Hindi News >>Home >>Odisha State

Mamata Mohanta: ନିଜ ପାଇଁ ନିଜେ: ପୁଣି ମମତା ମହାନ୍ତ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର: ନିଜେ ଖାଲି କରିଥିବା ଆସନ ପାଇଁ ପୁଣିଥରେ ପ୍ରାର୍ଥୀ ହୋଇଛନ୍ତି ମମତା ମହାନ୍ତ। ଆଜି ପ୍ରାର୍ଥୀର ପତ୍ର ଦାଖଲର ଶେଷ ଦିନରେ ବିଧାନସଭାର ରିଟର୍ଣ୍ଣିଂ ଅଧିକାରୀଙ୍କପାଖରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ମମତା। ତାଙ୍କ ପାଇଁ ପ୍ରସ୍ତାବକ ଭାବେ ମୁଖ୍ୟମନ୍ତ୍ରୀ ମୋହନ ମାଝି, ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟ ପ୍ରଭାରୀ ବିଜୟସି

Advertisement
Mamata Mohanta: ନିଜ ପାଇଁ ନିଜେ: ପୁଣି ମମତା ମହାନ୍ତ ରାଜ୍ୟସଭା ପ୍ରାର୍ଥୀ
Prabhudatta Moharana|Updated: Aug 21, 2024, 01:04 PM IST
Share

Mamata Mohanta:ଭୁବନେଶ୍ୱର: ନିଜେ ଖାଲି କରିଥିବା ଆସନ ପାଇଁ ପୁଣିଥରେ ପ୍ରାର୍ଥୀ ହୋଇଛନ୍ତି ମମତା ମହାନ୍ତ। ଆଜି ପ୍ରାର୍ଥୀର ପତ୍ର ଦାଖଲର ଶେଷ ଦିନରେ ବିଧାନସଭାର ରିଟର୍ଣ୍ଣିଂ ଅଧିକାରୀଙ୍କପାଖରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ମମତା। ତାଙ୍କ ପାଇଁ ପ୍ରସ୍ତାବକ ଭାବେ ମୁଖ୍ୟମନ୍ତ୍ରୀ ମୋହନ ମାଝି, ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟ ପ୍ରଭାରୀ ବିଜୟସିଂହ ତୋମାର ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଯେହେତୁ ବିଜେପି ଏବେ ବିଧାନସଭାରେ ସଂଖ୍ୟା ଗରିଷ୍ଠ ରହିଛି, ଏଣୁ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ସମ୍ଭାବନା ରହିଛି। 

ଜୁଲାଇ ୩୧ ତାରିଖ ଦିନ ମମତା ମହାନ୍ତ ରାଜ୍ୟସଭାର ସଦସ୍ୟପଦରୁ ଇସ୍ତଫା ଦେଇଥିଲେ। ୨୦୨୨ ମସିହାରେ ବିଜେଡି ଟିକଟରେ ନିର୍ବାଚିତ ହୋଇଥିବା ମମତାଙ୍କୁ ଦଳ ହେୟଜ୍ଞାନ କରିଥିବା ନେଇ ସେ ଅଭିଯୋଗ ବାଢ଼ିଥିଲେ। ଏହାସହ ସେ ଦଳ ଛାଡ଼ି ବିଜେପିରେ ମଧ୍ୟ ଯୋଗ ଦେଇଥିଲେ। ସେତେବଳେ ବିଜେପି ପକ୍ଷରୁ ଏହି ପ୍ରତିନିଧିଙ୍କୁ ଖାଲି କରାଯାଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏପରିକ ରାଜ୍ୟସଭାରେ ସଂଖ୍ୟା ବଢ଼ାଇବା ଲାଗି ଏହା ଏକ ଗୋଟି ଚାଳନା ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା।  ତାଙ୍କ ବଦଳରେ ରାଜ୍ୟ ସଭାପତି ବା ପୂର୍ବତନ ସଭାପତି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ହେଲେ ବିଜେପି ଏବେ ସବୁ ଅଙ୍କକୁ ଠେଲି ଦେଇ ମମତାଙ୍କୁ ପୁଣିଥରେ ପ୍ରାର୍ଥୀର କରିଛି। ଏହାଦ୍ୱାରା ଆସନ୍ତା ୨୨ ମାସ ବିଜେପି ପାଇଁ ମମତା ଗୃହରେ ସଦସ୍ୟ ରହିବେ। 

ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ନିର୍ବାଚନ କରାଇବା ଲାଗି ଦିନ ଧାର୍ଯ୍ୟ କରାଯାଇଛି। କିନ୍ତୁ ଯଦି ବିରୋଧୀ ଦଳ ପକ୍ଷରୁ କେହି ଦାବିଦାର ନ ଆସନ୍ତା ତେବେ ନିର୍ବାଚନର ଆବଶ୍ୟକତା ପଡ଼ିବ ନାହିଁ। ଯଦି ଭୋଟ ହୁଏ ତେବେ ବିଜେଡିର ୭୮ ସଦସ୍ୟଙ୍କ ଦ୍ୱାରା ସେ ନିର୍ବାଚିତ ହେବା ସମ୍ଭାବନା ରହିଛି।  ପ୍ରାର୍ଥୀପତ୍ର ଦାଖଲ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝି କହିଛନ୍ତି, ବିଜେପି ପକ୍ଷରୁ ମମତା ମହାନ୍ତ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତାଙ୍କର ଆଶା ରହିଛି ଯେ, ମମତା ପୁଣିଥରେ ବିଜୟୀ ହୋଇ ରାଜ୍ୟସଭାର ସଦସ୍ୟତା ମଣ୍ଡନ କରିବେ। 

ମମତା କହିଛନ୍ତି, ମୟୁରଭଞ୍ଜ ଏବଂ କୁଡ଼ୁମୀ ସମ୍ପ୍ରଦାୟର ସ୍ୱାର୍ଥ ରକ୍ଷା ପାଇଁ ସେ ସବୁବେଳେ ଚେଷ୍ଟିତ ରହି ଆସିଛନ୍ତି। ଏଥର ମଧ୍ୟ ସେହି ସ୍ୱରକୁ ରାଜ୍ୟସଭାରେ ଉତ୍ତୋଳନ କରିବେ। ରାଜ୍ୟସଭାରେ ଓଡ଼ିଶାରୁ ସମୁଦାୟ ୧୦ ଜଣ ସଦସ୍ୟଙ୍କ ଭିତରୁ ୮ ଜଣ ବିଜେଡି ସଦସ୍ୟ ରହିଛନ୍ତି। ଏବେ ଅଶ୍ୱିନୀ ବୈଷ୍ଣବଙ୍କ ପରେ ମମତା ବିଜେପିର ଦ୍ୱିତୀୟ ସଦସ୍ୟ ହେବେ। ବିଜେପି ପାଇଁ ଏହା ଗ୍ୟହରେ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ନିର୍ଣ୍ଣୟ କରିବ। ଏହି ନିର୍ବାଚନ ପରେ ରାଜ୍ୟସଭାରେ ମଧ୍ୟ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି କୁହାଯାଉଛି।

Read More
{}{}