Odisha News: ଆଜି ଶିଶୁ ବାଟିକାରେ ପାଠପଢା ଆରମ୍ଭ ହେବ। ପିଲାମାନେ ଖଡ଼ି ଛୁଇଁ ଆରମ୍ଭ କରିବେ ପାଠପଢା। ପାରମ୍ପରିକ ରିତିନୀତିରେ ପିଲାଙ୍କର ବିଦ୍ୟାଳୟ ପ୍ରବେଶ ଉତ୍ସବ ହେବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ବଡ଼ଗଡ଼ ହାଇସ୍କୁଲ୍ ରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସାମିଲ୍ ହେବେ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନବରଙ୍ଗପୁରରେ ଆୟୋଜିତ ଖଡ଼ି ଛୁଆଁ କାର୍ଯ୍ୟକ୍ରମରେ ସାମିଲ୍ ହେବାର କାର୍ଯ୍ୟକ୍ରମ ରହିଛି।
ଆରମ୍ଭ ହୋଇଛି ନୂତନ ଶିକ୍ଷା ବର୍ଷ। କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରାଯାଇଛି। ଆସନ୍ତା ଅପ୍ରେଲ ୧ ରୁ ୧୪ ତାରିଖ ଯାଏଁ #ଓଡ଼ିଆପକ୍ଷ ପାଳନ ଅବସରରେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ 'ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ' କାର୍ଯ୍ୟକ୍ରମ ସହ ପ୍ରତ୍ୟେକ ବିଦ୍ୟାଳୟରେ ଶିଶୁ ବାଟିକାର ଶୁଭାରମ୍ଭ କରାଯିବା। pic.twitter.com/IRmVGJFvHh
— EducationOdisha (@SMEOdisha) April 1, 2025
ALSO READ: Ghibli:ଘିବଲି ଆଣିପାରେ ଅପୂରଣୀୟ କ୍ଷତି, କ’ଣ ହୋଇପାରେ ବିପଦ ଜାଣନ୍ତୁ
ଆଜିଠୁ ରାଜ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି। ଏହା ଅନୁସାରେ ଶିଶୁ ବାଟିକାରେ ପାଠପଢ଼ା ହେବ । ଯେଉଁସ୍ଥାନରେ ଛାତ୍ରଛାତ୍ରୀମାନେ ସ୍କୁଲ ଆସିବା ପାଇଁ ଇଚ୍ଛା ପ୍ରକାଶ କରୁନଥିବେ ସେଠାରେ ସେମାନଙ୍କୁ ଚିହ୍ନଟ କରାଯାଇ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଆସିବାକୁ ଉତ୍ସାହିତ କରାଯିବ । ଫୁଲ ଚନ୍ଦନ ଦେଇ ପିଲାଙ୍କୁ ସ୍କୁଲକୁ ସ୍ବାଗତ କରାଯିବ । ଶିକ୍ଷାବର୍ଷ ୨୦୨୫-୨୬ ରୁ, ଓଡ଼ିଶାର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ୫-୬ ବର୍ଷ ବୟସର ଛାତ୍ରଛାତ୍ରୀଙ୍କ ପାଇଁ ଶିଶୁ ବାଟିକା ଖୋଲାଯିବ ।