Hindi News >>Home >>Odisha State

Odisha Crime: ବନ୍ଧୁକ ଫୁଟାଇ ୮ଲକ୍ଷ ଟଙ୍କାର ଗହଣା ଲୁଟ୍

Odisha Crime: ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ମଛଦା ନିକଟରେ ବନ୍ଧୁକ ଫୁଟାଇ ଜଣେ ଗହଣା ଦୋକାନୀଙ୍କ ଠାରୁ ଦୁର୍ବୃତ୍ତମାନେ ଗହଣା ଲୁଟ କରି ଫେରାର ହେବା ଘଟଣା ବସ୍ତା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପ୍ରକାଶ ଯେ ଏହି ସିଂଲା ଅନ୍ତର୍ଗତ ନାଇକୁଡ଼ି ଗ୍ରାମର କାହ୍ଚନୁ ଚରଣ କାମୀଳାଙ୍କ ବସ୍ତା ଥାନା ଅନ୍ତର୍ଗତ ପତ୍ରଝଡ଼ା ଗ୍ରାମରେ ଏକ ଗହଣା ଦୋକାନ ଅଛି। 

Advertisement
Odisha Crime: ବନ୍ଧୁକ ଫୁଟାଇ ୮ଲକ୍ଷ ଟଙ୍କାର ଗହଣା ଲୁଟ୍
Updated: Apr 08, 2024, 01:41 PM IST
Share

Odisha Crime: ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ମଛଦା ନିକଟରେ ବନ୍ଧୁକ ଫୁଟାଇ ଜଣେ ଗହଣା ଦୋକାନୀଙ୍କ ଠାରୁ ଦୁର୍ବୃତ୍ତମାନେ ଗହଣା ଲୁଟ କରି ଫେରାର ହେବା ଘଟଣା ବସ୍ତା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପ୍ରକାଶ ଯେ ଏହି ସିଂଲା ଅନ୍ତର୍ଗତ ନାଇକୁଡ଼ି ଗ୍ରାମର କାହ୍ଚନୁ ଚରଣ କାମୀଳାଙ୍କ ବସ୍ତା ଥାନା ଅନ୍ତର୍ଗତ ପତ୍ରଝଡ଼ା ଗ୍ରାମରେ ଏକ ଗହଣା ଦୋକାନ ଅଛି। ସେ ସ୍ଥାନୀୟ ହାଟରୁ ଦୋକାନ ସାରି ତାଙ୍କ ବାଇକରେ ଘରକୁ ଯାଉଥିବା ସମୟରେ ମଛଦା ଗ୍ରାମ ନିକଟରେ ୬ଜଣ ଦୃର୍ବୁତ୍ତ ତାଙ୍କୁ ଅଟକାଇ ବାକୁ ଉଦ୍ୟମ କରିଥିଲେ।

ସେ ନ ଅଟକିବାରୁ ତାଙ୍କୁ ଦୃର୍ବୁତ୍ତ ମାନେ ପଛରୁ ଗୁଳି ମାରିଥିଲେ। ଫଳରେ ସେ ଭୟରେ ପଡ଼ିଯିବା ସହ ଅଳ୍ପକେ ବର୍ତ୍ତି ଯାଇଥିଲେ। ଲୁଟେରାମାନେ ତାଙ୍କ ବାଇକ୍ ଡିକି ଭାଙ୍ଗି ଗହଣା ବ୍ୟାଗ ଧରି ଚମ୍ପଟ ମାରିବାରେ ସଫଳ ହୋଇ ଥିଲେ। ଏନେଇ ଲୁଟ୍ ର ଶିକାର ହୋଇ ଥିବା କାନ୍ନା ଥାନା କୁ ଖବର ଦେବା ପରେ ପୁଲିସ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଯେ କିଛି ଦିନ ଧରି ବସ୍ତା ଅଞ୍ଚଳ ରେ ଲୁଟ ତରାଜ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ୮ଲକ୍ଷ ଟଙ୍କା ର ଗହଣା ଚୋରୀ ହୋଇଛି ବୋଲି ଜଣାପଡିଛି।

Read More
{}{}