Hindi News >>Home >>Odisha State

ମହିଳାଙ୍କୁ ପିସ୍ତଲ ଦେଖାଇ ଦୁର୍ବୃତ୍ତ ଲୁଟିନେଲେ ସୁନାଚେନ୍‌

Gold chain loot: ଲୁଟ ହୋଇଥିବା ସୁନାର ମୂଲ୍ୟ ୮୦ହଜାର ଟଙ୍କାରୁ ଅଧିକ ହେବ। ଲୁଟ୍‌ ପରେ ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ।

Advertisement
ମହିଳାଙ୍କୁ ପିସ୍ତଲ ଦେଖାଇ ଦୁର୍ବୃତ୍ତ ଲୁଟିନେଲେ ସୁନାଚେନ୍‌
Zee Odisha Desk|Updated: Aug 18, 2024, 09:12 PM IST
Share

କେନ୍ଦୁଝର: କେନ୍ଦୁଝର ଜିଲ୍ଳା କେନ୍ଦେଇପଶି ପାଟଣା ରାସ୍ତାର ହନୁମାନ ଛକ ନିକଟରେ ଲୁଟ୍‌ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ଏକ ପଲସର ବାଇକ୍‌ରେ ଆସି ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଛନ୍ତି। ଏ ନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। 

ସୂଚନାଯୋଗ୍ୟ ଯେ, ଦୁଇ ଦୁର୍ବୃତ୍ତ ବାଇକ୍‌ ସମ୍ମୁଖକୁ ଆସି ପିସ୍ତଲ ଦେଖାଇ ମହିଳାଙ୍କ ସୁନା ଚେନ୍‌ ଲୁଟି ନେଇ ଫେରାର ହୋଇଯାଇଛନ୍ତି। ଉକ୍ତ ମହିଳାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅଞ୍ଚଳରେ ହୋଇଥିବା ବେଳେ ବାପଘର ପାଟଣା ଥାନା ସିଲିପଦା ଗ୍ରାମରେ। ମହିଳା ଜଣଙ୍କ ହେଉଛନ୍ତି ସୁଶାନ୍ତ ମହାନ୍ତଙ୍କ ସ୍ତ୍ରୀ ବିଜୟ ଲକ୍ଷ୍ମୀ ମହାନ୍ତ। ବିଜୟଲକ୍ଷ୍ମୀ କେନ୍ଦୁଝରରୁ ଓଟିଇଟି ପରୀକ୍ଷା ଦେଇ ଫେରୁଥିବା ବେଳେ ଲୁଟ୍‌ର ଶିକାର ହୋଇଥିଲେ। ବିଜୟ ଲକ୍ଷ୍ମୀଙ୍କ ୧୧ ଗ୍ରାମ ଓଜନର ସୁନା ଚେନ ଲୁଟ୍‌ ହୋଇଥିବା ସେ ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। 

ଅନ୍ୟପଟେ ଲୁଟ ହୋଇଥିବା ସୁନାର ମୂଲ୍ୟ ୮୦ହଜାର ଟଙ୍କାରୁ ଅଧିକ ହେବ। ଲୁଟ୍‌ ପରେ ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ। ଖବର ପାଇ ତୁରୁମୁଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ତୁରୁମୁଙ୍ଗା ଥାନାରେ ୨୪୬/୨୪ରେ ଏକ ମାମଲା ରୁଜୁ ହୋଇଛି। 

Read More
{}{}