Home >>Odisha State

Keonjhar: ଆଜି ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ ଡ଼ାକରା, ଗାଡ଼ି ଚଳାଚଳ ଠପ୍

Keonjhar: ଆଜି କେନ୍ଦୁଝର ବନ୍ଦ। ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କେନ୍ଦୁଝର ଟ୍ରକ୍ ମାଲିକ ସଂଘ। ସକାଳୁ ସକାଳୁ କେନ୍ଦୁଝର ଷ୍ଟେସନରେ ଟ୍ରକ୍ ମାଲିକ ସଂଘର କର୍ମକର୍ତ୍ତାମାନେ ଆନ୍ଦୋଳନ କରୁଥିବା ବେଳେ ଏହାକୁ ସମର୍ଥନ କରିଛନ୍ତି ବସ ମାଲିକ ସଂଘ ଓ ବଣିକ ସଂଘ ସହ ୧୫ରୁ ଅଧିକ ସଙ୍ଗଠନ ।

Advertisement
Keonjhar: ଆଜି ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ ଡ଼ାକରା, ଗାଡ଼ି ଚଳାଚଳ ଠପ୍
Zee Odisha Desk|Updated: Mar 18, 2024, 09:40 AM IST
Share

Keonjhar: ଆଜି କେନ୍ଦୁଝର ବନ୍ଦ। ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କେନ୍ଦୁଝର ଟ୍ରକ୍ ମାଲିକ ସଂଘ। ସକାଳୁ ସକାଳୁ କେନ୍ଦୁଝର ଷ୍ଟେସନରେ ଟ୍ରକ୍ ମାଲିକ ସଂଘର କର୍ମକର୍ତ୍ତାମାନେ ଆନ୍ଦୋଳନ କରୁଥିବା ବେଳେ ଏହାକୁ ସମର୍ଥନ କରିଛନ୍ତି ବସ ମାଲିକ ସଂଘ ଓ ବଣିକ ସଂଘ ସହ ୧୫ରୁ ଅଧିକ ସଙ୍ଗଠନ ।

ଖବର ଅନୁଯାୟୀ, କେନ୍ଦୁଝର ଶୁଆକାଠି ସ୍ଥିତ ଓଏମସି ଗନ୍ଧମାର୍ଦ୍ଧନ ମାଇନ୍ସ ଠାରୁ ଗୁହାଳଡ଼ିହି ରେଲୱେ ସାଇଡିଂ ପର୍ଯ୍ୟନ୍ତ ଟ୍ରେନ୍ ଲାଇନ ପ୍ରକଳ୍ପକୁ ବିରୋଧ କରି ଟ୍ରକ୍ ମାଲିକ ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ଏହି ଟ୍ରେନ୍ ଲାଇନ ଆରମ୍ଭ ହେଲେ ଜିଲ୍ଲାର ହଜାର ହଜାର ଟ୍ରକ୍ ଚଳାଚଳ ବନ୍ଦ ହୋଇଯିବ ବୋଲି ସଂଘ ଅଭିଯୋଗ କରିଛି। ଏହା ପ୍ରତିବାଦରେ ଆଜି ବନ୍ଦ ପାଳନ କରାଯାଉଛି । ଟ୍ରକ୍ ମାଲିକଙ୍କ ୨୪ ଘଣ୍ଟିଆ ବନ୍ଦ ଡ଼ାକରାର ପ୍ରଭାବ ସମଗ୍ର ଜିଲ୍ଲାରେ ପଡ଼ିଛି । ଫଳରେ ଗାନ୍ଧୀଛକରେ ଯାନବାହାନ ଚଳାଚଳ ବନ୍ଦ ହୋଇଛି। ସହରରେ ଦୋକନ ବଜାର ବନ୍ଦ ରହିବା ସହ ଟ୍ରକ, ବସ, ଟ୍ରେନ୍ ଚଳାଚଳ ଠପ୍ ହୋଇଛି। ଏହାସହ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ରହିଛି।

ଏହା ବି ପଢନ୍ତୁ-Weather Update: ଆଜିଠାରୁ କମିବ ତାତି, ୨୩ ଯାଏଁ କାଳବୈଶାଖୀ ଯୋଗୁଁ ଅନେକ ଜିଲ୍ଲାକୁ ଆଲର୍ଟ ଜାରି

ଏହା ବି ପଢନ୍ତୁ- Lingaraj Temple: ଶ୍ରୀ ଲିଙ୍ଗରାଜଙ୍କ ଦେବୀପାଦହରା ପୁଷ୍କରିଣୀ ଯାତ୍ରା ସମ୍ପନ୍ନ, ଜାଣନ୍ତୁ କ’ଣ ରହିଛି ଏହାର ମାହାତ୍ମ୍ୟ

ଅନ୍ୟପଟେ ତେଲକୋଇର ଜଗମୋହନପୁର ଓ ତୁରୁମୁଙ୍ଗାରେ NH - 49କୁ ଅବରୋଧ କରିଛନ୍ତି ଟ୍ରକ୍‌ ମାଲିକ। ସେପଟେ ଆନନ୍ଦପୁର, ଘଟଗାଁ, ପଦ୍ମପୁର, ଝୁମ୍ପୁରା, ହରିଚନ୍ଦନପୁର, ପାଟଣା,ରାଇସୁଆଁ, ଓ ରିମୁଳି ଆଦି ସ୍ଥାନରେ ଟ୍ରକ୍‌ ମାଲିକମାନେ ବିଭିନ୍ନ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ତେବେ ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ ଦିଆଯାଇଛି ।

 

 

 

Read More
{}{}