Srimandira: ଗତ ଫେବୃଆରୀ ୧୬ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କ୍ରାଇମବ୍ରାଞ୍ଚକୁ ଚିଠି କରାଯାଇଥିଲା। ଶ୍ରୀମନ୍ଦିର ପ୍ରଶାସନର ଭକ୍ତନିବାସ ଗୁଡିକର ନକଲି ୱେବସାଇଟ ଖୋଲି ଠକେଇ ମାମଲାରେ ଆଜି ଦୁଇ ଜଣ ଗିରଫ ହେବା ନେଇ କଟକ ରେ ପ୍ରେସ ବାର୍ତ୍ତା ରଖିଛନ୍ତି କ୍ରାଇମ୍ ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ତେବେ ଏହି ଠକେଇ ଅଭିଯୋଗ ଆସିବା ପରେ ଫେବୃଆରୀ ୧୬ ରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଟକ କ୍ରାଇମବ୍ରାଞ୍ଚ୍ ମୁଖ୍ୟାଳୟରେ ଅଭିଯୋଗ କରାଯାଇଥିଲା ବୋଲି ପୁରୀ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା।
ପୁରୀ ଶ୍ରୀମନ୍ଦିର ପ୍ରଶାସନର ଭକ୍ତନିବାସ ଗୁଡିକ ନାମରେ ନକଲି ୱେବସାଇଟ୍। ଫ୍ଯାକ୍ ୱବସାଇଟ୍ ଖୋଲି ଠକେଇ ଘଟଣା ନଜରକୁ ଆସିବାପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଥିଲା କଠୋର ପଦକ୍ଷେପ। ଆଇନଗତ କାର୍ଯ୍ଯାନୁଷ୍ଠାନ ପାଇଁ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଅନୁରୋଧ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ। ଏକ ଚିଠି ମାଧ୍ୟମରେ ମୁଖ୍ୟ ପ୍ରଶାସକ ଜଣାଇଥିଲେ କି ଶ୍ରୀମନ୍ଦିରର ନିଜସ୍ବ ୱେବସାଇଟ www.shreejagannatha.in ଏବଂ www.stayatpurijagannatha.in ମାଧ୍ୟମରେ ଭକ୍ତନିବାସ ଗୁଡିକର ବୁକିଂ ହୋଇ ଆସୁଛି। କିନ୍ତୁ କିଛି ଖଳବ୍ଯକ୍ତି ନକଲି ୱେବସାଇଟ୍ ତିଆରିକରି ଭକ୍ତନିବାସ ନାମରେ ଲୋକଙ୍କୁ ଠକେଇ କରିଥିବାର ପ୍ରମାଣ ପାଇଛି ଶ୍ରୀମନ୍ଦିର ପ୍ରଶାସନ।
ଏପରିକି ଏକ ନକଲି ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇ ଏହି ଠକେଇ ପାଇଁ ଦେଣନେଣ ହୋଇଛି। ତେଣୁ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଚିଠିରେ ଅନୁରୋଧ କରାଯାଇଥିଲା। ଏହାସହିତ ପୂର୍ବରୁ ବିଭିନ୍ନ ଥାନାରେ ଦାଖଲ ହୋଇଥିବା ଏଫ୍.ଆଇ.ଆର୍ ଗୁଡିକର ତଥ୍ଯ ମଧ୍ଯ ସଂଲଗ୍ନ କରାଯାଇଥିଲା। ତେବେ ଏହି ଅଭିଯୋଗ ଆସିବା ପରେ ଛାନବିନ ଆରମ୍ଭ କରି ସଫଳ ହୋଇଥିବା ଜଣାପଡିଛି।