଇବା ପାଇଁ ଦିଆଯାଇ ଡିଏମଫ ପାଣ୍ଠିକୁ ହର

Advertisement
DMF Fund: ଡିଏମଏଫରୁ ଷ୍ଟିକର ମାରି ୮ କୋଟି ଚଳୁ, କୋଟି କୋଟି ଟଙ୍କାର ଦୁର୍ନିତୀ ଅଭିଯୋଗ
Abhaya mohanty|Updated: Jul 19, 2024, 10:31 PM IST
Share

DMF Fund: କେନ୍ଦୁଝର: ସ୍କୁଲ ରୁପାନ୍ତକରଣ ନାମରେ ହୋଇଛି ହରିଲୁଟ। ସ୍କୁଲଗୁଡିକୁ ସୁନ୍ଦର କରିବା ପଛରେ ରହିଛି ଦୁର୍ନିତୀର ଗନ୍ଧ। ବିଦ୍ୟାଳୟଗୁଡିକର କବାଟ ଝରକାରେ ଷ୍ଟିକର ଲାଗିଛି। ଏହି ଷ୍ଟିକର ଲାଗିବା ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୮ କୋଟି ଟଙ୍କା। ଏକ ନିର୍ଦ୍ଦିଷ୍ଟ ଠିକା କମ୍ପାନୀକୁ ବିନା ଟେଣ୍ଡରରେ ଏହି ଷ୍ଟିକର ଲଗାଇବା ପାଇଁ ଦିଆଯାଇ ଡିଏମଫ ପାଣ୍ଠିକୁ ହରିଲୁଟ୍‌ କରାଯାଇଛି। ଏଠାରେ କହି ରଖୁ କି କେନ୍ଦୁଝର ଜିଲ୍ଲାରେ ରହିଛି ୪୫୨ଟି ଉଚ୍ଚ ବିଦ୍ୟାଳୟ। ଏହି ବିଦ୍ୟାଳୟକୁ ୫ଟି ଉପକ୍ରମରେ ସାମିଲ କରାଯାଇ ଡିଏମଏଫ ପାଣ୍ଠିରୁ ବିଦ୍ୟାଳୟର କବାଟ ଓ ଝରକାରେ ଷ୍ଟିକରିଂ କରାଯାଯାଇଛି। ପ୍ରତି ବିଦ୍ୟାଳୟକୁ ପ୍ରାୟ ୨.୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ କବାଟ ଝରକା ଷ୍ଟିକରିଂ କରାଯାଇଛି। 

ତେବେ ତିନୋଟି ପର୍ଯ୍ୟାୟରେ ଇତି ମଧ୍ୟରେ ୩୪୦ ବିଦ୍ୟାଳୟର ଝରକା ଓ କବାଟରେ ଷ୍ଟିକରିଂ ହୋଇଛି। ଯେଉଁଥିପାଇଁ ପ୍ରାୟ ୮ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ଏତେ ପରିମାଣର ଅର୍ଥ ଖର୍ଚ୍ଚ ସତ୍ତ୍ବେ ଏହି କାମ ପାଇଁ ଟେଣ୍ଡର ହୋଇ ନାହିଁ ଏବଂ ମାତ୍ର ଗୋଟିଏ ସଂସ୍ଥା ପ୍ରୀତିପଣ୍ଡା ଇଣ୍ଡିଆ ପ୍ରାଇଭେଟ ଲିମିଟେଡକୁ ଦେଇ ଦିଆଯାଇଛି। ତେବେ ଏହି କାମ ଉକ୍ତ ଠିକା କମ୍ପାନୀକୁ ଦେବା ବେଳେ ଅତ୍ୟନ୍ତ ଚତୁରତାର ସହିତ ଟେଣ୍ଡର ନ କରି କୋଟେସନ କଲ ନୋଟିସ ଜରିଆରେ ବ୍ଳକ , ମ୍ୟୁନିସିପାଲଟି ସ୍ତରରେ ଠିକା ସଂସ୍ଥା ଚୟନ କରାଯାଇଛି। ସବୁଠୁ ବଡ଼ କଥା ହେଉଛି ଜିଲ୍ଲାର ସମସ୍ତ ବିଦ୍ୟାଳ୍ରୟ ପାଇଁ ମାତ୍ର ଗୋଟିଏ ଠିକା ସଂସ୍ଥା ପ୍ରୀତିପଣ୍ଡା ଇଣ୍ଡିଆ ପ୍ରାଇଭେଟ ଲିମିଟେଡକୁ ଏହି କାମ ମିଳିଛି। ତେବେ ଏହି ଷ୍ଟିକରିଂର କୋଟେସନ ବେଳେ ୟୁନିଟ୍‌ ପିଛା ମୂଲ୍ୟ ମଗା ଯାଇଥାଏ। ଏହି ୟୁନିଟ୍‌ କୁ ସ୍କୋୟାର ଫୁଟ କିମ୍ବା ସ୍କୋୟର ମିଟର ଭାବେ ବିବେଚନା କରାଯାଇଥାଏ। ମାତ୍ର ଏହି କୋଟେସନ ବେଳେ ଏ ସଂପର୍କରେ କୌଣସି ନିଦ୍ଦଷ୍ଟ ମାପକ ନ ଥାଏ କୋଟେସନକୁ ବିଚାରକୁ ନିଆଯାଇଛି।

ଦ୍ବିତୀୟ କଥା ହେଉଛି, ଉକ୍ତ ଠିକା ସଂସ୍ଥା ଯେଉଁ ବିଦ୍ୟାଳୟରେ କବାଟ ଝରକାରେ ଷ୍ଟିକରିଂ କରିଛି, ତାହାର କ୍ବାଲିଟି ଚେକ୍‌ କରିବାକୁ ବ୍ୟବସ୍ଥା ହୋଇନାହିଁ। କେଉଁ କ୍ବାଲିଟିର ଷ୍ଟିକର ଲଗାଇଲା ତାହା ସୁପାରସ୍‌ କେହି କରି ନାହାନ୍ତି। ମାତ୍ର ଏହାର ସମସ୍ତ ବିଲ୍‌ ଅର୍ଥ ପ୍ରଦାନ କରାଯାଇଛି। ଯେଉଁଥିପାଇଁ ଅଧିକାଂଶ ବିଦ୍ୟାଳୟର କବାଟ ଝରକାରୁ ଏବେ ଷ୍ଟିକର ଛାଡି ଯାଇଛି। ଏଠାରେ ପାଟଣା ବ୍ଲକର ଏକ ଉଦାହରଣ ଦିଆଯାଉ। ପାଟଣା ବ୍ଲକରେ ୧୦ଟା ବିଦ୍ୟାଳୟ ପାଇଁ ୩୦ ଲକ୍ଷ ୮ ହଜାର ୩୭୩ ଟଙ୍କା ଉକ୍ତ ଠିକା ସଂସ୍ଥାକୁ ଦିଆଯାଇଛି। ଯେତେବେଳେ ଠିକା ସଂସ୍ଥାକୁ ପ୍ରଶାସନ କୌଣସି କାମ ପାଇଁ ବିଲ୍‌ ଅର୍ଥ ଦେଇଥାଏ, ସେତେବେଳେ ଜିଏସଟି, ଲେବର ସେସ୍‌, ସିକ୍ୟୁରିଟି ଅର୍ଥ, ଟିଡିଏସ୍‌ ଆଦି କଟିଥାଏ। କିନ୍ତୁ ଉକ୍ତ ସଂସ୍ଥାକୁ ପେମେଣ୍ଟ ବେଳେ କେବଳ ଜିଏସ୍‌ଟି ବ୍ୟତୀତ ଅନ୍ୟ କିଛି କଟି ନାହିଁ। ଯାହାକି ସାଂଘାତିକ ଅନିୟମିତତା।

ସବୁଠାରୁ ବଡ କଥା ଏତେ ସବୁ ପରେ ବି ସେତେବେଳେ ଡିଏମଏଫର ମୁଖ୍ୟ ଥିବା ଜିଲାପାଳ ଆଶିଷ ଠାକରେ କିପରି ଏହା ଜାଣି ପାରିଲେ ନାହିଁ । ନା ଜାଣିଶୁଣି ସମସ୍ତ କାମ ରୁ ହାତ ଝାଡ଼ି ଦେଇଛନ୍ତି । ଯାହା ତାଙ୍କର ଭୁମିକା କୁ ଅଧିକ ସଂଦେହ ଘେରକୁ ନେଉଛି । ଏପଟେ ଏ ନେଇ ମ୍ୟୁନିସିପାଲଟି ଅଧିନରେ ଥିବା ସ୍କୁଲ ସମ୍ପର୍କରେ ଆମେ କେନ୍ଦୁଝରଗଡ ଚେୟାରମ୍ୟାନଙ୍କୁ ପଚାରିଥିଲୁ । ସେ କହିଥିଲେ ସେତେବେଳେ ଆମକୁ ସେଥିରୁ ଅଜ୍ଞାତ ରେ ରଖି କାମ କରୁଥିଲେ । ଏହା ଏକ ସଙ୍ଗିନ ବିଷୟ ଏହାର ତଦନ୍ତ ନିଶ୍ଚିତ ହେବ । ଏ ନେଇ ଆମେ ଜିଲ୍ଲାପାଳଙ୍କୁ ଭେଟି ଥିଲୁ ସେ ଏହା ଶୁଣି ଚକିତ ହେବା ସହ ଫାଇଲ ଦେଖିବା ପରେ ପ୍ରତିକ୍ରିୟା ଦେବେ କରିବା ସହ ନିଶ୍ଚିନ୍ତ ଏହାର ତଦନ୍ତ ହେବ ବୋଲି କହିଥିଲେ । ଅନ୍ୟ ପକ୍ଷରେ କାମ କରିଥିବା ଠିକାସସ୍ଥାର ପ୍ରତିକ୍ରିୟା ମିଳିପାରିନାହିଁ। 

Read More
{}{}