Home >>Odisha State

MLA LAD FUND: ବିଧାୟକଙ୍କ ହାତପାଣ୍ଠିକୁ ବଢ଼ାଇଲେ ମୋହନ ମାଝି, ଏଣିକି ବର୍ଷକୁ ୫ କୋଟି ଖର୍ଚ୍ଚ କରିବେ ଜଣେ ବିଧାୟକ

MLA LAD  FUND: ଏହା ସହ ଖର୍ଚ୍ଚରେ ଜିଏସ୍ଟି  ସଂଯୋଗ ହେଉଥିବାରୁ ପ୍ରକଳ୍ପ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଉଛି ବୋଲି ବିଧାୟକମାନେ ଦାବି କରିଥିଲେ। ଏହି ଦାବିକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝି ଆଜି ବଜେଟ୍‍ ଉପସ୍ଥାପନ ବେଳେ ଏମଏଲ୍ଏଇ ଲ୍ୟାଡ ଫଣ୍ଡକୁ ୫ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି।

Advertisement
MLA LAD  FUND: ବିଧାୟକଙ୍କ ହାତପାଣ୍ଠିକୁ ବଢ଼ାଇଲେ ମୋହନ ମାଝି, ଏଣିକି ବର୍ଷକୁ ୫ କୋଟି ଖର୍ଚ୍ଚ କରିବେ ଜଣେ ବିଧାୟକ
Priyambada Rana|Updated: Feb 17, 2025, 07:33 PM IST
Share
MLA LAD  FUND: ଏଣିକି ଜଣେ ବିଧାୟକ ନିଜ ବିଧାନସଭା ମଣ୍ଡଳୀର ବିକାଶ ଲାଗଭି ବର୍ଷକୁ ୫ କୋଟି ଟଙ୍କା ଖର୍ଚ୍ଚ କରିପାରିବେ। ଏନେଇ ବଜେଟରେ ଅର୍ଥ ବ୍ୟବସ୍ଥା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଆଞ୍ଚଳିକ ବୈଷମ୍ୟ ଦୂର କରିବା ଲାଗି ଏହି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏ ବାବଦରେ ସମୁଦାୟ ୭୩୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏପ୍ରିଲ ୧ରୁ ଆରମ୍ଭ ହେବାକୁ ଥିବା ଆର୍ଥିକ ବର୍ଷ ଲାଗି ଏହି ଅର୍ଥକୁ ଖର୍ଚ୍ଚ କରିପାରିବେ ବିଧାୟକ। 
 
ପୂର୍ବରୁ ବିଧାୟକମାନଙ୍କର ହାତ ପାଣ୍ଠି ବା ଆଞ୍ଚଳିକ ବିକାଶ ପାଣ୍ଠି ଲ୍ୟାଡ୍‍ ଣ୍ଡ ୩ କୋଟି ଟଙ୍କା ଥିଲା। ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟଲାଗି କୌଣସି ବିଧାୟକ ଏହି ଅର୍ଥ ଖର୍ଚ୍ଚ କରିବା ଲାଗି ବ୍ୟବସ୍ଥା ରହିଥିଲା। ହେଲେ ଦିନକୁ ଦିନ ଅଧିକ ଅର୍ଥର ଆବଶ୍ୟକତା ଓ ଲୋକଙ୍କ ଦାବିକୁ ନଜରରେ ରଖି ବିଧାୟକମାନେ ବିଧାନସଭାରେ ଏ ନେଇ ଦାବି କରି ଆସୁଥିଲେ। ଏହା ସହ ଖର୍ଚ୍ଚରେ ଜିଏସ୍ଟି  ସଂଯୋଗ ହେଉଥିବାରୁ ପ୍ରକଳ୍ପ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଉଛି ବୋଲି ବିଧାୟକମାନେ ଦାବି କରିଥିଲେ। ଏହି ଦାବିକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝି ଆଜି ବଜେଟ୍‍ ଉପସ୍ଥାପନ ବେଳେ ଏମଏଲ୍ଏଇ ଲ୍ୟାଡ ଫଣ୍ଡକୁ ୫ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି।
Read More
{}{}