Hindi News >>Home >>Odisha State

ମହିଳା ଖେଳାଳିଙ୍କ ମୃତ୍ୟୁ ଘଟଣା, ପରିବାରକୁ ଭେଟିଲେ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ

ଖେଳାଳିଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ, ପୁଙ୍ଖାନୁପୁଙ୍ଖ ଭାବେ ଏହାର ତଦନ୍ତ କରିବାକୁ ଉପରିସ୍ଥ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପୁରୀ ଜିଲ୍ଲା ଲୋକସଭା ପ୍ରାର୍ଥୀ ଅରୂପ ପଟନାୟକ । 

Advertisement
ମହିଳା ଖେଳାଳିଙ୍କ ମୃତ୍ୟୁ ଘଟଣା, ପରିବାରକୁ ଭେଟିଲେ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ
Soubhagya Ranjan Mishra|Updated: Apr 09, 2024, 05:10 PM IST
Share

ଭୁବନେଶ୍ୱର: ରାଜଧାନୀରେ ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି, ଜଣେ ରାଜ୍ୟସ୍ତରରେ ଖୋଖୋ ଖେଳୁଥିବା ଯୁବତୀଙ୍କ ଅକାଳ ମୃତ୍ୟୁ ଘଟିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ, ପୁଙ୍ଖାନୁପୁଙ୍ଖ ଭାବେ ଏହାର ତଦନ୍ତ କରିବାକୁ ଉପରିସ୍ଥ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି, ପୁରୀ ଜିଲ୍ଲା ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ । 

ଘଟଣାଟି ଏହିପରି, ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଲକ ସୁଜନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଗଦଳପୁର ଗ୍ରାମର ୨୧ ବର୍ଷିୟା ଯୁବତୀ ସରୋଜିନୀ ସୁନ୍ଦରା ଜଣେ ରାଜ୍ୟସ୍ତରୀୟ ମହିଳା ଖେଳାଳି । ସେ ରାଜ୍ୟସ୍ତରରେ ଖୋଖୋ ଓ ବକ୍ସିଙ୍ଗ୍ ଖେଳି ସୁନାମ ଅର୍ଜନ କରିଥିବା ବେଳେ ଆଜି ତାଙ୍କର ଏହି ଅକାଳ ମୃତ୍ୟୁ ପରିବାରରେ ଶୋକର ଛାୟା ଖେଳାଇ ଦେଇଛି । ଦୀର୍ଘ ଦେଢବର୍ଷ ହେବ ସେ ଭୁବନେଶ୍ଵରସ୍ଥିତ ଗୌତମନଗରରେ ଏକ ମେସରେ ରହୁଥିଲେ । ପାଠ ପଢିବା ସହିତ ଛୋଟ ଛୋଟ ପିଲାଙ୍କର ସ୍ପୋର୍ଟ୍ସ କୋଚ୍ ମଧ୍ୟ ଥିଲେ । ଏସବୁ ଭିତରେ ତାଙ୍କ ସହିତ ଏ ଦୁର୍ଘଟଣା ପରିବାରବର୍ଗଙ୍କୁ ଅବାକ୍ କରିଦେଇଛି । କାଲି ରାତିରେ, ତାଙ୍କ ମା’ଙ୍କ ସହିତ କଥା ହୋଇଥିଲେ କିନ୍ତୁ ଆଜି ତାଙ୍କର ମୃତ୍ୟୁ ଘଟିଛି । ସହକର୍ମୀ ମଧ୍ୟ ମୃତ୍ୟୁର କାରଣ କହି ପାରୁନଥିବା ବେଳେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଦେଇଛି । 

ପୁରୀ ଲୋକସଭା ପ୍ରାର୍ଥୀ ଶ୍ରୀ ଅରୂପ ପଟ୍ଟନାୟକ କ୍ୟାପିଟାଲ ହସ୍ପିଟାଲରେ ମୃତକଙ୍କ ପିତାମାତାଙ୍କୁ ଭେଟି ଆଶ୍ଵାସନା ଦେବା ସହିତ ପରିବାରବର୍ଗଙ୍କୁ ସହଯୋଗ ରାଶି ପ୍ରଦାନ କରିଥିଲେ । ମୃତ୍ୟୁର କାରଣ ସ୍ପଷ୍ଟ କରିବା ପାଇଁ ଡ଼ିସିପି ପ୍ରତୀକ କୁମାର ସିଂ ଙ୍କ ସହିତ ଯୋଗାଯୋଗ କରିଥିଲେ ଓ ତାଙ୍କ ଉଦ୍ୟମରେ ରେଡ଼କ୍ରସ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଇଥିଲା । ପିପିଲି ବିଧାୟକ ଶ୍ରୀ ରୁଦ୍ର ମହାରଥୀ ମଧ୍ୟ ଗଭୀର ଶୋକବ୍ୟକ୍ତ କରି ମୃତକଙ୍କ ପରିବାରକୁ ସହଯୋଗର ହାତ ବଢାଇଛନ୍ତି ।

Also Read- ରାଉରକେଲାରୁ ନିର୍ବାଚନ ଲଢିବେ ଦିଲ୍ଲୀପ ରାୟ, ଟିକେଟ ଦେବ BJP !

Also Read- Puri News: ୧୦ ଏପ୍ରିଲରେ ପୁରୀ ଯାଉଛନ୍ତି କି ? ୪ ଘଣ୍ଟା ବନ୍ଦ ଜଗା ଦର୍ଶନ...

Read More
{}{}