Home >>Odisha State

CM Majhi Budget Speech: ଭାରତର ରେକର୍ଡ ସୃଷ୍ଟିକାରୀ ଦୀର୍ଘ ବଜେଟ୍‍ ଅଭିଭାଷଣ

Longest Budget Speech in India: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି  ବଜେଟ୍‍ ଉପସ୍ଥାପନରେ ରେକର୍ଡ ସୃଷ୍ଟି କରିଛନ୍ତି। ଏପରିକି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟ ଟପିଛନ୍ତି। ଦୀର୍ଘକାୟ ଭାଷଣରେ ଏହି ରେକର୍ଡ ସୃଷ୍ଟି ହୋଇଛି।

Advertisement
Longest Budget Speech in India
Longest Budget Speech in India
Jagdish Barik|Updated: Feb 17, 2025, 09:08 PM IST
Share

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି  ବଜେଟ୍‍ ଉପସ୍ଥାପନରେ ରେକର୍ଡ ସୃଷ୍ଟି କରିଛନ୍ତି। ଏପରିକି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟ ଟପିଛନ୍ତି। ଦୀର୍ଘକାୟ ଭାଷଣରେ ଏହି ରେକର୍ଡ ସୃଷ୍ଟି ହୋଇଛି।

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାଙ୍କର ଦ୍ୱିତୀୟ ବଜେଟ୍‍ ଅଭିଭାଷଣ ଉପସ୍ଥାପନ କରିଥିଲେ। ଯେଉଁଥିରେ ରାଜ୍ୟବାସୀଙ୍କଲାଗି ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରଦାନ କରାଯାଇଥିଲା।  ବିଧାନସଭାରେ ଅପରାହ୍ଣ ୪ଟା ବେଳେ ଏହି ବଜେଟ୍‍ ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଏକ ଗେରୁଆ ସମ୍ବଲପୁରୀ ପ୍ରିଣ୍ଟ ଥିବା ବାକ୍ସରେ ବଜେଟ୍‍ ପୁସ୍ତାକା ନେଇ ଆସିଥିଲେ। ଏହାକୁ ନିଜ ଆସନରେ ଠିଆ ହୋଇ ବାଚସ୍ପତିଙ୍କ ଆଦେଶକ୍ରମେ ପଢ଼ିବା ଆରମ୍ଭ କରିଥିଲେ। 

ଓଡ଼ିଆରେ ଏହି ଭାଷଣ ଲେଖା ହୋଇଥିଲା। ଯାହାକୁ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ୨ ଘଣ୍ଟା ୪୩ ମିନିଟ ସମୟ ନେଇଥିଲେ। ବିଧାନସଭା ଗୃହ ଭିତରେ ଲାଗିଥିବା ଡିସ୍ପ୍ଲେ  ବୋର୍ଡରେ ଏହା ସ୍ପଷ୍ଟ କରାଯାଇଥିଲା। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ୨୦୨୪ ଜୁଲାଇ ମାସରେ ଉପସ୍ଥାେପନ କରିଥିବା ବଜେଟ୍‍ ଅଭିଭାଷଣ ୨ଘଣ୍ଟା ୯ ମିନିଟ ସମୟରେ ସୀମିତ ଥିଲା। ଅର୍ଥାତ୍‍ ମୁଖ୍ୟମନ୍ତ୍ରୀଙ୍କ ଏହି ଭାଷଣ ପୂର୍ବାପେକ୍ଷା ୩୪ ମିନିଟ ଅଧିକ ଥିଲା। ସାଧାରଣ ବଜେଟ୍‍ ଓ କୃଷି ବଜେଟ ପତ୍ରିକାକୁ ପଢ଼ିବା ଲାଗି ଏହି ସମୟ ନେଇଥିଲେ ମୁଖ୍ୟମନ୍ତ୍ରୀ।

ଏହି ଭାଷଣ ସମୟ ନେବାରେ ସେ ଯେ କେବଳ ନିଜ ରେକର୍ଡକୁ ଭାଙ୍ଗିଛନ୍ତି ତାହା ନୁହେଁ। ଏହା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସବୁଠାରୁ ଲମ୍ବା ବଜେଟ୍‍ ଅଭିଭାଷଣଠୁ ବି ଅଧିକ ଥିଲା। ୨୦୨୦ ମସିହାରେ ଅର୍ଥମନ୍ତ୍ରୀ ସୀତାରମଣ ଲୋକସଭାରେ ବଜେଟ୍‍ ଉପସ୍ଥାପନ କରିବା ଲାଗି ୨ ଘଣ୍ଟା ୪୨ ମିନିଟ ସମୟ ନେଇଥିଲେ।

 

Read More
{}{}