Hindi News >>Home >>Odisha State

ମାଷ୍ଟିକ୍‍ ଆସ୍ଫାଲାଟ କାର୍ଯ୍ୟରେ ଶ୍ରମିକଙ୍କୁ ଶୋଷଣ ଅଭିଯୋଗ: ଠିକାଦାର ବେଧଡ଼କ

Odisha news: ଯଦିଓ ସାଧାରଣ ପିଚୁ ରାସ୍ତା ଅପେକ୍ଷା ଏଥିରେ ଅଧିକ ଖର୍ଚ୍ଚ ହୁଏ କିନ୍ତୁ ସରକାର ଗତ ଆର୍ଥିକ ବର୍ଷରେ ବଜେଟ୍‍ ଅର୍ଥ ଖର୍ଚ୍ଚ କରିବାକୁ ତ୍ୱରାନ୍ୱିତ କରିବାକୁ ଯାଇ ରାଜଧାନୀର ପ୍ରାୟ ସବୁ ଫ୍ଲାଇଓଭର ଓ ମୁଖ୍ୟ ରାସ୍ତାରେ ଏହିଭଳି ରାସ୍ତା ନିର୍ମାଣ କରିଛନ୍ତି। ଏବେ ଅନେକ ଫ୍ଲାଇ ଓଭରରେ କିନ୍ତୁ କାମ ବନ୍ଦ ପଡ଼ିଛି। ଏମିତି ଅଧା କାମ ହୋଇ ଅବରୋଧ ହୋଇ ରହିଥିବା ଏକ ରାସ୍ତା ହେଉଛି ପୋଖରିପୁଟ ଫ୍ଲାଇଓଭର। ଗଲା ଏପ୍ରିଲ ୯ ତାରିଖରୁ ଏଠାରେ କାମ ବନ୍ଦ ହୋଇ ପଡ଼ିଛି ହେଲେ ନା ସରକାର ନା ଠିକାଦାର କେହି ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି।

Advertisement
ମାଷ୍ଟିକ୍‍ ଆସ୍ଫାଲାଟ କାର୍ଯ୍ୟରେ ଶ୍ରମିକଙ୍କୁ ଶୋଷଣ ଅଭିଯୋଗ: ଠିକାଦାର ବେଧଡ଼କ
Priyambada Rana|Updated: May 08, 2025, 01:22 PM IST
Share

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ରାସ୍ତାକୁ ଅଧିନ ନମନୀୟ ଓ ଦୀର୍ଘସ୍ଥାୟୀ କରିବା ପାଇଁ ସରକାର ସ୍ୱତନ୍ତ୍ର ମାଷ୍ଟିକ୍‍ ଆସ୍ଫାଲାଟ୍‍  ଆସ୍ତରଣ ଦେଉଛନ୍ତି। କିନ୍ତୁ  ଏ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କୁ ଅବହେଳା କରୁଛନ୍ତି ଉଭୟ ବିଭାଗ ଓ ଠିକାଦାର। ସରକାରୀ ସ୍ତରରେ ଠିକାଦାର ବ୍ୟବହାର କରୁଥିବା  ଶ୍ରମିକଙ୍କୁ ପଞ୍ଜିକୃତ କରାଯାଉ ନଥିବାରୁ  ଠିକାଦାର ଅଧିନରେ କାର୍ଯ୍ୟ କରୁଥିବା ଶ୍ରମିକର ମୃତ୍ୟୁ ଘଟିଲେ ବି ତାକୁ ଚପାଇ ଦେଉଛି ପରିସ୍ଥିତି। ଏମିତି ଏକ ଅଘଟଣ ଘଟିଛି  ଭୁବନେଶ୍ୱର ପୋଖରିପୁଟ ଫ୍ଲାଏଓଭର କାର୍ଯ୍ୟରେ। ଏକମାସ ହେଲା ଏଠାରେ ଜଣେ କାର୍ଯ୍ୟରତ ଶ୍ରମିକଙ୍କ ଉପରେ ଗରମ ପିଚୁ ପଡ଼ି ପ୍ରାଣ ଯାଇଥିବା ଅଭିଯୋଗ ହୋଇଥିଲେ ବି କର୍ତ୍ତୃପକ୍ଷ ଏଥିପ୍ରତି ଉଦାସୀନ ରହିଛନ୍ତି। ଅପରପକ୍ଷେ କାମ ବନ୍ଦ କରି ସାଧାରଣ ଯାତାୟାତରେ ବାଧା ଆଣିଛନ୍ତି। 

ମାଷ୍ଟିକ୍‍ ଆସ୍ଫାଲାଟ ହେଉଛି ଏକ ସ୍ୱତନ୍ତ୍ର ପିଚୁ ଆବରଣ ଯାହାଦ୍ୱାରା ରାସ୍ତାର କ୍ଷୟ ବା ଭାଙ୍ଗିବା ଆଶଙ୍କା କମିଥାଏ। ସ୍ୱତନ୍ତ୍ର ପିଚୁକୁ ପ୍ରାୟ ୨୦୦ ଡିଗ୍ରୀ ତାପମାତ୍ରାରେ ତରଳାଇ ତାହାକୁ ରାସ୍ତା ଉପରେ ବାଲି ଓ ଅନ୍ୟ କେମିକାଲ ମିଶାଇ ଚଢ଼ାଯାଇଥାଏ। ଏହାଦ୍ୱାରା ଏ ରାସ୍ତାରେ ଯାଉଥିବା ଗାଡ଼ି ଖସିବାର ଆଶଙ୍କା କମିଥାଏ ବୋଲି କୁହାଯାଉଛି। ଯଦିଓ ସାଧାରଣ ପିଚୁ ରାସ୍ତା ଅପେକ୍ଷା ଏଥିରେ ଅଧିକ ଖର୍ଚ୍ଚ ହୁଏ କିନ୍ତୁ ସରକାର ଗତ ଆର୍ଥିକ ବର୍ଷରେ ବଜେଟ୍‍ ଅର୍ଥ ଖର୍ଚ୍ଚ କରିବାକୁ ତ୍ୱରାନ୍ୱିତ କରିବାକୁ ଯାଇ ରାଜଧାନୀର ପ୍ରାୟ ସବୁ ଫ୍ଲାଇଓଭର ଓ ମୁଖ୍ୟ ରାସ୍ତାରେ ଏହିଭଳି ରାସ୍ତା ନିର୍ମାଣ କରିଛନ୍ତି। ଏବେ ଅନେକ ଫ୍ଲାଇ ଓଭରରେ କିନ୍ତୁ କାମ ବନ୍ଦ ପଡ଼ିଛି। ଏମିତି ଅଧା କାମ ହୋଇ ଅବରୋଧ ହୋଇ ରହିଥିବା ଏକ ରାସ୍ତା ହେଉଛି ପୋଖରିପୁଟ ଫ୍ଲାଇଓଭର। ଗଲା ଏପ୍ରିଲ ୯ ତାରିଖରୁ ଏଠାରେ କାମ ବନ୍ଦ ହୋଇ ପଡ଼ିଛି ହେଲେ ନା ସରକାର ନା ଠିକାଦାର କେହି ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି।

ଏ ସମ୍ପର୍କରେ ଅଧିକ ତଦନ୍ତରୁ ଜଣାପଡ଼ିଛି ଯେ,  ଏ ନେଇ ଏୟାରଫିଲ୍ଡ ଥାନାରେ ଏକ ମାମଲା ରୁଜୁ ହୋଇଛି। ଅଞ୍ଜନା ଖାତୁନ ନାମକ ଜଣେ ସଂଖ୍ୟାଲଘୁ ମହିଳା ଦାୟର କରିଥିବା ଏହି ଏତଲାରେ କୁହାଯାଇଛି ଯେ, ତାଙ୍କ ସ୍ୱାମୀ ମହିଦୁଲ ଶେଖ ଏଠାରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ଉପରେ ଗରମ ପିଚୁ ଚହଲି ପଡ଼ିଥିଲା। ଏହାଦ୍ୱାରା ସେ ଗୁରୁତର ଆହତ ହୋଇ କ୍ୟାପିଟାଲ୍‍ ହସ୍‍ପିଟାଲ୍‍ ଯାଇଥିଲେ। ୧୦ ଦିନର ସଂଗ୍ରାମ ପରେ ୧୯ ତାରିଖ ଦିନ ତାଙ୍କର ପ୍ରାଣହାନୀ ହୋଇଥିଲା। ଅର୍ଥାତ୍‍ ଏହା ସମ୍ପୃକ୍ତ ଠିକାଦାରଙ୍କ ବିରୁଦ୍ଧରେ ଏକ ଗୁରୁତର ଅପରାଧିକ ମାମଲା ରୁଜୁ ପାଇଁ ସୁଯୋଗ ଦେଉଥିବାବେଳେ ପୁଲିସ ଏହାକୁ ଏକ ସାଧାରଣ ଦୁର୍ଘଟଣା ମାମଲା କହି ଚୁପ୍‍ ବସିଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦେବା ବଦଳରେ କାମ ବନ୍ଦ କରାଯାଇଛି। ଫଳରେ ଫ୍ଲାଇଓଭର ତଳେ ନିର୍ମାଣ ସାମଗ୍ରୀ ଓ ଉପକରଣ ପଡ଼ି ରହି ରାସ୍ତା ଅବରୋଧ କରୁଛି। ଏହାଦ୍ୱାରା ସାଧାରଣ ଗାଡ଼ି ଚଳାଚଳ ବି ବ୍ୟାହତ ହେଉଛି। 

ପ୍ରଶ୍ନ ଉଠୁଛି ନିରାପତ୍ତା ନିୟମକୁ କର୍ତ୍ତୃପକ୍ଷ କାହିଁକି ଯାଞ୍ଚ କରିଲେ ନାହିଁ? କର୍ତ୍ତୃପକ୍ଷଙ୍କ ଏହି ଅବହେଳା ଯୋଗୁ ଏବେ ଜଣେ ନିରୀହ ଶ୍ରମିକଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ପୂର୍ବରୁ  ସରକାରୀ ନିର୍ମାଣ କାର୍ଯ୍ୟରେ ପ୍ରଭାବିତ ହେଉଥିବା ଶ୍ରମିକଙ୍କୁ କ୍ଷତିପୂରଣ ଦେବାର ପରମ୍ପରା ରହିଛି। କିନ୍ତୁ ମହିଦୁଲ୍‍ଙ୍କ କ୍ଷେତ୍ରରେ ସରକାର ଚୁପ କାହିଁକି?

Read More
{}{}