Hindi News >>Home >>Odisha State

Matric Result Updates: ଖୁବଶୀଘ୍ର ମ୍ୟାଟ୍ରିକ୍‍ ଫଳ; ସକାଳେ ଫଳାଫଳ, ସନ୍ଧ୍ୟାରେ ସାର୍ଟିଫିକେଟ

ଆଉ ଦୁଇ ଦିନ ପରେ ବାହାରିବ ଯୁକ୍ତ ଦୁଇ ପରୀକ୍ଷା ଫଳ।

Advertisement
Matric Result Updates: ଖୁବଶୀଘ୍ର ମ୍ୟାଟ୍ରିକ୍‍ ଫଳ; ସକାଳେ ଫଳାଫଳ, ସନ୍ଧ୍ୟାରେ ସାର୍ଟିଫିକେଟ
Prabhudatta Moharana|Updated: May 24, 2024, 12:17 PM IST
Share

Matric Exam Result: ଭୁବନେଶ୍ୱର: ଆସନ୍ତା ରବିବାର, ୨୬ତାରିଖରେ ପ୍ରକାଶ ପାଇବ ଓଡ଼ିଶା ବୋର୍ଡ ଦ୍ୱାରା ପରିଚାଳିତ ୧୦ଶ୍ରେଶୀ ପରୀକ୍ଷାଫଳ। ଏନେଇ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଦିନ ୧୦ଟା ୩୦ ମିନିଟ୍‍ ସମୟରେ  ବୋର୍ଡ କାର୍ଯ୍ୟାଳୟରେ ଫଳ ପୁସ୍ତିକା ଲୋକର୍ପଣ ହେବ। ଏହାପରେ ୧୧ଟା ୩୦ରେ ଇଣ୍ଟରନେଟ୍‍ରେ ଉପଲବ୍ଧ ହେବ ପରୀକ୍ଷାଫଳ । ଅପରାହ୍ଣରେ ପରୀକ୍ଷାର୍ଥୀ ନିଜର ଡିଜିଲ୍‍ ସାର୍ଟିଫିକେଟ୍‍ ଇଣ୍ଟରନେଟରୁ ଡାଉନଲୋଡ୍‍ କରିପାରିବେ। ପରୀକ୍ଷାଫଳ ପାଇଁ www.bse.odisha.ac.in  କୁ ଲଗ୍‍ ଇନ କରାଯାଇପାରିବ। ଯେଉଁମାନଙ୍କ ପାଖରେ ଇଣ୍ଟରନେଟ୍ ନାହିଁ ସେମାନେ ଏସ୍‍ଏମଏସ୍‍ ଜରିଆରେ ମଧ୍ୟ ଫଳାଫଳ ଜାଣିପାରିବେ। ଏଥିଲାଗି ରୋଲ ନମ୍ବର ସହ ୫୬୭୬୭୫୦ କୁ ଏସ୍‍ଏମ୍‍ଏସ୍‍ କରିବାକୁ ହେବ। 

ଯେଉଁ ପିଲାମାନଙ୍କ ଫଳାଫଳରେ ତ୍ରୁଟି ଥିବ ବା ସେମାନେ ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ଥିବେ ସେମାନେ ଚାହିଁଲେ ପୁନଃ ଖାତା ଦେଖା ପାଇଁ ଆବେଦନ କରିପାରିବ। ଏଥିଲାଗି ବୋର୍ଡ କର୍ତ୍ତୃପକ୍ଷ ମେ’ ୨୯ ତାରିଖରୁ ଆଦେଦନ ଗ୍ରହଣ କରିବେ। ଏହା ଜୁନ୍‍ ୧୨ ଯାଏ ଚାଲିବ। 

ପ୍ରାୟ ୫ ଲକ୍ଷ ଛାତ୍ରଛାତ୍ରୀ ଚଳିତ ବର୍ଷ ଓଡ଼ିଶା ବୋର୍ଡ ଦ୍ୱାରା ପରିଚାଳିତ ମ୍ୟାଟ୍ରିକ୍ୟୁଲେସନ୍‍ ପରୀକ୍ଷା ଦେଇଛନ୍ତି। ଫେବୃୟାରୀ ୨୦ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମାର୍ଚ୍ଚ ୪ ତାରିଖରେ ପରୀକ୍ଷା ଶେଷ ହୋଇ ଖାତା  ମୂଲ୍ୟାୟନ ଆରମ୍ଭ ହୋଇଥିଲା। ନିର୍ଦ୍ଧାରିତ ସମୟ ଅନୁସାରେ ମେ’ ମାସ ପ୍ରଥମ ସପ୍ତାହରେ ପରୀକ୍ଷାଫଳ ପ୍ରକାଶ ପାଇବା କଥା। କିନ୍ତୁ ବୋର୍ଡ କର୍ତ୍ତୃପକ୍ଷ ଏଥଇର ପ୍ରଥମଥର ପାଇଁ ଡିଜିଟାଲ୍‍ ସାର୍ଟିଫିକେଟ୍‍ ଦେବାର ବ୍ୟବସ୍ଥା କରିଥିବାରୁ ଫଳାଫଳ ପ୍ରକାଶନରେ ବିଳମ୍ବ ହୋଇଥିଲା। ଯାହାକୁ ନେଇ ରାଜ୍ୟରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଥିଲା।

Read More
{}{}