Hindi News >>Home >>Odisha State

Koraput News: ନଦୀରେ ଡ଼ଙ୍ଗା ବୁଡ଼ି ଜଣେ ମୃତ, ୪ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

Koraput: କୋରାପୁଟ ଜିଲ୍ଲା କୁଲାରସିଂ ପଞ୍ଚାୟତ ତାନସିଂ ଗ୍ରାମର ୩ ମହିଳା ଓ ଦୁଇ ନାବାଳିକା ଡଙ୍ଗା ସାହାଯ୍ୟରେ ବାଡ଼େଲା ଗ୍ରାମକୁ ଏକ ବାହାଘରରେ ଯୋଗ ଦେବାକୁ ଯାଇଥିଲେ । ବିବାହ କାର୍ଯ୍ୟକ୍ରମରେ ଯୋଗ ଦିନ ସଂଧ୍ୟାରେ ନିଜ ଗାଁ ଫେରୁଥିଲେ । ଏତିକି ବେଳେ ଡଙ୍ଗାଟି ହଠାତ୍ ନନ୍ଦୀ ମଝିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

Advertisement
ସୌ(ସୋସିଆଲ ମିଡିଆ)
ସୌ(ସୋସିଆଲ ମିଡିଆ)
Zee Odisha Desk|Updated: Dec 29, 2023, 09:51 AM IST
Share

Koraput News: ନଦୀ ପାରି ହେବା ବେଳେ ଅଘଟଣ । ଡଙ୍ଗା ବୁଡ଼ି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ନିଖୋଜ ଥିବା ସୂଚନା ମିଳିଛି। ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି କୋରାପୁଟ ଜିଲ୍ଲା କୁଲାସିଂ ପଞ୍ଚାୟତ ତାନସିଂ ଗାଁରେ ।

ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲା କୁଲାରସିଂ ପଞ୍ଚାୟତ ତାନସିଂ ଗ୍ରାମର ୩ ମହିଳା ଓ ଦୁଇ ନାବାଳିକା ଡଙ୍ଗା ସାହାଯ୍ୟରେ ବାଡ଼େଲା ଗ୍ରାମକୁ ଏକ ବାହାଘରରେ ଯୋଗ ଦେବାକୁ ଯାଇଥିଲେ । ବିବାହ କାର୍ଯ୍ୟକ୍ରମରେ ଯୋଗ ଦିନ ସଂଧ୍ୟାରେ ନିଜ ଗାଁ ଫେରୁଥିଲେ । ଏତିକି ବେଳେ ଡଙ୍ଗାଟି ହଠାତ୍ ନନ୍ଦୀ ମଝିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ନିଖୋଜ ହୋଇଥିଲେ । ନିଖୋଜଙ୍କ ମଧ୍ୟରେ ୨ ଜଣ ଶିଶୁ, ଜଣେ ନାବାଳିକା ଏବଂ ଆଉ ଜଣେ ମହିଳା ରହିଛନ୍ତି। ମୃତକ ଓ ନିଖୋଜ ସମସ୍ତେ ତାନସିଂ ଗାଁର ବୋଲି ଜଣାପଡିଛି । ପରଦିନ ସକାଳେ ଜଣେ ମହିଳାଙ୍କ ମୃତଦେହ ତାନସିଂ ନଦୀଘାଟରେ ଭାସୁଥିବାର ଗ୍ରାମବାସୀ ଦେଖିଥିଲେ। ଏନେଇ ପାଡୁଆ ଥାନାକୁ ଖବର ଦିଆଯିବା ପରେ ଦମକଳ ବାହିନୀ ଓ ଓଡ୍ରାଫ୍‌ ଟିମ୍‌ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ରାତି ଅନ୍ଧାରରେ ଡଙ୍ଗା ବୁଡ଼ି ଯାଇଥିବା ଅନୁମାନ କରାଯାଉଛି। ମୃତଦେହ ମିଳିଥିବା ମହିଳାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଁଞ୍ଚି ଶବ ଚିହ୍ନଟ କରିଥିଲେ। ଉକ୍ତ ମହିଳାଙ୍କ ସହ ଡଙ୍ଗାରେ ଥିବା ଅନ୍ୟମାନଙ୍କ ପତ୍ତା ନମିଳିବାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

Also Read-Nandankanan Foundation Day: ପ୍ରତିଷ୍ଠା ଦିବସ ଉପଲକ୍ଷେ ନନ୍ଦନକାନନରେ ଖାସ୍ କାର୍ଯ୍ୟକ୍ରମ

ପ୍ରକାଶ ଥାଉ କି, ଡଙ୍ଗା କେଉଁ ସ୍ଥାନରେ ବୁଡ଼ିଛି ସେନେଇ ସ୍ପଷ୍ଟ ଜଣାପଡୁନଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧ୍ୟା ସୃଷ୍ଟି ହେଉଛି । ଗୁରୁବାର ଉଦ୍ଧାରକାରୀ ଦଳ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଥିଲା । କିନ୍ତୁ ରାତି ହୋଇଥିବାରୁ ଏହାକୁ ଉଦ୍ଧାରକାର୍ଯ୍ୟକୁ ବନ୍ଦ ରଖାଯାଇଥିଲା । ତେଣୁ ଆଜି ସକାଳୁ ପୁଣି ଖୋଜାଖୋଜି ଆରମ୍ଭ କରିଛି ନନ୍ଦପୁର ଅଗ୍ନିଶମ ବାହିନୀ ସହ ଓଡ୍ରାଫ୍ ଟିମ୍ । 

 

 

 

 

Read More
{}{}