Hindi News >>Home >>Odisha State

Odisha Election: ନିର୍ବାଚନ ପାଇଁ ମଦ ଦୋକାନ ବନ୍ଦ, ଖୋଲିବ ଏହି ଦିନ....

ଏଥିସହ ଫୁଲନଖରାର ଅନନ୍ତପୁର ଠିପି ବନ୍ଦ ଓ ଠିପି ଖୋଲା ମଦ ଦୋକାନ, ନହରକଣ୍ଟା ଠିପି ବନ୍ଦ, ବନମାଳିପୁର ସି.ଏଲ୍., ୭ ମାଇଲ୍ସ ପ୍ରିମିୟମ, ପାହାଳ ବିୟର ପାର୍ଲର, ଟୁଇନ୍ ସିଟି ଠିପି ଖୋଲା ଭଳି ୧୧ଟି ଦୋକାନ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବନ୍ଦ ରହିବ। ଏପଟେ ଖୋର୍ଦ୍ଧାରେ ନିର୍ବାଚନ ଥିବାରୁ ବ୍ରହ୍ମପୁରର କିଛି ଦୋକାନ ବନ୍ଦ ମଧ୍ୟ ରହିବ  ବୋଲି ଜଣାପଡ଼ିଛି।

Advertisement
Odisha Election: ନିର୍ବାଚନ ପାଇଁ ମଦ ଦୋକାନ ବନ୍ଦ, ଖୋଲିବ ଏହି ଦିନ....
Zee Odisha Desk|Updated: May 24, 2024, 12:47 PM IST
Share

Odisha Election:  ଭୁବନେଶ୍ୱର, ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ନିର୍ବାଚନ ମଣ୍ଡଳୀ। ନିର୍ବାଚନ ପାଇଁ ଭୁବନେଶ୍ଵର ସମେତ ୬ ଲୋକସଭା କ୍ଷେତ୍ରର ମତଦାନ ପାଇଁ ଗୁରୁବାର ସଂଧ୍ୟା ୫ ଟାଠାରୁ ମଦ କାଉଣ୍ଟର ଓ ବାର୍ ଗୁଡ଼ିକ ବନ୍ଦ କରି ଦିଆଯାଇଛି। ନିୟମ ଉଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ସହ ଲାଇସେନ୍ସ ବାତିଲ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ତେବେ ସମସ୍ତ ମଦ ଦୋକାନ ଗୁଡ଼ିକ ବନ୍ଦ ଥିବା ଦେଖିବାକୁ ମିଳିଛି। କିନ୍ତୁ ନିର୍ବାଚନ ପାଇଁ ଅନେକ ସ୍ଥାନରେ ଚୋରାରେ ମଦ କାରବାର ଚାଲିଥିବା ଅଭିଯୋଗ ହୋଇଛି। ଆସନ୍ତା ରବିବାର ଦିନ ୧୦ଟା ପରେ ମଦ ଦୋକାନ ଗୁଡ଼ିକ ପୁଣି ଖୋଲିବା ନେଇ କୁହାଯାଇଛି। 

ଅବକାରୀ ବିଜ୍ଞପ୍ତି ଅନୁସାରେ ଯେଉଁ ଜିଲ୍ଲାରେ ୨୫ତାରିଖ ନିର୍ବାଚନ ସେଠାରେ ଗୁରୁବାର ଅର୍ଥାତ୍ ୨୩ ତାରିଖ ୫ଟାରୁ ସମସ୍ତ ଦୋକାନ ବନ୍ଦ କରିଛନ୍ତି। ଆସନ୍ତା ୨୬ ତାରିଖ ଅର୍ଥାତ୍ ରବିବାର ଦିନ ୧୦ ବେଳେ ଦୋକାନ ଖୋଲିବ। ତା' ଛଡ଼ା ଯେଉଁ ଲୋକସଭା କ୍ଷେତ୍ରରେ ମତଦାନ ହେଉଥ‌ିବ ତାର ସୀମାନ୍ତ ଲୋକସଭା କ୍ଷେତ୍ରର ୭ରୁ ୧୦ କିମି ଭିତରେ ଥ‌ିବା ମଦ ଦୋକାନ ଓ ବାର୍‌ ଗୁଡ଼ିକ ବନ୍ଦ ରହିବ। ସେଥ‌ିପାଇଁ କିଛି ଦୋକାନ ମେ' ୨୩ରୁ ଜୁନ୍ ୪ ତାରିଖ ପର୍ଯ୍ୟନ୍ତ ୬ଦିନ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି। ଜୁନ୍ ୧ ତାରିଖରେ ଯେଉଁ ଲୋକସଭା କ୍ଷେତ୍ରରେ ନିର୍ବାଚନ ହେବ ସେଠାରେ ମେ' ୩୦ ତାରିଖ ଅପରାହ୍ନ ୫ଟା ସୁଦ୍ଧା ସବୁ ମଦ ଦୋକାନ ବନ୍ଦ ରହିବ।

ସେମାନେ ଜୁନ୍ ୨ ତାରିଖ ୧୦ ପରେ ଦୋକାନ ଖୋଲି ପାରିବେ। ଭୋଟ ଗଣତି ଦିନ ରାଜ୍ୟର ସମସ୍ତ ଠିପି ଖୋଲା ଓ ଠିପି ବନ୍ଦ ମଦ ଦୋକାନ, ଓଏସ୍‌ପିସି ଡିପୋ, ବଟ୍‌ଲିଂ ୟୁନିଟ୍ ମଧ୍ୟ ବନ୍ଦ ରଖିବାକୁ ଅବକାରୀ ବିଭାଗର ନିର୍ଦ୍ଦେଶ ରହିଛି।

Read More
{}{}