Home >>Odisha State

ମେଘନାଦ ପାଚେରୀରେ ଫାଟ ଘଟଣା, ASI ଓ ପୁର୍ତ୍ତ ବିଭାଗ ସହ ପ୍ରଶାସନର ଆଲୋଚନା

ଏଏସଆଇ ତରଫରୁ ପ୍ରାଚୀରର ସରଂକ୍ଷଣ କାର୍ଯ୍ୟ କରାଯିବ ପ୍ରଖଚୀରର କ୍ଷତ ସମ୍ପର୍କରେ ସର୍ଭେ କରାଯାଇଛି ଏବଂ ଏଏସ୍ ଆଇ ଡିଜିଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ ଆରମ୍ଭ ହେବ। 

Advertisement
ମେଘନାଦ ପାଚେରୀରେ ଫାଟ ଘଟଣା, ASI ଓ ପୁର୍ତ୍ତ ବିଭାଗ ସହ ପ୍ରଶାସନର ଆଲୋଚନା
Soubhagya Ranjan Mishra|Updated: Nov 06, 2024, 10:11 PM IST
Share

ପୁରୀ: ମେଘନାଦ ପାଚେରୀରେ ଫାଟ ସୃଷ୍ଟି ହେବା ସହ ପାଣି ଗଳିବା ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବରିଷ୍ଠ ଅଧିକାରୀ ଏଏସ୍ ଆଇ ଓ ପୁର୍ତ୍ତ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଡ୍ରେନ କାର୍ଯ୍ୟ ଆରମ୍ଭ ହୋଇଯାଇଛି। 

ସୂଚନା ମୁତାବକ, ଏଏସଆଇ ତରଫରୁ ପ୍ରାଚୀରର ସରଂକ୍ଷଣ କାର୍ଯ୍ୟ କରାଯିବ ପ୍ରଖଚୀରର କ୍ଷତ ସମ୍ପର୍କରେ ସର୍ଭେ କରାଯାଇଛି ଏବଂ ଏଏସ୍ ଆଇ ଡିଜିଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ ଆରମ୍ଭ ହେବ। ଏହି କାର୍ଯ୍ୟରେ ଏଏସଆଇ ଓ ଶ୍ରୀ ମନ୍ଦିର ପ୍ରଶାସନ ମିଳିତ ଭାବରେ ସରଂକ୍ଷଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ମେଘନାଦ ପ୍ରାଚୀରର ସରଂକ୍ଷଣ କାର୍ଯ୍ୟକୁ କାର୍ତ୍ତିକ ମାସ ପରେ କରାଯିବ । ମେଘନାଦ ପ୍ରାଚୀରର ଚତୁପାର୍ଶ୍ଵରେ ରହିଥିବା ସମସ୍ୟା ଉପରେ ତର୍ଜମା କରାଯାଇ କ୍ଷତିଗ୍ରସ୍ତ ସ୍ଥାନକୁ ଚି଼ହ୍ନଟ କରାଯାଇଛି । ବର୍ତ୍ତମାନ ପୂର୍ବ ପାର୍ଶ୍ଵ ମେଘନାଦ ପାଚେରୀରେ ଜଳ ନିଷ୍କାସନ ବନ୍ଦ କରିବା ପାଇଁ ଗ୍ରାଉଟିଂ କରାଯିବା ସହ ଉପଯୁକ୍ତ ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ବିଶେଷକରି ପଶ୍ଚିମଦ୍ବାର ଓ ଦକ୍ଷିଣଦ୍ବାର ନିକଟବର୍ତ୍ତୀ ସ୍ଥାନରେ ଡ୍ରେନ ଉପରେ ବିଧିବଦ୍ଧ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।

Also Read- Jio Preapaid Plan: BSNL ସହ କଡା ଟକ୍କର ! ନୂଆ ପ୍ଲାନରେ 11 OTT ଆପ୍ ଫ୍ରି ସବସ୍କ୍ରିପସନ୍

Also Read- ବରିଷ୍ଠ ସେବାୟତଙ୍କୁ ଆକ୍ରମଣ ଘଟଣା, ଜଣଙ୍କୁ ନିଲମ୍ୱନ କଲେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ

Read More
{}{}