Home >>Odisha State

ମଣ୍ଡି ବୁଲିଲେ କୃଷିମନ୍ତ୍ରୀ କେଭି ସିଂଦେଓ ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

Ministers visited mandi: ସମୀକ୍ଷା ବୈଠକ ଦୀର୍ଘ ୫ ଘଣ୍ଟା ଧରି ଚାଲିଥିବା ବେଳେ ଏଥିରେ ଜିଲ୍ଲାର ୨୪ଟି ବିଭାଗର ସମୀକ୍ଷା କରାଯାଇ ସରକାରଙ୍କ ଯୋଜନା ଲୋକାଭିମୁଖୀ କରି ଲୋକଙ୍କ ପାଖରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ। 

Advertisement
ମଣ୍ଡି ବୁଲିଲେ କୃଷିମନ୍ତ୍ରୀ କେଭି ସିଂଦେଓ ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ
Zee Odisha Desk|Updated: Dec 28, 2024, 10:41 AM IST
Share

ରାୟଗଡ଼ା: ଧାନ ମଣ୍ଡି ବୁଲିଲେ ଦୁଇ ମନ୍ତ୍ରୀ। ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ୫ ଘଣ୍ଟାର ମାରାଥନ ସମୀକ୍ଷା କରିଛନ୍ତି। ରାୟଗଡା ଦିନିକିଆ ଗସ୍ତ କରିଥିବା ବେଳେ ଉଭୟ ମନ୍ତୀ ରାୟଗଡା ଉପକଣ୍ଠ ଜମାଦେଇ ପେଣ୍ଠ ମଣ୍ଡି ବୁଲି ସ୍ଥିତ ପରଖିବା ସହ ଚାଷୀଙ୍କ ସହ ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି। ସନ୍ଧ୍ୟାରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲା ସ୍ଥରୀୟ ସମୀକ୍ଷା ବୈଠକ କରିଛନ୍ତି। 

ଉକ୍ତ ସମୀକ୍ଷା ବୈଠକ ଦୀର୍ଘ ୫ ଘଣ୍ଟା ଧରି ଚାଲିଥିବା ବେଳେ ଏଥିରେ ଜିଲ୍ଲାର ୨୪ଟି ବିଭାଗର ସମୀକ୍ଷା କରାଯାଇ ସରକାରଙ୍କ ଯୋଜନା ଲୋକାଭିମୁଖୀ କରି ଲୋକଙ୍କ ପାଖରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ। 

Read More
{}{}