Hindi News >>Home >>Odisha State

ବାତ୍ୟା ପାଇଁ ଦୁଇ ଦିନ କୋଣାର୍କ ସୂର୍ଯ୍ୟ ମନ୍ଦିର

Sun temple: ବାତ୍ୟା ପାଇଁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଛି। ଅର୍ଥାତ ଆସନ୍ତା ଗୁରୁବାର ଏବଂ ଶୁକ୍ରବାର ସୂର୍ଯ୍ୟମନ୍ଦିର, କୋଣାର୍କ ମ୍ୟୁଜିୟମ ବନ୍ଦ ରହିବ। ଏଥିସହିତ ଅନଲାଇନ ଟିକେଟ ମଧ୍ୟ ବନ୍ଦ କରାଯାଇଛି।

Advertisement
ବାତ୍ୟା ପାଇଁ ଦୁଇ ଦିନ କୋଣାର୍କ ସୂର୍ଯ୍ୟ ମନ୍ଦିର
Zee Odisha Desk|Updated: Oct 24, 2024, 10:29 AM IST
Share

କୋଣାର୍କ: ବାତ୍ୟା ଦାନା ପାଇଁ ଆଜି ଓ ଆସନ୍ତାକାଲି ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିର ବନ୍ଦ ରହିବ। ଏଏସଆଇ ପୁରୀ ସର୍କଲ ସୁପରିଟେଣ୍ଡେଣ୍ଟ ଡି.ବି ଗଡ଼ନାୟକ ସୂଚନା ଦେଇଛନ୍ତି। ବାତ୍ୟା ପାଇଁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଛି। ଅର୍ଥାତ ଆସନ୍ତା ଗୁରୁବାର ଏବଂ ଶୁକ୍ରବାର ସୂର୍ଯ୍ୟମନ୍ଦିର, କୋଣାର୍କ ମ୍ୟୁଜିୟମ ବନ୍ଦ ରହିବ। ଏଥିସହିତ ଅନଲାଇନ ଟିକେଟ ମଧ୍ୟ ବନ୍ଦ କରାଯାଇଛି। ୩ ଦିନ ପର୍ଯ୍ୟନ୍ତ କୋଣାର୍କ ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକ ମାନଙ୍କୁ କୋଣାର୍କ ଓ ଚନ୍ଦ୍ରଭାଗାରେ ରହିବାକୁ ବାରଣ କରିଛି ପ୍ରଶାସନ। 

ଅନ୍ୟପଟେ ଜଗତସିଂହପୁର, ବାଲେଶ୍ୱର, କେନ୍ଦ୍ରାପଡା ଓ ଭଦ୍ରକରେ ବାତ୍ୟାର ଅଧିକ ପ୍ରଭାବ ରହିବ। ପ୍ରବଳରୁ ଅତି ପ୍ରବଳ ପର୍ଷା ହେବା ସହ ଭୟଙ୍କର ପବନ ବହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ତେବେ ସକାଳୁ ସକାଳୁ ଚାନ୍ଦବାଲି, ପୁରୀ, ଏବଂ କେନ୍ଦ୍ରାପଡାରେ ସକାଳୁ ସକାଳୁ ଅଧିକ ବର୍ଷା ହୋଇଛି। ଭୁବନେଶ୍ୱରରେ ମଧ୍ୟ ସକାଳୁ ବର୍ଷା ଜାରି ରହିଛି। ତେବେ ବାତ୍ୟା ପ୍ରଭାବରେ ଅଶାନ୍ତ ହେଲାଣି ସମୁଦ୍ର। ଏହା ପ୍ରଭାବରେ ଭିତରକନିକାରେ ଜୁଆର ପାଣି ମାଡି ଆସିଛି। ଏହାକୁ ଦେଖି ଭିତରକନିକାବାସୀ ଭୟଭୀତ ହୋଇଯାଇଛନ୍ତି। ବାତ୍ୟା ପୂର୍ବରୁ ସାମୁଦ୍ରିକ ଜୁଆର ନେଇ ସତର୍କ ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା। ସେ କହିଛନ୍ତି, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା ଉପକୂଳରେ ପ୍ରବଳ ଜୁଆର ଆସିବ। ୧ରୁ ୨ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ। ଜଗତସିଂହପୁରରେ ୧ ମିଟର ପର୍ଯ୍ୟନ୍ତ ଜୁଆର ଆଶଙ୍କା ରହିଛି ବୋଲି ସେ ସୂଚନା ଦେଇଛନ୍ତି।

Read More
{}{}