Hindi News >>Home >>Odisha State

Monsoon Session: ଲଗାତାର ତୃତୀୟ ଦିନ ପାଇଁ ଗୃହରେ ହଟ୍ଟଗୋଳ, ଚାଲିପାରୁନି ବିଧାନସଭା

  ଭୁବନେଶ୍ୱର: ରାଜ୍ୟରେ ନୂଆ କରି ସରକାର ଗଢିଥିବା ବିଜେପି ସରକାର ପାଇଁ ଏବେ 'ରାଜ୍ୟପାଳଙ୍କ ପୁଅ' ପ୍ରସଙ୍ଗ ଅଡୁଆ ହୋଇଛି। ଓଡ଼ିଆ ଅସ୍ମିତାକୁ କେନ୍ଦ୍ର କରି ସରକାରକୁ ଆସିଥିବା ବିଜେପି ପାଇଁ ଏବେ ରାଜ୍ୟପାଳଙ୍କ ପୁଅ ବେଶ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରୁଛି। ପୂର୍ବ ଦୁଇ ଭଳି ଆଜି ମଧ୍ୟ ଗୃହରେ ବିରୋଧୀ ହଟ୍ଟଗୋଳ କରିଛନ୍ତି। ଫଳରେ ଦିନ ୧୨ଟ

Advertisement
Monsoon Session: ଲଗାତାର ତୃତୀୟ ଦିନ ପାଇଁ ଗୃହରେ ହଟ୍ଟଗୋଳ, ଚାଲିପାରୁନି ବିଧାନସଭା
Prabhudatta Moharana|Updated: Jul 24, 2024, 11:58 AM IST
Share

Monsoon Session:  ଭୁବନେଶ୍ୱର: ରାଜ୍ୟରେ ନୂଆ କରି ସରକାର ଗଢିଥିବା ବିଜେପି ସରକାର ପାଇଁ ଏବେ 'ରାଜ୍ୟପାଳଙ୍କ ପୁଅ' ପ୍ରସଙ୍ଗ ଅଡୁଆ ହୋଇଛି। ଓଡ଼ିଆ ଅସ୍ମିତାକୁ କେନ୍ଦ୍ର କରି ସରକାରକୁ ଆସିଥିବା ବିଜେପି ପାଇଁ ଏବେ ରାଜ୍ୟପାଳଙ୍କ ପୁଅ ବେଶ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରୁଛି। ପୂର୍ବ ଦୁଇ ଭଳି ଆଜି ମଧ୍ୟ ଗୃହରେ ବିରୋଧୀ ହଟ୍ଟଗୋଳ କରିଛନ୍ତି। ଫଳରେ ଦିନ ୧୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଦେଇଛନ୍ତି। ସେପଟେ ରାଜ୍ୟପାଳ ପୁଅଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି କକ୍ଷତ୍ୟାଗ କରିଛି ବିଜେଡି। ଆଜି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ହେବାକୁ ଥିବା ବେଳେ ପ୍ରଶ୍ନକାଳ ସମୟରେ ବିରୋଧୀ ଉଭୟ କଂଗ୍ରେସ ଓ ବିଜେଡି ଗୃହର ମଧ୍ୟଭାଗରେ ହଟ୍ଟଗୋଳ କରିଥିବା ଦେଖିବାକୁ ମିଳିଛି। ଗତକାଲି ଦିନ ତମାମ ଗୃହକୁ ବାଚସ୍ପତି ମୁଲତବୀ କରିଥିବା ବେଳେ ଆଜି ଦିନ ଆରମ୍ଭରୁ ବିରୋଧୀ ହଟ୍ଟଗୋଳ କରିଥିଲେ। 

ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ଓଡ଼ିଆ ସରକାରୀ ଅଧିକାରୀ ବୈକୁଣ୍ଠ ପ୍ରଧାନଙ୍କୁ ନ୍ୟାୟ ଓ ରାଜ୍ୟପାଳ ପୁଅଙ୍କ ବିରୋଧରେ ଅଭିଯୋଗ ଆଣି ବିରୋଧି ଦଳ ନେତା ନବୀନ ଶାସକ ବିଜେପିକୁ ଟାର୍ଗେଟ କରିଥିଲେ। ପୂର୍ବରୁ ନବୀନ କହିଥିଲେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡିବାରେ ଲାଗିଛି। ଜଣେ ଅଣ ଓଡ଼ିଆ ଓଡ଼ିଆ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଛନ୍ତି। ଏଥିପାଇଁ ମୁଁ ଓ ମୋ ଦଳ ଅତି ଦୁଃଖିତ। ବର୍ତ୍ତମାନର ରାଜ୍ୟ ସରକାର ରାଜ୍ୟପାଳଙ୍କ ପୁଅ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ଯିଏକି ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯେଉଁ ଓଡ଼ିଆ ଅସ୍ମିତା କଥା କହି ବିଜେପି ସରକାରକୁ ଆସିଛି ସେହି ଓଡ଼ିଆ ଅସ୍ମିତା ପ୍ରସଙ୍ଗ କୁଆଡ଼େ ଗଲା ବୋଲି ନବୀନ ପ୍ରଶ୍ନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି ମୁଁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବିଧାୟକ, ମନ୍ତ୍ରୀ କି ସରକାରୀ ଅଧିକାରୀ ଯିଏ ବି ଆଇନ ଭାଙ୍ଗୁଥିଲେ, ମୁଁ କାର୍ଯ୍ୟାନୁଷ୍ଠାନ ନେଉଥିଲି । ରାଜ୍ୟପାଳଙ୍କ ପୁଅ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହୋଇ ଥିବାରୁ ଆମେ ଏହାକୁ ବିରୋଧ କରୁଛି। 

ଏହି ପ୍ରସଙ୍ଗ ସହିତ ପୁରୀର ଜିଲ୍ଲାପାଳଙ୍କୁ ଏହି ଘଟଣାର ତଦନ୍ତ ଭାର ପ୍ରଦାନ କରାଯାଇଛି। ଯାହା ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି। ବିରୋଧିମାନେ ଅଭିଯୋଗ ଆଣିଛନ୍ତି କି ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଏହି ଘଟଣାର ପୋଲିସ ଅଧିକାରୀ ତଦନ୍ତ କରିବା ଉଚିତ। କିନ୍ତୁ ରାଜ୍ୟପାଳ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏହାର ତଦନ୍ତ ଭାର ଦେବା ଘଟଣାକୁ ନେଇ ବିରୋଧୀମାନେ ଜୋରଦାର ହଟ୍ଟଗୋଳ କରିଥିବା ଦେଖିବାକୁ ମିଳିଛି। ଏପରିକି ଗୃହକୁ ସ୍ୱାଭାବିକ ଭାବେ ଚଳାଇ ଦେଉନଥିବା ଦେଖିବାକୁ ମିଳିଛି। ଆଜି ବାଚସ୍ପତି ସୁରମା ପାଢୀ ଗୃହ ଚଳାଇବାକୁ ପ୍ରୟାସ କରିଥିଲେ। କିନ୍ତୁ ଉଭୟ ବିରୋଧୀ କଂଗ୍ରେସ ଓ ବିଜେଡ଼ି ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିବା ଦେଖିବାକୁ ମିଳିଥିଲା। ଏପରିକି ବିରୋଧୀମାନେ କକ୍ଷତ୍ୟାଗ କରିଥିଲେ। ଫଳରେ ବାଚସ୍ପତି ଗୃହକୁ ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବୀ କରିଦେଇଥିଲେ। 

ସେପଟେ ବଜେଟକୁ ନେଇ ବିରୋଧୀ କଂଗ୍ରେସ ସରକାରଙ୍କୁ ଘେରିଥିଲେ। କଂଗ୍ରେସ କହିଥିଲା କି ଡବଲ ଇଞ୍ଜନ ସରକାର ସତ୍ତ୍ୱେ ଓଡିଶାକୁ ନିରାଶ ହେବାକୁ ପଡ଼ିଛି। କଂଗ୍ରେସ କହିଛି ଓଡ଼ିଶାରୁ ବିପୁଳ ବିଜୟ ହାସଲ ସତ୍ତ୍ୱେ ଓଡ଼ିଶାକୁ ଅବହେଳା କରାଯାଇଛି। ଆନ୍ଧ୍ର ଓ ବିହାର ଅତିରିକ୍ତ ସହାୟତା ରାଶି ନେଇଛନ୍ତି। କିନ୍ତୁ ଓଡ଼ିଶାକୁ କିଛି ମିଳିନାହିଁ। କେନ୍ଦ୍ରୀୟ ବଜେଟରେ ଓଡ଼ିଶା ନିରାଶ ହେବା ସହ ଡବଲ ଇଞ୍ଜିନ ସରକାରରେ ଓଡ଼ିଶାକୁ କେନ୍ଦ୍ରରେ ଧୋକା ମିଳିବାକୁ ପ୍ରସଙ୍ଗକୁ ଆଧାର କରି କଂଗ୍ରେସ ଗୃହତ୍ୟାଗ କରିଥିବା ଦେଖିବାକୁ ମିଳିଛି। 

Read More
{}{}