Home >>Odisha State

Vigilance Raid: କୁବେର ଡିଏଫଓଙ୍କୁ ଆଜି ବାନ୍ଧିପାରେ ଭିଜିଲାନ୍ସ

କେନ୍ଦୁଝର: କେନ୍ଦୁପତ୍ର ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ଘରେ ଏବେବି ଭିଜିଲାନ୍ସ ଚଢାଉ ଜାରି ରଖିଛି। ଚଢାଉ ସମୟରେ ତାଙ୍କର କେନ୍ଦୁଝରସ୍ଥିତ ବାସଭବନରୁ ପ୍ରାୟ ସାଢେ ୮ ଲକ୍ଷ ଟଙ୍କାର ବିଡ଼ା ବିଡ଼ା ୫ ଶହ ଟଙ୍କିଆ ନୋଟ ଜବତ ହୋଇଥିଲା। ସେହିପରି ଏକ ପିସ୍ତଲ୍  ମଧ୍ୟ ଜବତ କରିଛି ଭିଜିଲାନ୍ସ। ଏହି ବନ୍ଧୁକକୁ ନେଇ ପୋଲିସ ପକ୍ଷରୁ ଏବେ ଯାଞ୍ଚ କରାଯ

Advertisement
Vigilance Raid: କୁବେର ଡିଏଫଓଙ୍କୁ ଆଜି ବାନ୍ଧିପାରେ ଭିଜିଲାନ୍ସ
Abhaya mohanty|Updated: Jul 22, 2025, 11:03 AM IST
Share

Vigilance Raid:କେନ୍ଦୁଝର: କେନ୍ଦୁପତ୍ର ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ଘରେ ଏବେବି ଭିଜିଲାନ୍ସ ଚଢାଉ ଜାରି ରଖିଛି। ଚଢାଉ ସମୟରେ ତାଙ୍କର କେନ୍ଦୁଝରସ୍ଥିତ ବାସଭବନରୁ ପ୍ରାୟ ସାଢେ ୮ ଲକ୍ଷ ଟଙ୍କାର ବିଡ଼ା ବିଡ଼ା ୫ ଶହ ଟଙ୍କିଆ ନୋଟ ଜବତ ହୋଇଥିଲା। ସେହିପରି ଏକ ପିସ୍ତଲ୍  ମଧ୍ୟ ଜବତ କରିଛି ଭିଜିଲାନ୍ସ। ଏହି ବନ୍ଧୁକକୁ ନେଇ ପୋଲିସ ପକ୍ଷରୁ ଏବେ ଯାଞ୍ଚ କରାଯାଉଛି। ସେହିପରି ଆହୁରି ମଧ୍ୟ ବାସଭବନରୁ ଏକାଧିକ ଜମିଜମା କାଗଜପତ୍ର, ଏକାଧିକ ପାସ ବହି ଓ ଅନେକ କାଗଜ ପତ୍ର ଜବତ କରି ଭିଜିଲାନସ୍ ବିଭାଗ କରୁଛି ଯାଞ୍ଚ।

ସେପଟେ ଆଜି କୋଟି କୋଟି ଟଙ୍କା ସମ୍ପତିର ମାଲିକ ବା କୁବେର ଡିଏଫଓ ନିତ୍ୟାନନ୍ଦ ନାଏକଙ୍କୁ ବାନ୍ଧିପାରେ ଭିଜିଲାନ୍ସ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଠାରୁ କେନ୍ଦୁଝର କେନ୍ଦୁଲିଫ୍ ଡିଭିଜନ୍ ର DFO ନିତ୍ୟାନନ୍ଦ ନାୟକଙ୍କର ୭ଟି ଠିକଣାରେ ଭିଜିଲାନସ୍ ଚଢ଼ାଉ ଜାରି ରଖିଚି । ନିତ୍ୟାନନ ନାୟକଙ୍କର ଅନୁଗୁଳର ୩ ଟି ସ୍ଥାନରେ  ନୟାଗଡ଼ର ୨ ଟି ସ୍ଥାନରେ ଓ କେନ୍ଦୁଝର ର ୨ଟି ଠିକଣାରେ ଭିଜିଲାନସ୍ ଚିମ୍ ର ଚଢ଼ାଉ ଜାରି ରହିଛି । ଆଜି ତାଙ୍କୁ ଭିଜିଲାନ୍ସ ବିଭାଗ ଅନୁଗୁଳ ରୁ ଆଣି କେନ୍ଦୁଝର ସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ରେ ଚଢ଼ାଉ ଜାରି ରଖିଚି । ଆଜି  ଚଢ଼ାର ସରିବା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିପାରେ । ଗତକାଲି ଠାରୁ ଏହି ଚଢ଼ାଉ ଆରମ୍ଭ ହୋଇଥିବା ବେଳେ ଆଜି ଦ୍ୱିତୀୟ ଦିନରେ କେନ୍ଦୁଝର ରେ ଯାଞ୍ଚ ଚାଲିଛି ।

ଏଥିରେ ୩ଜଣ DSP, ୧୦ଜଣ ଅଧିକାରୀ ଏବଂ ଅନ୍ୟ ୨ଜଣ କର୍ମଚାରୀ ସାମିଲ୍ ହୋଇଛନ୍ତି l ତାଙ୍କର ଅନୁଗୁଳଠାରେ ଥିବା ୪ମହଲା କୋଠା, ଅନୁଗୁଳ, ବନ୍ତଳାର ମଦନମୋହନପାଟଣା ଗାଁରେ ଥିବା ପୈତୃକ ଘର, ଅନୁଗୁଳ, ଜଗନ୍ନାଥପୁର ଠାରେ ଥିବା ସମ୍ପର୍କୀୟଙ୍କ ଘର,  ନୟାଗଡ଼ ର କୋମଣ୍ଡ ରେ ଥିବା ତାଙ୍କ ପୁଅଙ୍କ ଘର, ପୁଅର ନୟାଗଡ଼ ଜିଲ୍ଲା ନୂଆ କୋମଣ୍ଡ ,  ଠାରେ ଥିବା କାର୍ଯ୍ୟାଳୟ, କେନ୍ଦୁଝର କେନ୍ଦୁଲିଫ୍ କାର୍ଯ୍ୟାଳୟ, ପାର୍କ ଲାଇନ ସ୍ଥିତ କେନ୍ଦୁଝର ସରକାରୀ ବାସଭବନ କୁ ଜାଗି ରହିଛନ୍ତି ଭିଜିଲାନସ୍ ଟିମ, କେନ୍ଦୁଲିପି ଡିଏଫଓ ଙ୍କୁ ଧରି କେନ୍ଦୁଝର ପହଂଚିବା ପରେ ତାଙ୍କ ଘରେ ଭିଜିଲାନ୍ସ ବିଭାଗ କରିବ ଛାନଭିନ ।

Read More
{}{}