Hindi News >>Home >>Odisha State

Odisha News: ଭୁବନେଶ୍ୱରରେ ଟାଟା ଟ୍ରଷ୍ଟର ଅନ୍ତରଣ ଉତ୍ସବ

Odisha News:ଭୁବନେଶ୍ୱର: ମୌଳିକ କାରିଗରୀକୁ ପ୍ରୋତ୍ସାହନ ଦେବା ତଥା ହସ୍ତତନ୍ତ କ୍ଷେତ୍ରରେ ରୂପାନ୍ତରଣ ଉଦ୍ଦେଶ୍ୟରେ ଟାଟା ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଛି ‘ଅନ୍ତରଣ’ ଉତ୍ସବ।  ଏହା ଭୁବନେଶ୍ୱରରର ନ୍ୟୁ ମ୍ୟାରିୟନ ହୋଟେଲ୍‍ ଠାରେ ଶୁକ୍ରବାର ଦିନ ଆରମ୍ଭ ହୋଇଛି।  ମାଣିଆବନ୍ଧ ଏବଂ ଗୋପାଳପୁରର କାରିଗରୀକୁ ଭିତ୍ତିକରି ଏଠାରେ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଛି। 

Advertisement
Odisha News: ଭୁବନେଶ୍ୱରରେ ଟାଟା ଟ୍ରଷ୍ଟର ଅନ୍ତରଣ ଉତ୍ସବ
Zee Odisha Desk|Updated: Mar 23, 2024, 01:42 PM IST
Share

Odisha News:ଭୁବନେଶ୍ୱର: ମୌଳିକ କାରିଗରୀକୁ ପ୍ରୋତ୍ସାହନ ଦେବା ତଥା ହସ୍ତତନ୍ତ କ୍ଷେତ୍ରରେ ରୂପାନ୍ତରଣ ଉଦ୍ଦେଶ୍ୟରେ ଟାଟା ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଛି ‘ଅନ୍ତରଣ’ ଉତ୍ସବ।  ଏହା ଭୁବନେଶ୍ୱରରର ନ୍ୟୁ ମ୍ୟାରିୟନ ହୋଟେଲ୍‍ ଠାରେ ଶୁକ୍ରବାର ଦିନ ଆରମ୍ଭ ହୋଇଛି।  ମାଣିଆବନ୍ଧ ଏବଂ ଗୋପାଳପୁରର କାରିଗରୀକୁ ଭିତ୍ତିକରି ଏଠାରେ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଯେଉଁଠାରେ ନୂଆ ପିଢ଼ିର ଯୁବ କାରିକରଙ୍କ ସର୍ଜନାରେ ବୁଣାଯାଇଥିବା ଶାଢ଼ି, ଓଢ଼ଣୀ, ଷ୍ଟୋଲ ପ୍ରଭୃତି ପ୍ରଦର୍ଶନ କରାଯାଉଛି। ଏଗୁଡ଼ିକ ଟସର ଘୀଚା, ମଲବେରୀ ଏବଂ କପା ସୂତାରେ ତିଆରି କରାଯାଇଛି। 

ଅନ୍ତରଣ ହେଉଛି  ଭାରତର ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷାତ୍ରରେ ରୂପାନ୍ତରଣ ଆଣିବା ଲାଗି ଟାଟା ଟ୍ରଷ୍ଟର ଏକ ଉଦ୍ୟମ। ଏହା ଆସାମ, ନାଗାଲ୍ୟାଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ହସ୍ତଶିଳ୍ପ ଓ ଉଭୟ ତନ୍ତ ଏବଂ ବୁଣାକାରଙ୍କୁ ଉତ୍ସାହିତ କରି ଯୁବା ପିଢ଼ିଙ୍କୁ ଏହି ଶିଳ୍ପରେ ଧରି ରଖିବା ଲାଗି ସହାୟକ ହେଉଛି। ଏହିକ୍ରମରେ ଆଗ୍ରହୀ ବୁଣାକାରଙ୍କୁ ବୈଷୟିକ, ଔଦ୍ୟୋଗିକ ଓ ବଜାର ସହାୟତା ଯୋଗାଇ ଦିଆଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ଉଦ୍ୟମ ୫ ବର୍ଷ ପାଲଇୋ ଜାରି ରହିବ। ଏଥିରେ ବିଭିନ୍ନ ସ୍ଥାନରେ ଇନ୍‍କ୍ୟୁବେସନ୍‍ ଏବଂ ଡିଜାଇନ୍‍ କେନ୍ଦ୍ର ଖୋଲାଯିବାର କାର୍ଯ୍ୟକ୍ରମ ଥିବା ଟାଟା ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।

Read More
{}{}