Hindi News >>Home >>Odisha State

Lok Sabha adjourned: ଧର୍ମେନ୍ଦ୍ର ବନାମ ଡ଼ିଏମକେ : ଲୋକସଭା ଅସ୍ୱାଭାବିକ ପରେ ମୁଲତବୀ, କ୍ଷମା ମାଗିଲେ ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଲୋକସଭାର ନିଜ ଦ୍ୱାରା ବ୍ୟବହୃତ ଶବ୍ଦ ପାଇଁ ସମାଲୋଚନାର ପାତ୍ର ହୋଇଛନ୍ତି। ଏପରିକି ଏହି ଶବ୍ଦକୁ ଫେରାଇ ନେବାକୁ ମଧ୍ୟ ଗୃହରେ ଅନୁରୋଧ କରିଛନ୍ତି। ଜାତୀୟ ଶିକ୍ଷା ନୀତି ଲାଗୁ କରିବା ନେଇ ତାମିଲନାଡୁ ସରକାର ଦୋମୁହାଁ ନୀତି ଆପଣାଉଛନ୍ତି ବୋଲି କହିବା ବେଳେ ଉତ୍ତେଜିତ ହୋଇ

Advertisement
Lok Sabha adjourned: ଧର୍ମେନ୍ଦ୍ର ବନାମ ଡ଼ିଏମକେ : ଲୋକସଭା ଅସ୍ୱାଭାବିକ ପରେ ମୁଲତବୀ, କ୍ଷମା ମାଗିଲେ ଶିକ୍ଷାମନ୍ତ୍ରୀ
Prabhudatta Moharana|Updated: Mar 10, 2025, 01:27 PM IST
Share

Lok Sabha adjourned: ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଲୋକସଭାର ନିଜ ଦ୍ୱାରା ବ୍ୟବହୃତ ଶବ୍ଦ ପାଇଁ ସମାଲୋଚନାର ପାତ୍ର ହୋଇଛନ୍ତି। ଏପରିକି ଏହି ଶବ୍ଦକୁ ଫେରାଇ ନେବାକୁ ମଧ୍ୟ ଗୃହରେ ଅନୁରୋଧ କରିଛନ୍ତି। ଜାତୀୟ ଶିକ୍ଷା ନୀତି ଲାଗୁ କରିବା ନେଇ ତାମିଲନାଡୁ ସରକାର ଦୋମୁହାଁ ନୀତି ଆପଣାଉଛନ୍ତି ବୋଲି କହିବା ବେଳେ ଉତ୍ତେଜିତ ହୋଇ ତାମିଲନାଡୁ ସରକାର ଏବଂ ଏହାର ଜନତାଙ୍କ ପାଇଁ uncivilised ତଥା 'ଅସଭ୍ୟ' ଶବ୍ଦ ବ୍ୟବହାର କରିଥିଲେ। ଯାହାକୁ ନେଇ ଗୃହରେ ହଟ୍ଟଗୋଳ ହୋଇଥିଲା ଏବଂ ବାଧ୍ୟ ହୋଇ ବାଚସ୍ପତିଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା।

ଆଜି ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭରୁ ଜାତୀୟ ଶିକ୍ଷା ନୀତି ପ୍ରସଙ୍ଗରେ ଗୃହ ସରଗରମ ହୋଇଥିଲା। ତାମିଲନାଡୁର ଜଣ ସଂସଦ ଡ  ସୁମତି. ତାଙ୍କ ରାଜ୍ୟକୁ କେନ୍ଦ୍ର ସରକାର ଅର୍ଥ ପ୍ରଦାନ କରୁନାହାନ୍ତି ବୋଲି କହିଥିଲେ। ଏହାର ଉତ୍ତର ଦେବାଲାଗି ଧର୍ମେନ୍ଦ୍ର ପ୍ରଧାନ ଛିଡ଼ା ହୋଇଥିଲେ। ଶ୍ରୀ ପ୍ରଧାନ କହିଥିଲେ ଦେଶର ବିଭିନ୍ନ ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ ହୋଇଛି। ଏଥିରେ କେନ୍ଦ୍ର ସରକାର ରାଜନୀତିକ ଗନ୍ଧ ଦେଖୁ ନାହାନ୍ତି। ସେଥିପାଇଁ କର୍ଣ୍ଣାଟକ, ପଞ୍ଜାବ, ହିମାଚଳ ଭଳି ଅଣ ବିଜେପି ସରକାରମାନେ ମଧ୍ୟ ସାମିଲ ରହିଛନ୍ତି।

ତାମିଲନାଡୁର ପ୍ରତି ଦଳ ଏଥିଲାଗି ତାଙ୍କ ସହ ଆଲୋଚନ କରିବା ପରେ ୟୁ ଟର୍ନ ମାରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ଆଭିମୁଖ୍ୟ ନେଇଥିବା ଅଭିଯାଗ କରି ଶ୍ରୀ ପ୍ରଧାନ କହିଛନ୍ତି ସେମାନଙ୍କ ଏହି ଆଭିମୁଖ୍ୟ ଅସଭ୍ୟ ଏବଂ ଅଗଣତାନ୍ତ୍ରିକ ବୋଲି ଅଭିହିତ କରିଥିଲେ। ଏହାକୁ କେନ୍ଦ୍ରକରି ଗୃହରେ ହଟ୍ଟଗୋଳ ହୋଇଥିଲା। ଡ଼ିଏମକେ ସାଂସଦମାନେ ଗୃହର ମଧ୍ୟଭାଗକୁ  ଆସି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ ପଚାରିଥିଲେ। ବାଚସ୍ପତିଙ୍କ ବାରମ୍ବାର ତାଗିଦ ସତ୍ୱେ ସେମାନେ ନିଜ ଆସନକୁ ଫେରି ନଥିଲେ। ଫଳରେ ଗୃହରେ ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରାୟ ଅଧ ଘଣ୍ଟା ସମୟ ଏହିପରି ଅସ୍ୱାଭାବିକ ସ୍ଥିତିରେ ଗୃହ ଚାଲିବା ପରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ।
 
ପୁଣିଥର ଗୃହ କାର୍ଯ୍ୟକୁ ଫେରିବା ପରେ ବାଚସ୍ପତି ଦୁଇ ପକ୍ଷ ଭିତର ଆଲୋଚନା ନେଇ ସୂଚନା ଦେଇଥିଲେ। ପରେ ଡ଼ିଏମକେ ସଂସଦ କାନିମୋରିଙ୍କୁ ବକ୍ତବ୍ୟ ରଖିବାକୁ କହିଥିଲେ। କାନିମୋରୀ ମନ୍ତ୍ରୀଙ୍କ ସମ୍ବୋଧନର ତାମିଲନାଡୁ ଓ ସେଠାର ବାସିନ୍ଦାଙ୍କ ପାଇଁ ବ୍ୟବହୃତ ଶବ୍ଦକୁ ନେଇ ନିନ୍ଦା କରିଥିଲେ। ପରେ ଶ୍ରୀ ପ୍ରଧାନ ଏ ଶବ୍ଦକୁ ପ୍ରତ୍ୟାହାର କରୁଥିବା ଦର୍ଶାଇଥିଲେ। ଏହା ପର ଗୃହ ସ୍ୱାଭାବିକ ହୋଇଥିଲା।

Read More
{}{}