Home >>Odisha State

ସୁଭଦ୍ରା ଯୋଜନାକୁ ନେଇ ଆସିଲା ଚାଞ୍ଚଲ୍ୟ ଖବର; ୧୫୭ଜଣ ପୁରୁଷ କରିଛନ୍ତି ଆବେଦନ: ଉପ ମୁଖ୍ୟମନ୍ତ୍ରୀ

Subhadra Yojana: ଆଧାର କାର୍ଡର ଯେତେବେଳେ ବ୍ୟାଙ୍କ ଲିଙ୍କ ଡାଟା ଆସିଲା ସେତେବେଳେ ଏ ତଥ୍ୟ ସାମ୍ନାକୁ ଆସିଲା। ବେଳେ ବେଳେ ପୁଅ ନାଁ ଓ ଝିଅ ନାଁ ଏକା ଭଳି ଥାଏ। ସେମାନେ ତ୍ରୃଟିରେ ଆବେଦନ କରିଦେଇଥିବେ, କିନ୍ତୁ ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି। 

Advertisement
ସୁଭଦ୍ରା ଯୋଜନାକୁ ନେଇ ଆସିଲା ଚାଞ୍ଚଲ୍ୟ ଖବର; ୧୫୭ଜଣ ପୁରୁଷ କରିଛନ୍ତି ଆବେଦନ: ଉପ ମୁଖ୍ୟମନ୍ତ୍ରୀ
Zee Odisha Desk|Updated: Jan 22, 2025, 11:57 AM IST
Share

ଭୁବନେଶ୍ଵର: ସୁଭଦ୍ରା ଯୋଜନାକୁ ନେଇ ଆସିଲା ଚାଞ୍ଚଲ୍ୟ ଖବର। ଯୋଜନାରେ ମହିଳାମାନେ ଆବେଦନ କରୁଥିବାବେଳେ ବର୍ତ୍ତମାନ ପୁରୁଷ ମାନେ ବି ଆବେଦନ କରିଛନ୍ତି। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ରାଜ୍ୟର ୧୫୭ ପୁରୁଷ ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି। ଆବେଦନ କରିଥିବା ୧୫୭ଜଣ ପୁରୁଷଙ୍କୁ ବାଦ୍ ଦିଆଯାଇଛି। ଆଧାର କାର୍ଡର ବ୍ୟାଙ୍କ ଲିଙ୍କ୍ ଡାଟା ଆସିବା ପରେ ଜଣାପଡିଲା। ଭୁଲବଶତଃ ଆବେଦନ କରିଥିବେ, ସେମାନଙ୍କୁ ବାଦ୍ ଦିଆଯାଇଛି। ରାଜ୍ୟ ବାହାରେ ଥିଲେ ବି ସୁଭଦ୍ରା ପାଇପାରିବେ, ଆବେଦନ କରନ୍ତୁ। ଗଞ୍ଜାମ, ଦେବଗଡ ଏବଂ ପଶ୍ଚିମ ଓଡିଶାର ବହୁ ମହିଳା ରାଜ୍ୟ ବାହାରେ ଅଛନ୍ତି। ପ୍ରବାସୀ ମହିଳା ମାନେ କିପରି ସୁଭଦ୍ରା ଟଙ୍କା ପାଇବେ, ସେ ନେଇ ସରକାର ଚେଷ୍ଟା କରୁଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ। 

କହିଛନ୍ତି ଯେ ଆଧାର କାର୍ଡର ଯେତେବେଳେ ବ୍ୟାଙ୍କ ଲିଙ୍କ ଡାଟା ଆସିଲା ସେତେବେଳେ ଏ ତଥ୍ୟ ସାମ୍ନାକୁ ଆସିଲା। ବେଳେ ବେଳେ ପୁଅ ନାଁ ଓ ଝିଅ ନାଁ ଏକା ଭଳି ଥାଏ। ସେମାନେ ତ୍ରୃଟିରେ ଆବେଦନ କରିଦେଇଥିବେ, କିନ୍ତୁ ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି। 

Read More
{}{}