Home >>Odisha State

Justice Verma: ଜଷ୍ଟିସ୍‍ ବର୍ମା ପ୍ରସଙ୍ଗ: ଲୋକସଭାରେ ଆସିବ ମହାଭିଯୋଗ ପ୍ରସ୍ତାବ, ବାଚସ୍ପତିଙ୍କ ଆଲୋଚନା

ଭୁବନେଶ୍ୱର: ବାସଭବନରୁ ବିପୁଳ ନଗଦ ଟଙ୍କା ବାହାରିବା ପରେ ବିବାଦୀୟ ହୋଇଥିବା  ଜଷ୍ଟିସ୍‍ ୟଶଓ୍ୱନ୍ତ ବର୍ମାଙ୍କୁ ବହିଷ୍କାର ଲାଗି ଲୋକସଭାରେ ମହାଭିଯୋଗ ପ୍ରସ୍ତାବ ଆସିବ।  ସାଂସଦମାନଙ୍କ ଘଟଣା ପଅ୍ରତି ଉଦ୍‍ବେଗକୁ ଲକ୍ଷ୍ୟରେ ରଖି ଏ ପ୍ରସ୍ତାବ କେମିତି ଆସିବ ଏବଂ କିପରି ତାଙ୍କୁ ବହିଷ୍କାର ପାଇଁ ରାସ୍ତା ପରିଷ୍କାର କରାଯିବ ସେଥିଲା

Advertisement
Justice Verma: ଜଷ୍ଟିସ୍‍ ବର୍ମା ପ୍ରସଙ୍ଗ: ଲୋକସଭାରେ ଆସିବ ମହାଭିଯୋଗ ପ୍ରସ୍ତାବ, ବାଚସ୍ପତିଙ୍କ ଆଲୋଚନା
Prabhudatta Moharana|Updated: Jul 24, 2025, 10:08 AM IST
Share

Justice Verma: ଭୁବନେଶ୍ୱର: ବାସଭବନରୁ ବିପୁଳ ନଗଦ ଟଙ୍କା ବାହାରିବା ପରେ ବିବାଦୀୟ ହୋଇଥିବା  ଜଷ୍ଟିସ୍‍ ୟଶଓ୍ୱନ୍ତ ବର୍ମାଙ୍କୁ ବହିଷ୍କାର ଲାଗି ଲୋକସଭାରେ ମହାଭିଯୋଗ ପ୍ରସ୍ତାବ ଆସିବ।  ସାଂସଦମାନଙ୍କ ଘଟଣା ପଅ୍ରତି ଉଦ୍‍ବେଗକୁ ଲକ୍ଷ୍ୟରେ ରଖି ଏ ପ୍ରସ୍ତାବ କେମିତି ଆସିବ ଏବଂ କିପରି ତାଙ୍କୁ ବହିଷ୍କାର ପାଇଁ ରାସ୍ତା ପରିଷ୍କାର କରାଯିବ ସେଥିଲାଗି ସଂସଦର ଉଭୟ ଗୃହର ଅଧ୍ୟକ୍ଷ ଚର୍ଚ୍ଚା କରିଛନ୍ତି। ଉଭୟ ଗୃହର ମହାସଚିବ ଏବଂ ଗୃହମନ୍ତ୍ରୀ ଅମିତ ଶହଙ୍କ ଉପସ୍ଥିତିରେ ଏହି ଚର୍ଚ୍ଚା କରାଯାଇଛି। ନିଷ୍କର୍ସର ଫଳ ସ୍ୱରୂପ ଲୋକସଭାର ବାଚସ୍ପତି ଓମ୍‍ ବିର୍ଲାଙ୍କୁ ଏ ସମ୍ବନ୍ଧରେ ଏକ କମିଟି ଗଠନ କରିବେ। ଏହି ସାମ୍ବିଧାନିକ କମିଟି ଜଷ୍ଟିସ୍‍ ବର୍ମାଙ୍କ ଉପରେ ଆସିଥିବା ଅଭିଯୋଗକୁ ତର୍ଜମା କରିବ। 

ଅନ୍ୟପକ୍ଷରେ ଜଷ୍ଜଟିସ ବର୍ମା ସୁପ୍ରିମ କୋର୍ଟର ଆନ୍ତଃକମିଟି ତଦନ୍ତ ରିପୋର୍ଟକୁ ଚ୍ୟାଲେଞ୍ଜ କରି ଜଷ୍ଟିସ ବର୍ମା ଏକ ନିବେଦନ କୋର୍ଟରେ ରଖିଛନ୍ତି। ଏହାକୁ ଶୁଣାଣି କରିବା ଲାଗି ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିବାକୁ ସୁପ୍ରିମ କୋର୍ଟ  କହିଛନ୍ତି। 

ରାଜ୍ୟସଭାରେ ଏନେଇ  ବିରୋଧୀ ଦଳ ଏକ ପ୍ରସ୍ତାବ ପ୍ରଦାନ କରିଥିଲେ। ଯାହାକୁ ତତ୍‍କାଳୀନ ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼ ଗ୍ରହଣ କରି ଏକ କମିଟି ଗଠନ ଲାଗି ମଧ୍ୟ ପଦକ୍ଷେପ ନେଇଥିବା ଆଲୋଚନା ହେଉଛି। ଏହାପରେ ତାଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଚାଲିଛି। 

ହେଲେ ରାଜ୍ୟସଭାରେ ବିରୋଧୀଙ୍କ ଆବେଦନ ଗ୍ରହଣ ପୂର୍ବରୁ ଲୋକସଭାରେ ୧୪୫ ସଦସ୍ୟଙ୍କ ଦ୍ୱାରା ଦସ୍ତଖତ ହୋଇଥିବା ଏକ ପ୍ରସ୍ତାବକୁ  ଗ୍ରହଣ କରାଯାଇଛି। ପରମ୍ପରା ଅନୁସାରେ ଯେଉଁ ଗୃହରେ ଆଗ ନୋଟିସ ଆସିଥାଏ ସେହି ଗୃହରେ ଆଲୋଚନା ଆଗ ହେବାର ବିଧି ରହିଛି। ଏଣୁ ଲୋକସଭା ଏ ବିଷୟକୁ ଗ୍ରହଣ କରି ଆଲୋଚନା କରିବାକୁ ଯାଉଛି।

Read More
{}{}