Hindi News >>Home >>Odisha State

LAccMI Bus: ଆଜି ତିନୋଟି ଜିଲ୍ଲାରେ ଗଡି଼ବ 'ଲକ୍ଷ୍ମୀ ବସ୍', ୫ ଟଙ୍କାରେ କରିପାରିବେ ଯାତ୍ରା

LAccMI Bus: ଏଣିକି ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଯାତାୟତ ହେବେ ଆହୁରି ସହଜ।  ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଲଗାତାର ପର୍ଯ୍ୟାୟ କ୍ରମେ ଖୁସି ଖବର ଦେଉଛନ୍ତି ରାଜ୍ୟ ସରକାର (odisha govt)। ଖୁବ୍ କମ୍ ଭଡାରେ ଠିକଣା ସ୍ଥାନରେ ପହଞ୍ଚି ପାରିବେ ଯାତ୍ରୀ। କାହିଁକିନା ଆଜି ତିନୋଟି ଜିଲ୍ଲାରେ 'ଲକ୍ଷ୍ମୀ ବସ୍' (LAccMI Bus) ସେବା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ପର୍ବ ଶେଷ ହୋଇଛି । 

Advertisement
LAccMI Bus: ଆଜି ତିନୋଟି ଜିଲ୍ଲାରେ ଗଡି଼ବ 'ଲକ୍ଷ୍ମୀ ବସ୍', ୫ ଟଙ୍କାରେ କରିପାରିବେ ଯାତ୍ରା
Zee Odisha Desk|Updated: Jan 31, 2024, 07:16 AM IST
Share

LAccMI Bus: ଏଣିକି ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଯାତାୟତ ହେବେ ଆହୁରି ସହଜ।  ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଲଗାତାର ପର୍ଯ୍ୟାୟ କ୍ରମେ ଖୁସି ଖବର ଦେଉଛନ୍ତି ରାଜ୍ୟ ସରକାର (odisha govt)। ଖୁବ୍ କମ୍ ଭଡାରେ ଠିକଣା ସ୍ଥାନରେ ପହଞ୍ଚି ପାରିବେ ଯାତ୍ରୀ। କାହିଁକିନା ଆଜି ତିନୋଟି ଜିଲ୍ଲାରେ 'ଲକ୍ଷ୍ମୀ ବସ୍' (LAccMI Bus) ସେବା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ପର୍ବ ଶେଷ ହୋଇଛି । ଅନୁଗୁଳ, ଢେଙ୍କାନାଳ ଓ ଦେଓଗଡରେ 'ଲକ୍ଷ୍ମୀ ବସ' ବସ୍ ସେବାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha Chief Minister Naveen Patnaik)। ଏଥିପାଇଁ (ମଙ୍ଗଳବାର) ବସ୍‌ ଗୁଡ଼ିକୁ ଆସି ଅନୁଗୁଳରେ ପହଞ୍ଚିଥିବା ବେଳେ ବସ୍ ଚଳାଚଳ ପାଇଁ ରୁଟ୍ ଚୂଡ଼ାନ୍ତ ହୋଇସାରିଛି । ରାଜ୍ୟ ସରକାର ଆରମ୍ଭ କରିଥିବା ଲକ୍ଷ୍ମୀ ବସ୍ ସେବା ( LAccMI Bus Service)ର ଶୁଭାରମ୍ଭ ପାଇଁ ଅନୁଗୁଳ ଷ୍ଟାଡିୟମ୍‌ରେ ରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ALSO READ : Weather Update: ୨୪ ଘଣ୍ଟା ପରେ ଉତ୍ତର ଓଡି଼ଶାରେ ବର୍ଷା ସମ୍ଭାବନା, ଭିଜିବ ୭ ଜିଲ୍ଲା

ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଅନୁଗୋଳ ଜିଲ୍ଲାରେ ଏକାସାଙ୍ଗରେ ୨୭ଟି ବସ୍ ଆଜିଠୁ ଗଡି଼ବ । ଅନୁଗୁଳ ସଦର ମହକୁମାରୁ ଛେଣ୍ଡିପଦା , କଣିହାଁ , ବଅଁରପାଳ , ତାଳଚେର , ଆଠମଲ୍ଲିକ , କିଶୋରନଗର ବ୍ଲକକୁ ବସ ଚଳାଚଳ କରିବ । ଏହା ସହ ବ୍ଲକରୁ ବିଭିନ୍ନ ଗାଁକୁ ମଧ୍ଯ ଏହି 'ଲକ୍ଷ୍ମୀ ବସ୍' ଗଡି଼ବାର ରୁଟ୍ ଚାଟ୍ (LAccMI Bus Route Chats) ପ୍ରସ୍ତୁତ ହୋଇଛି । ଆଜି (ବୁଧବାର) ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡ୍‌ରେ ଏହାକୁ ଉଦ୍‌ଘାଟନ କରିବେ । ଆୟୋଜିତ ହେବାକୁ ଥିବା ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ  ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ  ଯୋଗ ଦେବାର କାର୍ଯ୍ଯକ୍ରମ ରହିଛି । ତେବେ, ଏହି ଲକ୍ଷ୍ମୀ ବସ୍ ମହିଳା ପାଇଁ ଏକ ବିଶେଷ ଟିକେଟ୍ ରେ ରିହାତିର ସୁବିଧା ମଧ୍ୟ ରହିଛି।  ଯଦି କୌଣସି ମହିଳା ପଂଚାୟତରୁ ବ୍ଲକ୍ କୁ ଯାଉଛନ୍ତି । ତେବେ, ମାତ୍ରା ୫ ଟଙ୍କା ଦେଇ ଯାତ୍ରା କରିପାରିବେ ।

ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ଲକ୍ଷ୍ମୀ ବସ୍’ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିବା ବେଳେ ପରେ ଗଜପତି, କଳାହାଣ୍ତି, ରାୟଗଡା ଓ ନବରଙ୍ଗପୁରରେ ଓ କୋରାପୁଟରେ  ଏହି ଯୋଜାନା କାର୍ଯ୍ୟକାରୀ ହୋଇଥିଲା। ସେବା -ସୁରକ୍ଷା ଏବଂ ସମ୍ମାନ ଏହି ତିନି ଏସ୍ କୁ ଗୁରୁତ୍ବ ଦେଇ ଲକ୍ଷ୍ମୀ ବସ୍ ଯୋଜନା ରାଜ୍ୟରେ ଆରମ୍ଭ ହୋଇଛି । ଗାଁର ଚାଷୀ, ଛାତ୍ରଛାତ୍ରୀ, ମା' ସମସ୍ତେ ଏହା ମାଧ୍ୟମରେ ଉପକୃତ ହେବେ। ରାଜ୍ୟ ଅର୍ଥନୀତି ଆହୁରି ମଜଭୁତ ହେବା ସହ ଗାଁ ଗାଁରେ ସମୃଦ୍ଧି ଆସିବ ବୋଲି ଆଶା କରାଯାଉଛି।   ଏହି ସାର୍ବଜନୀନ ପରିବହନ ବ୍ୟବସ୍ଥା ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ବ୍ୟାପକ ପରିବର୍ତ୍ତନ ଆଣିବ। ଲୋକଙ୍କ ଦୈନନ୍ଦିନ ଗମନାଗମନ ସୁବିଧା ପାଇଁ  ଆଗାମୀ ଦିନରେ ୧,୦୦୦ରୁ ଅଧିକ ବସ୍ ନିୟୋଜିତ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର ୨୦୨୩-୨୬ ବର୍ଷ ମଧ୍ୟରେ ୩,୧୭୮ କୋଟି ଖର୍ଚ୍ଚ କରିବାକୁ ଯାଉଛନ୍ତି। 

Read More
{}{}