Hindi News >>Home >>Odisha State

Keonjhar Rathyatra : ବିଶ୍ଵର ସର୍ବ ବୃହତ ରଥରେ ଜନ୍ମ ବେଦୀରୁ ରତ୍ନବେଦୀକୁ ବାହୁଡ଼ିଲେ ଶ୍ରୀଜୀୟୁ

କେନ୍ଦୁଝର: କେନ୍ଦୁଝର ସହରର ପୁରୁଣା ବଜାରଠାରେ ଆଜି ଶ୍ରୀ ଶ୍ରୀ ବଳଦେବଜୀୟୁଙ୍କର ବାହୁଡା ଯାତ୍ରା ବେଶ ଆନନ୍ଦ ଉଲ୍ଲାସର ସହ ପାଳିତ ହଉଛି । ଜନ୍ମ ବେଦୀରୁ ରତ୍ନବେଦୀକୁ ବାହୁଡ଼ିଲେ ଶ୍ରୀଜୀୟୁ ମାନେ । ମାଉସୀ ମା ମନ୍ଦିର ରୁ ଶ୍ରୀ ଶ୍ରୀ ବଳଦେବ, ଭଉଣୀ ସୁଭଦ୍ରା ଓ ଜଗତର ନାଥ ଜଗନ୍ନାଥ ତିନି ଠାକୁର, ଧାଡି ପହଣ୍ଡିରେ ଆସି ରଥ ଚାରିପେଟ ପରିକ୍ର

Advertisement
Keonjhar Rathyatra : ବିଶ୍ଵର ସର୍ବ ବୃହତ ରଥରେ ଜନ୍ମ ବେଦୀରୁ ରତ୍ନବେଦୀକୁ ବାହୁଡ଼ିଲେ ଶ୍ରୀଜୀୟୁ
Abhaya mohanty|Updated: Jul 15, 2024, 09:49 PM IST
Share

Keonjhar Rathyatra: କେନ୍ଦୁଝର: କେନ୍ଦୁଝର ସହରର ପୁରୁଣା ବଜାରଠାରେ ଆଜି ଶ୍ରୀ ଶ୍ରୀ ବଳଦେବଜୀୟୁଙ୍କର ବାହୁଡା ଯାତ୍ରା ବେଶ ଆନନ୍ଦ ଉଲ୍ଲାସର ସହ ପାଳିତ ହଉଛି । ଜନ୍ମ ବେଦୀରୁ ରତ୍ନବେଦୀକୁ ବାହୁଡ଼ିଲେ ଶ୍ରୀଜୀୟୁ ମାନେ । ମାଉସୀ ମା ମନ୍ଦିର ରୁ ଶ୍ରୀ ଶ୍ରୀ ବଳଦେବ, ଭଉଣୀ ସୁଭଦ୍ରା ଓ ଜଗତର ନାଥ ଜଗନ୍ନାଥ ତିନି ଠାକୁର, ଧାଡି ପହଣ୍ଡିରେ ଆସି ରଥ ଚାରିପେଟ ପରିକ୍ରମା କରିବା ପେରେ ଅପରାହ୍ନ ୩ଟା ୩୦ ମିନିଟରେ ରଥାରୂଢ ହୋଇଥିଲେ। 

ରାଜା ଧନୁର୍ଜୟ ନାରାୟଣ ଭଞ୍ଜଦେଓ ଛେରା ପହଁରା କରିବା ପେର ୪ଟା ୩୦ ମି. ସମୟରେ ବିଶ୍ଵ ର ସର୍ବବୃହତ ରଥ ଟଣା ଆରମ୍ଭ ହୋଇଥିଲା । ଆଜି ପାଗ ମେଘୁଆ ସହ ମଝିରେ ମଝିରେ ବର୍ଷା ହେଉଥିଲେ ସୁଦ୍ଧା ହଜାର ହଜାର ସଂଖ୍ୟକ ଭକ୍ତ ଏହାକୁ ଖାତିର ନକରି ବିଶ୍ଵ ର ସର୍ବ ବୃହତ ରଥ କୁ ଟାଣିବାକୁ ବେଶ ଭିଡ ଲଗାଇଥିବା ଦେଖିବା କୁ ମିଳିଥିଲା । ଯେତେ ବେଳେ ନନ୍ଦିଘୋଷ ଗଡ଼ିଥିଲା, ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହୋଇଯାଇଥିଲା ବଡଦାଣ୍ଡ । ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳିରେ ଗଗନପବନରେ ଖେଳି ଯାଇଥିଲା ଭକ୍ତିମୟ ପରିବେଶ । 

ଘର ଘର ନାଦ କରି ଆଗକୁ ଆଗକୁ ବଢ଼ି ଚାଲି ଶେଷରେ ରତ୍ନବେଦୀ ନିକଟରେ ପହଁଚିଲା ନନ୍ଦିଘୋଷ। କେନ୍ଦୁଝର ରଥର ବିଶେଷତ୍ଵ ହେଲା ଏଠାରେ ବାହୁଡା଼ ଯାତ୍ରା ପୂର୍ବରୁ ରଥ ଦକ୍ଷିଣ ମୋଡ଼ ହୁଏ ନାହିଁ , ଏଠାରେ କେବଳ ରଥ ଉପରେ ଥିବା ଠାକୁର ଙ୍କ ର ଆସ୍ଥାନ ଟି ଉତ୍ତର ମୋଡ ହୁଏ । ଏବଂ ବହୁଡା ଯାତ୍ରା ରେ ଠାକୁର ରଥାରୁଢ଼ ହୋଇ ଉତ୍ତର ଦିଗ ରେ ଥିବା ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର କୁ ଉତ୍ତର ମୁଖା ହୋଇ ଯାତ୍ରା କରିଥାନ୍ତି । ଏହି ସମୟରେ ସେବାୟତ ତଥା ଭକ୍ତ ସମସ୍ତେ ଠାକୁରଙ୍କ ସେବା ଓ ଦର୍ଶନ ପାଇ ଧନ୍ୟ ହୋଇଥାନ୍ତି ।

Read More
{}{}