Home >>Odisha State

Odisha News: ସାବଧାନ! ବିବାହ ଉତ୍ସବରେ ଅତିଥି ହୋଇ ଆସି ଲୁଟୁଛନ୍ତି ଲୁଟେରା...

Odisha News: ପୁରୀରେ ବିବାହ ଉତ୍ସବରେ ଲୁଟେରା ଅତିଥି। ବିନା ନିମନ୍ତ୍ରଣରେ ପହଞ୍ଚି ଯାଉଛନ୍ତି ବିଚକ୍ଷଣ ଲୁଟେରା । ଅତିଥି ସାଜି ଯାଉଛନ୍ତି ଆଉ ଲୁଟି ନେଉଛନ୍ତି ଲକ୍ଷଲକ୍ଷ ଟଙ୍କା ମୁଲ୍ଯର ଟଙ୍କା ପଇସା ଓ ଅଳଙ୍କାର। ଭୁବନେଶ୍ୱର ପରେ ପୁରୀରେ ହୋଇଛନ୍ତି ସକ୍ରିୟ। ଗତ ତିନି ତାରିଖ ଦିନ ବଳିଆପଣ୍ଡା ଅଞ୍ଚଳର ଗୋଟିଏ ହୋଟେଲରେ ଚାଲିଥିବା ବିବାହ ଉତ୍ସବରେ ବୁଲାଇଛନ୍ତି କଳାକନା।

Advertisement
Odisha News: ସାବଧାନ! ବିବାହ ଉତ୍ସବରେ ଅତିଥି ହୋଇ ଆସି ଲୁଟୁଛନ୍ତି ଲୁଟେରା...
Sanjaya Kumar Mohapatra|Updated: Mar 06, 2024, 03:01 PM IST
Share

Odisha News: ପୁରୀରେ ବିବାହ ଉତ୍ସବରେ ଲୁଟେରା ଅତିଥି। ବିନା ନିମନ୍ତ୍ରଣରେ ପହଞ୍ଚି ଯାଉଛନ୍ତି ବିଚକ୍ଷଣ ଲୁଟେରା । ଅତିଥି ସାଜି ଯାଉଛନ୍ତି ଆଉ ଲୁଟି ନେଉଛନ୍ତି ଲକ୍ଷଲକ୍ଷ ଟଙ୍କା ମୁଲ୍ଯର ଟଙ୍କା ପଇସା ଓ ଅଳଙ୍କାର। ଭୁବନେଶ୍ୱର ପରେ ପୁରୀରେ ହୋଇଛନ୍ତି ସକ୍ରିୟ। ଗତ ତିନି ତାରିଖ ଦିନ ବଳିଆପଣ୍ଡା ଅଞ୍ଚଳର ଗୋଟିଏ ହୋଟେଲରେ ଚାଲିଥିବା ବିବାହ ଉତ୍ସବରେ ବୁଲାଇଛନ୍ତି କଳାକନା। ସେପଟେ ହୋଟେଲ କି ମଣ୍ଡପରେ ବିବାହ ଉତ୍ସବ କରୁଥିବା ସମୟରେ ମୁଲ୍ଯବାନ ଜିନିଷ ପତ୍ର ନିଜ ବିଶ୍ୱାସୀ ଲୋକଙ୍କ ଦାୟୀତ୍ୱରେ ରଖିବା ପାଇଁ ପରାମର୍ଶ ଦେଇଛନ୍ତି ଏସପି। ତେବେ ଏନେଇ ତଦନ୍ତ କରାଯାଉଛି। ଭବିଷ୍ୟତରେ କିଭଳି ଏଭଳି ଘଟଣାର ପୁନରାବୃତ୍ତି ନହେବ ସେନେଇ ହୋଟେଲିଅର ମାନଙ୍କୁ ସଚେତନ କରାଯିବ ବୋଲି କହିଛନ୍ତି ଏସପି।

ଭୁବେନେଶ୍ୱରର ଏକ ବିବାହ ମଣ୍ଡପରେ ଅତିଥି ସାଜି ଲୁଟ କରିବା ଘଟଣା ମନରୁ ଲିଭିନଥିବା ବେଳେ ପୁରୀରେ ଘଟିଛି ଆଉ ଏକ ଅବିକଳ ଲୁଟପାଟ। ଅତିଥି ସାଜି ବିବାହ ଉତ୍ସବରେ ଯୋଗ ଦେଲେ ଆଉ ଲୁଟି ନେଲେ ପ୍ରାୟ ଦଶ ଲକ୍ଷ ଟଙ୍କାର ଉପହାର। ତେବେ ହୋଟେଲରେ ବହୁ ଆଡମ୍ବରରେ ଚାଲିଥିଲା ବିବାହ ଉତ୍ସବ। ଅତିଥି ମାନେ ଆସୁଥିଲେ। ସେମାନଙ୍କୁ ସ୍ଵାଗତ ଅଭ୍ୟର୍ଥନା କରାଯାଉଥିଲା। ଆଉ ଏହାର ସୁଯୋଗ ନେଇ ଜଣେ ଲୁଟେରା ଅତିଥି ସାଜି ଅତି ବିଚକ୍ଷଣତାର ସହ ବିବାହ ମଣ୍ଡପରୁ ଲୁଟି ନେଇଥିଲେ ଲକ୍ଷଲକ୍ଷ ଟଙ୍କାର ଜିନିଷପତ୍ର। ପୁରୀ ବଳିଆପଣ୍ଡା ଅଞ୍ଚଳର ଲକି ଇଣ୍ଡିଆ ନାମକ ଏକ ହୋଟେଲ ମଣ୍ଡପରେ ବିବାହ ଉତ୍ସବ ଚାଲିଥିବା ସମୟରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ବିବାହ ଉତ୍ସବରେ ଯୋଗଦେଇ ବିବାହ ମଣ୍ଡପରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ଉପହାର ଓ ଟଙ୍କା ନେଇ ଚମ୍ପଟ ମାରିଛି ଲୁଟେରା। ତେବେ ଗତ ୩ତାରିଖ ଦିନ ଲକି ଇଣ୍ଡିଆ ହୋଟେଲରେ ବାହାଘର ଚାଲିଥିବା ବେଳେ ଚତୁରତାର ସହ ଲୁଟପାଟ କରାଯାଇଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ଭାବେ ଜଣାପଡିବା ପରେ ଚାଲିଛି ତନାଘନା। ଏନେଇ ବଳିଆପଣ୍ଡା ଥାନାରେ ପରିବାର ପକ୍ଷରୁ ପ୍ରମୋଦ ମିଶ୍ର ଲିଖିତ ଏତଲା ଦେଇଛନ୍ତି।

 ତେବେ ତାଙ୍କ ଭଣଜା ସନ୍ଦୀପ ମିଶ୍ରଙ୍କର ବିବାହ ଉତ୍ସବ ବଳିଆପଣ୍ଡା ଥାନା ଲକି ଇଣ୍ଡିଆ ହୋଟେଲରେ ଆୟୋଜନ କରାଯାଇଥିଲା। ସନ୍ଧ୍ୟା ସମୟରୁ ସନ୍ଦୀପଙ୍କର ଅତିଥିମାନେ ହୋଟେଲରେ ପହଞ୍ଚି ବିବାହ ଉତ୍ସବରେ ସାମିଲ ହୋଇଥିଲେ। ବହୁ ଅତିଥି ନବଦମ୍ପତିଙ୍କୁ ସୁନା ଅଳଙ୍କାରଠାରୁ ଆରମ୍ଭ କରି ଦାମୀ ଉପହାର ପ୍ରଦାନ କରିଥିଲେ । ତେବେ ରାତି ପ୍ରାୟ ସାଢ଼େ ନଅଟା ସମୟରେ ଜଣେ ଦୁର୍ବୃତ୍ତ ଏହି ବିବାହ ଉତ୍ସବରେ ଅତିଥି ଭାବେ ପ୍ରବେଶ କରିଥିଲା । ସେ ପ୍ରାୟ ଦେଢ଼ ଘଣ୍ଟା ଏହି ହୋଟେଲରେ ରହି ସମସ୍ତଙ୍କୁ ନଜର କରିବା ପରେ ମୂଲ୍ୟବାନ ସାମଗ୍ରୀ କେଉଁଠାରେ ରହିଛି, ତାହାକୁ ଯାଞ୍ଚ କରିଥିଲା। ଏହାପରେ ଷ୍ଟେଜ୍‌ରେ ସନ୍ଦୀପ ଓ ତାଙ୍କ ନବବିବାହିତା ପତ୍ନୀଙ୍କ ସମେତ ଅନ୍ୟ ଅତିଥିମାନେ ଫଟୋ ଉଠାଇବା ସମୟରେ ସମସ୍ତଙ୍କ ନଜର ଆଢୁଆଳରେ ଲୁଟେରା ଜଣକ ଷ୍ଟେଜ୍ ପଛପଟେ ଥିବା ବ୍ୟାଗକୁ ଧରି ଚମ୍ପଟ ମାରିଥିଲା। ତେବେ ଏହି ବ୍ୟାଗରେ ଲକ୍ଷାଧିକ ଟଙ୍କା ଥିବା ଲଫାପା, ସୁନା ଅଳଙ୍କାର ଓ ଦାମୀ ଉପହାରଗୁଡ଼ିକ ରହିଥିଲା। ପ୍ରାୟ ୧୦ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଆଦି ରହିଥିବା ଅନୁମାନ କରାଯାଉଛି। ଲୁଟେରା ଜଣକ ରାତି ପ୍ରାୟ ୧୧ଟା ୩୭ ମିନିଟ୍ ସମୟରେ ବ୍ୟାଗ୍ ନେଇ ଗେଟ୍‌ରୁ ବାହାରି ଯାଉଥିବାର ସିସି କ୍ୟାମେରା ଫୁଟେଜ୍‌ରେ ରହିଛି। ଏଣୁ ସିସିଟିଭି ଫୁଟେଜ ଆଧାରରେ ଉପଯୁକ୍ତ ତଦନ୍ତ କରି ନ୍ଯାୟ ପ୍ରଦାନ କରିବାକୁ ନିବେଦନ କରିଛନ୍ତି। ସେପଟେ ଏଭଳି ଘଟଣାକୁ ଏଡାଇବା ପାଇଁ ହୋଟେଲ ବା ମଣ୍ଡପ ପକ୍ଷରୁ ଅଧିକ ସିସିଟିଭି କ୍ଯାମେରା ସଂଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ଇଭେଣ୍ଟ ମ୍ଯାନେଜର।

 ସେପଟେ ଏତଲା ଆଧାରରେ ବଳିଆପଣ୍ଡା ଥାନାରେ ଏକ ଚୋରି ମାମଲା ରୁଜୁ କରାଯାଇଛି। ସିସିଟିଭି ଫୁଟେଜ ଓ ଭିଡିଓ ମିଳିଛି। ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରାଯିବ। ଯେହେତୁ ଅବିକଳ ଦୁଇଟି ଘଟଣା ଭୁବନେଶ୍ୱରରେ ହୋଇଛି ସେଠାରେ ଫଟୋ ଏବଂ ଭିଡିଓ ମଧ୍ୟ ରହିଛି। ସ୍ପେଶାଲ ସ୍କ୍ୱଡ୍, ସିଟିଡିଏସପି ଓ ଆଇଆଇସି ମିଳିତ ଭାବେ ତଦନ୍ତ କରୁଛନ୍ତି। ଯଦି ସମାନ ଘଟଣାରେ ସମାନ ବ୍ଯକ୍ତି ଥିବା ଜଣାପଡେ ସଫଳତା ମିଳିବ। ତେବେ ବିଭିନ୍ନ ହୋଟେଲ, ମଣ୍ଡପ ଆଦି ବିଭିନ୍ନ ଅଞ୍ଚଳରେ ହେଉଥିବା ବିବାହ କାର୍ଯ୍ଯକ୍ରମରେ ମୁଲ୍ଯବାନ ଜିନିଷପତ୍ର ଓ ସ୍ୱର୍ଣ୍ଣାଳଙ୍କାରର ଦାୟୀତ୍ବ ନିଜର ବିଶ୍ୱାସୀ ଲୋକଙ୍କୁ ଦିଅନ୍ତୁ ଯେଭଳି ଚୋରୀ ହେବାର ଆଶଙ୍କା ନଥିବ ବୋଲି ପରାମର୍ଶ ଦେଇଛନ୍ତି ପୁରୀ ଏସପି। ହୋଟେଲ, ମଣ୍ଡପ ମାନଙ୍କରେ ପର୍ଯ୍ଯାପ୍ତ ସିସିଟିଭି ଲଗାଇବା ପାଇଁ କୁହାଯାଇଛି। ଏଥିପାଇଁ ହୋଟେଲିଅର ଓ ମଣ୍ଡପ ମାଲିକ ମାନଙ୍କୁ ସଚେତନ କରାଯିବ ବୋଲି କହିଛନ୍ତି।

Read More
{}{}