Mohan charan Majhi: ଭୁବନେଶ୍ୱର: ଆଜି ରାଜ୍ୟର କିଛି ଖ୍ୟାତନାମା ଖବରକାଗଜର ପ୍ରଥମ ପୃଷ୍ଠା ସରକାରଙ୍କ ଦ୍ୱାରା କିଣା ଯାଇଛି। ଯେଉଁଥିରେ ଏକ ବିଶାଳ ବିଜ୍ଞାପନ ପ୍ରକାଶ କରାଯାଇ କୁହାଯାଇଛି ଯେ ନିର୍ବାଚନ ପୂର୍ବରୁ ଯାହା ପ୍ରତିଶୃତି ଦିଆଯାଇଥିଲା ତାହା ପୂରଣ ହୋଇଛି। ୯ଟି ବିନ୍ଦୁକୁ ନେଇ ସରକାର ବିଜ୍ଞାପନ ପ୍ରକାଶ କରିଛନ୍ତି । ଆସନ୍ତୁ ସେଇ ବିନ୍ଦୁ ଗୁଡ଼ିକକୁ ଆଲୋଚନା କରିବା।
ପ୍ରଥମ ବିନ୍ଦୁ ହେଉଛି ‘ଲୋକଙ୍କ ପାଇଁ ସରକାର, ଲୋକଙ୍କ ସରକାର’। ପ୍ରଥମ ଦିନରୁ ଏହି ବାର୍ତ୍ତା ଦେବାକୁ ଯାଇ ସରକାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କାର୍ଯ୍ୟକାରୀ ହୋଇଥିବା କହିଛନ୍ତି। ସିଧାସଳଖ ଅଭିଯୋଗ ପ୍ରକେଷ୍ଠ ମାଧ୍ୟରେ ଆସିଥିବା ଅଭିଯୋଗର ୮୫ ପ୍ରତିଶତ ସମାଧାନ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ପୁଣି ଏହି ବିଜ୍ଞାପନରେ କୁହାଯାଇଛି ଯେ ସରକାର ସମ୍ବଲପୁରରେ ଅଭିଯୋଗ ଶୁଣାଣି କରି ଏକ ଅଦ୍ୱିତୀୟ ପଦକ୍ଷେପ ନେଇଛନ୍ତି।
ଏହି ବିନ୍ଦୁକୁ ଟିକେ ନିରିଖେଇ ଅନୁଶୀଳନ କରନ୍ତୁ। ରାଜ୍ୟ ସରକାରଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଛି ସତ କିନ୍ତୁ କେତେ ସମୟ ଏହା ଲୋକଙ୍କ ଅଭିଯୋଗକୁ ଶୁଣିଛି? ଯେତେବେଳେ ଏହି ଅଭିଯୋଗ ପ୍ରକୋଷ୍ଠ ଖୋଲିଲା ସେତେବେଳେ କୁହାଯାଇଥିଲା ପ୍ରତି ସୋମବାର ଅଭିଯୋଗ ପ୍ରକୋଷ୍ଠ ଖୋଲିବ। କିନ୍ତୁ ହେଉଛି କ’ଣ? ମାସକୁ ଥରେ ବି ଭୁବନେଶ୍ୱରରେ ଅଭିଯୋଗ ଶୁଣାଣି ହେବା କଷ୍ଟକର ହୋଇପଡ଼ୁଛି। ଅପରପକ୍ଷେ ଅଭିଯୋ ପ୍ରକୋଷ୍ଠ ନିର୍ମାଣ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଠିକ୍ ସେହିପରି ଅନ୍ଲାରଇନ୍ ରେ ଆବେଦନ କଲେ ହିଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣିବେ ବୋଲି କୁହାଯାଇଛି। ତାହା ପୁଣି ୧୦୦୦ ଆବେଦନକର୍ତ୍ତାଙ୍କ ଲାଗି ଖୋଲା ରହୁଛି। ପ୍ରତି ସୋମବାର ଅଭିଯୋଗ ପ୍ରକୋଷ୍ଠ ଖୋଲୁ ନଥିବାରୁ ଏହି ପ୍ରକୋଷ୍ଠ ଏବେ ଜରୁରୀ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ପହଞ୍ଚଯୋଗ୍ୟ ହୋଇପାରୁ ନାହିଁ। ଅଭିଯୋଗଟିଏ ଅନଲାଇନରେ ଦାଖଲ କରିବା ପାଇଁ ଅଭିଯୋଗକାରୀଙ୍କୁ ଇଣ୍ଟରନେଟ୍ ଥିବା ବ୍ୟକ୍ତି ପାଖରେ ନେହୁରା ହେବାକୁ ପଡ଼ୁଛି। ଏଥିନେଇ ତାକୁ ଅର୍ଥ ବୋଝ ବି ବହନ କରିବାକୁ ପଡ଼ୁଛି।
ଖାଲି ସେତିକି ନୁହେଁ ଏହି ଅଭିଯୋଗ ଶୁଣାଣି ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାସ୍ତରରେ ଅଭିଯୋ ପ୍ରକୋଷ୍ଠା ଚାଲୁ କରିବେ େବାଲି କହିଥିଲେ। ତାହା ପାଣିରେ ଗାର ହୋଇଛି। ଯେତେବେଳେ ପଶ୍ଚିମ ଓହ଼ିଶାରେ ସଙ୍କଟ ଆସିଲା ସେତେବେଳେ ସେଠାରେ ଏକ ଶିବିର ଆୟୋଜନ କରାଯାଇଥିଲା। ବେଶ୍ ପ୍ରଚାର ହେଲା। କିନ୍ତୁ ବର୍ଷ ଭିତରେ ରାଜ୍ୟ ସରକାର ଅନ୍ୟ କୌଣସି ପ୍ରାନ୍ତକୁ ଯିବାରେ ସକ୍ଷମ ହେଲେ ନାହିଁ। ସମ୍ବଲପୁରକୁ ଥରେ ଯାଇ ସରକାର ଅନେକ ପ୍ରଚାର କରିଛନ୍ତି। କିନ୍ତୁ ଏହା ପୂର୍ବରୁ ମନେ ରଖିବା ଦରକାର ଯେ ପୂର୍ବ ସରକାର ନିର୍ବାଚନ ପୂର୍ବରୁ ଜିଲ୍ଲା ଜିଲ୍ଲା ବୁଲି ଲୋକଙ୍କ ସମସ୍ୟା ସମାଧାନ କରୁଥିଲେ। ଏଣୁ କୌଣସି ଅଭିନବ ପଦକ୍ଷେପ ଏଥିରେ ନାହିଁ। ବରଂ ପ୍ରତି ସପ୍ତାହରେ ଅଭିଯୋଗ ପ୍ରକୋଷ୍ଠ ଖୋଲା ନରଖିବା ଏବଂ ଜିଲ୍ଲାସ୍ତରରେ ଘୋଷଣା ଅନୁସାରେ ଅଭିଯୋଗ ଗ୍ରହଣ ନହେବା ହେଉଛି ସବୁଠାରୁ ବଡ଼ ବିଫଳତା।
ଦ୍ୱିତୀୟ ବିନ୍ଦୁକୁ ଆସିବା। ‘ସୁସ୍ଥ ଓଡ଼ିଶା-ସଶକ୍ତ ଓଡ଼ିଶା’। ଏଥିରେ ସରକାର ଆୟୁଷ୍ମାନ ଯୋଜନାକୁ ଲାଗୁ କରିବା, ଆୟୁଷ୍ମାନ ବୟୋବନ୍ଦନା ଯୋଜନା ଲାଗୁ ହେବାକୁ ସଫଳତା ବୋଲି କହିଛନ୍ତି। ଏହର ମନେ ରଖିବା ଦରକାରଯେ ଏ ଦୁଇଟି ଯୋଜନା ହେଉଛି କେନ୍ଦ୍ର ପ୍ରୟୋଜିତ। ପୁଣି ଲାଗୁ କରିବା ଲାଗି ରାଜ୍ୟ ପାଖରେ ପୂର୍ବ ପ୍ରସ୍ତୁତ ଢାଞ୍ଚା ରହିଛି। କାରଣ ଆୟୁଷ୍ମାନ ପୂର୍ବରୁ ଏଠାରେ ବିଜୁ ସ୍ୱାସ୍ଥ୍ୟକାର୍ଡ ଲାଗୁ ହେଉଥିଲା। ଅର୍ଥାତ୍ ହିତାଧିକାରୀ ଚିହ୍ନଟ ସହ ଡାକ୍ତରଖାନା ତାଲିକାଭୁକ୍ତ କରିବା ପ୍ରକ୍ରିୟା ଶେଷ ହୋଇଛି। ଖାଲି ନାଁ ବଦଳାଇବା ଯାହା ରହିଥିଲା। କିନ୍ତୁ କେନ୍ଦ୍ର ସରକାରଙ୍କ ଏହି ଫ୍ଲାଗ୍ଶିନପ୍ ଯୋଜନାକୁ ଲାଗୁ କରିବା ଲାଗି ସରକାରଙ୍କୁ ୧୦ ମାସ ସମୟ ଲାଗି ଗଲା। ଏପ୍ରିଲ ୧ରେ ଲାଗୁ ହେଲା ଆୟୁଷ୍ମାନ। ଖାଲି ଲାଗୁ ହେଲା ବୋଲି ସମସ୍ୟା ସରିଗଲା ତା ନୁହେଁ। ଏଯାଏ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରିବା ମୁସ୍କିଲ ହୋଇଛି। ଏଯାଏ ରୋଗୀ ବିନା ପ୍ରତିବନ୍ଧକରେ ଚିକିତ୍ସା ସୁବିଧା କି ଔଷଧ ପାଉ ନାହାନ୍ତି। ଏହା ସ୍ପଷ୍ଟ କରୁଛି ଯେ ସରକାରୀ ଦଳ ଯାହା କହିଥିଲା ସରକାରୀ କଳ ତାହାକୁ ଠିକଣା ରୂପାୟନ କରିପାରୁ ନାହିଁ। ଅର୍ଥାତ୍ ସରକାରୀ କଳ ଉପରେ ନିୟନ୍ତ୍ରଣ କରିପାରୁ ନାହାନ୍ତି ସରକାର।
ତୃତୀୟ ବିନ୍ଦୁ। ଜନଜାତି ବିକାଶ। ସରକାର ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ନିଆଯାଇଥିବା ତିନୋଟି ଯୋଜନାକୁ ସରକାର ହାଇଲାଇଟ କରିଛନ୍ତି। ଗୋଟିଏ ମାଧୋସିଂହ ଛାତ୍ରବୃତ୍ତି, ଦ୍ୱିତୀୟଟି ଆବାସିକ ବିଦ୍ୟାଳୟ ପାଇଁ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ ଏବଂ ତୃତୀୟରେ ଆମେ ପଢ଼ିବା ଆମ ଭାଷାରେ’ ଯୋଜନା। ଏ ସବୁ କେନ୍ଦ୍ର ପ୍ରାୟୋଜିତ। ଏ ରାଜ୍ୟରୁ ରାଷ୍ଟ୍ରପତି ଜନଜାତି ବର୍ଗରୁ ମୁଖ୍ୟମନ୍ତ୍ରି ବି ସେହି ବର୍ଗରୁ ଆଉ କିଛିଦିନ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ରଘୁବର ସିଂହ ବି ଆଦିବାସି ବର୍ଗରୁ ଥିଲେ। କିନ୍ତୁ ଆଦିବାସୀଙ୍କ ଜୀବନ, ଜୀବୀକା ମାନ ବୃଦ୍ଧି, ସେମାନଙ୍କ ଆୟ ବୃଦ୍ଧି ଲାଗି କୌଣସି ବିଶଷ ଯୋଜନା ରୂପାୟନ କରାଯାଇପାରିଲେ ନାହିଁ। ଅପରପକ୍ଷେ ଆଦିବାସୀ ଆବାସିକ ବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା, ଖାଦ୍ୟ ମାନ ବଜାୟ ନରହିବା, ଆଦିବାସୀଙ୍କ ବର୍ଗରେ ଅପପୁଷ୍ଟି ଆଦି ଅନେକ ଘଟଣାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିଛନ୍ତି।
ଚତୁର୍ଥ ବିନ୍ଦୁ, ମହିଳା ସଶକ୍ତି କରଣ। ଏଥିରେ ତିନୋଟି କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇଛନ୍ତି ସରକାର। ସେଗୁଡ଼ିକ ହେଲା, ସୁଭଦ୍ରା ଯୋଜନାରେ ୧ କୋଟି ହିତାଧିକାରୀଙ୍କୁ ଆର୍ଥିକ ସହାୟତା, ୧୬ ଲକ୍ଷ ଲକ୍ଷପତି ଦିଦି ଏବଂ ତୃତୀୟ ହେଉଛି ଗଣ ବିବାହ। ଏହି ଉପବିନ୍ଦୁ ଭିତରୁ ପ୍ରଥମ ଉପବିନ୍ଦୁଟି ନିର୍ବାଚନୀ ପ୍ରତିଶୃତି ଥିଲା। ମହିଳାଙ୍କୁ ତାଲିକାଭୁକ୍ତ କରିବାରେ ପ୍ରଥମ ଦିନରୁ ଆଜି ଯାଏ ସମୟ ଅତିବାହିତ ହେଲାଣି। ତଥାପି ତାଲିକାକରଣ ପ୍ରକ୍ରିୟା ସରୁ ନାହିଁ। ଅପରପକ୍ଷେ ନିର୍ବାଚନୀ ପ୍ରତିଶୃତିରେ ବିଜେପି କିନ୍ତୁ କହିଥିଲା ବର୍ଷକୁ ୫୦ ହଜାର ଟଙ୍କା ଯୋଗ୍ୟ ମହିଳାଙ୍କୁ ଦେବାକୁ କହିଥିଲା। କିନ୍ତୁ ଏହା ୫ ବର୍ଷକୁ ୫୦ ହଜାର ଟଙ୍କା ହୋଇଗଲା। ଏହା କିପରି ପ୍ରତିଶୃତି ପୂରଣ? ସେହିପରି ଲକ୍ଷପତି ଦିଦି କେନ୍ଦ୍ର ସରକାରଙ୍କ ଯୋଜନା ଏହାର ସଫଳତାକୁ ନେଇ ପ୍ରଚାର କରିବା କେନ୍ଦ୍ର ସରକାରଙ୍କ ପ୍ରଚାରଛଡ଼ା ଆଉ କିଛି ନୁହେଁ। ଏ ବିଷୟରେ ଏଠାରେ କାହିଁକି ଆଲୋଚନା କରିବା?
ପଞ୍ଚମ ବିନ୍ଦୁ: ଶିକ୍ଷା ବ୍ୟବସ୍ଥାର ରୂପାନ୍ତରୀକରଣ । ଐତିହ୍ୟ ବିଦ୍ୟାଳୟ ଛଡ଼ା ରାଜ୍ୟର ଶିକ୍ଷା ବିଭାଗ କିଛି ନୂଆ କରି ନାହିଁ ଏ ବର୍ଷ। କେନ୍ଦ୍ର ଶିକ୍ଷାନୀତିକୁ ଲାଗୁ କରିଛି ଆଉ ଆଦର୍ଶ ବିଦ୍ୟାଳୟର ନାମ ବଦଳାଇଛି। ନାମ ବଦଳାକୁ, ରଙ୍ଗ ବଦଳାଇବାକୁ ସଫଳତା ଯଦି କୁହାଯିବ ଶିକ୍ଷା କ୍ଷେତ୍ରରେ ବି ସଫଳତା ପାଇଛନ୍ତି ସରକାର, ନୁହେଁକି? ହେଲେ ବର୍ଷେ ଭିତରେ ଖାଲିପଡ଼ିଥିବା କୁଳପତିଙ୍କୁ ନିଯୁକ୍ତ କରିବା ସରକାରଙ୍କ ପକ୍ଷେ ସମ୍ଭବ ହୋଇପାରି ନାହିଁ। ଫଳରେ ସରକାରୀ ବିଶ୍ୱବିଦ୍ୟାଳୟ ବଡ଼ ଦୟନୀୟ ଗତିରେ ଚାଲିଛି।
ଷଷ୍ଠ ବିନ୍ଦୁରେ ସରକାର ଗୁରୁତ୍ୱ ଦେଇଛନ୍ତି ଯୁବବର୍ଗକୁ। ନିଯୁକ୍ତି ଏବଂ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଏହିକ୍ରମରେ ଗୁରୁତ୍ୱପୂର୍ଣ୍ଣ ହୋଇଛି। ସରକାରଙ୍କ କହିବା ଅନୁସାରେ ଯାହା ୫୦ ବର୍ଷରେ ହୋଇ ନଥିଲା ତାହା ଏଇ ବର୍ଷକରେ ସରକାର କରି ଦେଖାଇଛନ୍ତି। ଏହା ମୋହନ ସରକାରଙ୍କ ସଫଳତା। ଏ ବିଷୟକୁ ଅଧିକ ବ୍ୟାଖ୍ୟା କରିଲେ ତାହା କେବଳ ଲମ୍ବା ହେବାଛଡ଼ା ଆଉ କିଛି ନୁହେଁ । କାରଣ ଯୁବାବର୍ଗଙ୍କ ପାଇଁ ସରକାର କିଛି ବି ନୂଆ ପଦକ୍ଷେପ ନେଇ ନାହାନ୍ତି। ସେମାନଙ୍କ ଦକ୍ଷତା ବିକାଶ, ସେମାନଙ୍କ ଶିକ୍ଷା ଅନୁସାରେ ଘରୋଇ କ୍ଷେତ୍ରର ବିକାଶ ଲାଗି ସରକାର ସଫଳତ ହୋଇପାରି ନାହାନ୍ତି।
ସପ୍ତମ ବିନ୍ଦୁରେ ସରକାର କୃଷକଙ୍କ ପାଇଁ କୃଷି ଖର୍ଚ୍ଚ ପାଇଁ ଦେଉଥିବା ସବ୍ସିତଡି ବୃଦ୍ଧି ଓମ୍ଫେହଡ୍ କ୍ଷୀର ଦର ବୃଦ୍ଧିପ୍ରଭୃତିକୁ ଗୁରୁତ୍ୱ ଦେଇଛନ୍ତି। ସରକାର କହିଛନ୍ତି ପ୍ରତି ବ୍ଲକ୍ରେଇ ଶୀତଳ ଭଣ୍ଡାର କରିବେ। କିନ୍ତୁ ଆଜି ଯାଏ ଗୋଟିଏ ଶୀତଳ ଭଣ୍ଡାର କରିବାରେ ବିଫଳ ହୋଇଛନ୍ତି ମୋହନ ମାଝିଙ୍କ ସରକାର।
ଅଷ୍ଟମ ବିନ୍ଦୁରେ ସରକାର ଗୟାମ୍ୟ ଉନ୍ନୟନକୁ ଗୁରୁତ୍ୱ ଦେଇଛନ୍ତି। ହେଲେ ନିମାପଡ଼ାରେ ପୂର୍ବତନ ମନ୍ତ୍ରୀ ତଥା ବିଜେପିର ମୁଖପାତ୍ର ସମୀର ଦାଶ ଯେଉଁଭଳି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ଉପରେ ଗତ କିଛିଦିନ ତଳେ ବର୍ଷିଥିଲେ ତାହା ସୂଚନା ଦେଉଛି ଯେ ଗ୍ରାମ୍ୟ ଉନ୍ନୟନ କିପରି ହୋଇଛି। ଉପକୂଳରେ ଯଦି ଗାଣ୍ଡୁଏ ମାଟି ପଡ଼ିପାରି ନାହିଁ ତେବଳେ ଉପାନ୍ତରେ ହେଉଥିବା କ’ଣ, ଅନୁମାନ କରନ୍ତୁ।
ଏବେ ସରକାରଙ୍କ ଘୋଷିତ ସଫଳତାର ନବମ ବିନ୍ଦୁ। ଶିଳ୍ପାୟନ। ଏଥିଲାଗି ମେକ୍ ଇନ୍ ଓଡ଼ିଶାର ନାମ ବଦଳାଯାଇଛି। ଏହାକୁ ଉତ୍କର୍ଷ ଓଡ଼ିଶା କରାଯାଇଛି। ସରକାରଙ୍କ ଭାଷାରେ ୧୬.୭୩ ଲକ୍ଷ କୋଟି ଟଙ୍କାର ନିବେଶ ରାଜ୍ୟକୁ ଏହି କାର୍ଯ୍ୟକ୍ରମ ଦ୍ୱାରା ଆସିବ। ଭବିଷ୍ୟତ କଥା ତ ଭବିଷ୍ୟତରେ ଆଲଷାଚନା କରିବା କିନ୍ତୁ ବର୍ଷ ଭିତରେ ଘଟିଛି କ’ଣ? ସରକାର କହୁଛନ୍ତି କଳିଙ୍ଗ ନଗରରେ ୨୦ଟି ଅନୁଷ୍ଠାନ ପାଇଁ ଭିତ୍ତି ପ୍ରସ୍ତର ପକାଇଛନ୍ତି, ଖୋର୍ଦ୍ଧାରେ ୧୪ଟି ଉଦ୍ଘା ଟନ କରିଛନ୍ତି। ରାଜ୍ୟର ବିକାଶ ପାଇଁ ଶିଳ୍ପର ଆବଶ୍ୟକତା ଅଧିକ ରହିଛି। କିନ୍ତୁ ସରକାର ସେହି ପାରମ୍ପରିକ ଲୌହ ଏବଂ ଖଣିଜ ଶିଳ୍ପରେ ନିଜକୁ ସୀମିତ ରଖିଛନ୍ତି। ସେବା କ୍ଷେତ୍ରକୁ ଓଡ଼ିଶାକୁ ଆକର୍ଷିତ କରିବା ଦିଗରେ ବିଫଳ ହେଉଛନ୍ତି ସରକାର।
ସବୁଠାରୁ ବଡ଼ କଥା ହେଲା, ଯେଉଁ ଓଡ଼ଆ ଅସ୍ମିତା, ଶ୍ରୀମନ୍ଦିରର ବିକାଶ କଥା ସରକାର କହିଥିଲେ ତାହାର ଭବିଷ୍ୟତ କ’ଣ କେହି ଜାଣି ନାହାନ୍ତି। ଏପରିକି ବାରମ୍ବାର ଗଣମାଧ୍ୟମରେ ବୟାନ ରଖୁଥିବା ପୂର୍ତ୍ତ ଓ ଆଇନ ମନ୍ତ୍ରୀ ବି ଶ୍ରୀ ଜଗନ୍ନାଥ ମନ୍ଦିରରେ କ’ଣ ଚାଲୁଛି ସେ ବିଷୟରେ ଅଜଣା ରହିଛନ୍ତି। ରାଜ୍ୟର ସରକାରୀ ଖାତା ଖତିୟାନରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ସରକାର ନୋଟିସ୍ କରିଛନ୍ତି। ହେଲେ ନିଜେ ବିଜ୍ଞାପନରେ ଯେଉଁଭଳି ହିନ୍ଦି ଶବ୍ଦକୁ ପ୍ରାଧାନ୍ୟ ଦେଉଛନ୍ତି ତାହା ଅତ୍ୟନ୍ତ ସ୍ପଷ୍ଟ କରୁଛି ଯେ ଏ ସରକାର ଭାଷା ପ୍ରତି ଆଦୌ ସମ୍ବେଦନଶୀଳ ନୁହଁନ୍ତି।