Hindi News >>Home >>Odisha State

Odisha News: ରାଜ୍ୟରେ ୫୬୯୯ ସ୍କୁଲରେ ଶିକ୍ଷକଙ୍କ ସଂଖ୍ୟା ଅଧିକ, ଚଳିତ ବର୍ଷ ହେବ ସୁବ୍ୟବସ୍ଥିକରଣ

ଭୁବନେଶ୍ୱର: ରାଜ୍ୟରେ ଛାତ୍ର ଓ ଶିକ୍ଷକ ଅନୁପାତ ନିର୍ଦ୍ଧାରଣ ଅନୁସାରେ ୫୬୯୯ ସ୍କୁଲରେ ଅଧିକ ସଂଖ୍ୟାରେ ଶିକ୍ଷକ ରହିଛି। ସେମାନଙ୍କ ଭିତରୁ ୪୧୮୩ଟି ପ୍ରାଥମିକ ସ୍କୁଲ୍‍ ଏବଂ ୧୫୧୬ଟି ଉଚ୍ଚପ୍ରାଥମିକ  ସ୍କୁଲରେ ଶିକ୍ଷକଙ୍କ ସଂଖ୍ୟା ଅଧିକ ରହିଛି ବୋଲି ସ୍କୁଲ୍‍ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡା କହିଛନ୍ତି। ଏହି ଶିକ୍ଷକମାନଙ୍କ ନିଯୁକ

Advertisement
Odisha News: ରାଜ୍ୟରେ ୫୬୯୯ ସ୍କୁଲରେ ଶିକ୍ଷକଙ୍କ ସଂଖ୍ୟା ଅଧିକ, ଚଳିତ ବର୍ଷ ହେବ ସୁବ୍ୟବସ୍ଥିକରଣ
Prabhudatta Moharana|Updated: Aug 30, 2024, 12:34 PM IST
Share

Odisha News: ଭୁବନେଶ୍ୱର: ରାଜ୍ୟରେ ଛାତ୍ର ଓ ଶିକ୍ଷକ ଅନୁପାତ ନିର୍ଦ୍ଧାରଣ ଅନୁସାରେ ୫୬୯୯ ସ୍କୁଲରେ ଅଧିକ ସଂଖ୍ୟାରେ ଶିକ୍ଷକ ରହିଛି। ସେମାନଙ୍କ ଭିତରୁ ୪୧୮୩ଟି ପ୍ରାଥମିକ ସ୍କୁଲ୍‍ ଏବଂ ୧୫୧୬ଟି ଉଚ୍ଚପ୍ରାଥମିକ  ସ୍କୁଲରେ ଶିକ୍ଷକଙ୍କ ସଂଖ୍ୟା ଅଧିକ ରହିଛି ବୋଲି ସ୍କୁଲ୍‍ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡା କହିଛନ୍ତି। ଏହି ଶିକ୍ଷକମାନଙ୍କ ନିଯୁକ୍ତି ଜିଲ୍ଲା ଭିତ୍ତିକ ହୋଇଥିବାରୁ ଜିଲ୍ଲାପାଳ ମାନେ ଯେଉଁ ସ୍କୁଲ୍‍ରେ ଶିକ୍ଷକ ନାହାନ୍ତି ସେଠାକୁ ଅତ୍ୟଧିକ ଶିକ୍ଷକ ଥିବା ଶିକ୍ଷକଙ୍କୁ ବଦଳି କରିବା ପାଇଁ ପ୍ରାଧିକୃତ ବୋଲି ସେ କହିଛନ୍ତି। 

ଆଜି ବିଧାନସଭାରେ ସ୍କୁଲ୍ ଗୁଡ଼ିକରେ ଖାଲିପଡ଼ିଥିବା ଶିକ୍ଷକ ପଦବୀକୁ ନେଇ ଉଭୟ ସରକାରୀ ଓ ବିରୋଧୀ ଦଳ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଥିଲା। ବିଧାୟକ ତାରା ପ୍ରସାଦ ବାହିନୀପତି, ପ୍ରତାପ କେଶରୀ ଦେବ, ଅଶ୍ୱିନୀ ପାତ୍ର ପ୍ରମୁଖ ବିଭିନ୍ନ ସ୍କୁଲରେ ଶିକ୍ଷକଙ୍କ ଅଭାବ ଏବଂ କିଛି ସ୍କୁଲ୍‍ରେ ଅଧିକ ଶିକ୍ଷକ ଥିବା ନେଇ ମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ବିଭିନ୍ନ ସ୍କୁଲରେ ଶିକ୍ଷକଙ୍କ ଅଭାବ ଥିବାରୁ  ଜିଲ୍ଲାସ୍ତରରେ ବଦଳି କମିଟି ତୁରନ୍ତ ବସାଇ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଦାବି କରିଥିଲେ। ଏପରିକି ଏବର୍ଷ ଏ ଶିକ୍ଷକ-ଛାତ୍ର ଅନୁପାତ ଅପନୁସାରେ ବ୍ୟବସ୍ଥାର ସୁବ୍ୟବସ୍ଥିକରଣ କରିବା ପାଇଁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।  
ପ୍ରତାପ କେଶରୀ ଦେବ ଶିକ୍ଷକ ଅଭାବ ରହିଥିବାରୁ ଆମେ ସମସ୍ତେ ପୂର୍ବରୁ ମଧ୍ୟ ଉଦବେଗ ପ୍ରକାଶ କରିଛୁ ବୋଲି କହିଥିଲେ। ଚଳିତ ବର୍ଷ ସରକାର ଏହାର ସୁବ୍ୟବସ୍ଥିକରଣ କରିବା ପାଇଁ ଦାବି କରିଥିଲେ। 

ମନ୍ତ୍ରୀ ଗୃହର ଉଦବେଗକୁ ଲକ୍ଷ୍ୟ କରି କହିଥିଲେ ଯେ, ପୂର୍ବ ନିର୍ଦ୍ଧାରଣ ଅନୁସାରେ ରାଜ୍ୟରେ ୩ରୁ ୩୫ ଜଣ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଜଣେ ଶିକ୍ଷକଙ୍କ ନିଯୁକ୍ତି କରିବାକୁ ପ୍ରାବଧାନ ରହିଛି। ଏହି ଅନୁସାରେ ଜିଲ୍ଲାସ୍ତରରେ ବଦଳି କମିଟି ଗଠନ କରାଯାଇଚି। ଏହାର ମୁଖ୍ୟ ଭାବେ ଜିଲ୍ଲାପାଳମାନେ ନିଯୁକ୍ତ ଅଛନ୍ତି। ସେମାନଙ୍କୁ ସୁବ୍ୟବସ୍ଥିକରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି ଏବଂ ଚଳିତ ବର୍ଷ ଏ ପ୍ରକ୍ରିୟା ଶେଷ ହେବ ବୋଲି ସେ କହିଛନ୍ତି।

Read More
{}{}