Hindi News >>Home >>Odisha State

Samalei Project: ଅପେକ୍ଷାର ହେବ ଅନ୍ତ, ଆଉ କିଛି ସମୟ ପରେ ମାଆ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

Samalei Project: ୨୭ ତାରିଖ ଅର୍ଥାତ ଆଜି ଲୋକାର୍ପିତ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ମାଆ ସମଲେଇ ପୀଠର ନୂତନ ପ୍ରକଳ୍ପ। ଏନେଇ ଅତ୍ୟନ୍ତ ଖୁସି ଓଡ଼ିଶାବାସୀ। ଏହି ଐତିହାସିକ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଏହା ପୂର୍ବରୁ ଗତ କାଲି ରାଜ୍ୟବାସୀଙ୍କୁ ବାର୍ତ୍ତା ପ୍ରଦାନ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Pattnaik)। 

Advertisement
Samalei Project: ଅପେକ୍ଷାର ହେବ ଅନ୍ତ, ଆଉ କିଛି ସମୟ ପରେ ମାଆ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
Priyambada Rana|Updated: Jan 27, 2024, 08:17 AM IST
Share

Samalei Project: ୨୭ ତାରିଖ ଅର୍ଥାତ ଆଜି ଲୋକାର୍ପିତ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ମାଆ ସମଲେଇ ପୀଠର ନୂତନ ପ୍ରକଳ୍ପ। ଏନେଇ ଅତ୍ୟନ୍ତ ଖୁସି ଓଡ଼ିଶାବାସୀ। ଏହି ଐତିହାସିକ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଏହା ପୂର୍ବରୁ ଗତ କାଲି ରାଜ୍ୟବାସୀଙ୍କୁ ବାର୍ତ୍ତା ପ୍ରଦାନ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Pattnaik)। ମୁଖ୍ୟମନ୍ତ୍ରୀ କହିଛନ୍ତି, ମାଆ ସମଲେଶ୍ବରୀ(Maa Smaleswari) ହେଉଛନ୍ତି ସାରା ଓଡିଶାର ଆରାଧ୍ୟ ଦେବୀ। ସେ ହେଉଛନ୍ତି ଲୋକଙ୍କ ବିଶ୍ବାସର ଦେବୀ। ଭକ୍ତଙ୍କ ଆସ୍ଥା ଓ ପ୍ରାଣ କେନ୍ଦ୍ର ହେଉଛି ସମଲେଶ୍ବରୀ ମନ୍ଦିର। ମା’ଙ୍କ ଆଶୀର୍ବାଦରୁ ପ୍ରକଳ୍ପ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ସେହିପରି ମା’ଙ୍କ କୃପାରୁ ରେକର୍ଡ ସମୟ ଭିତରେ ପ୍ରକଳ୍ପ କାମ ସରିଛି । ଏହି ପ୍ରକଳ୍ପ ଓଡ଼ିଶାର ପର୍ଯ୍ୟଟନ ଓ ଅର୍ଥନୀତିକୁ ଆଗକୁ ନେବ ।ସମଲେଇ ପ୍ରକଳ୍ପ ଭାଇଚାରା ଓ ମା’ଙ୍କ ଆଶୀର୍ବାଦର ପରିଚୟ । ରୂପାନ୍ତରଣ ପରେ ୩୮ ଏକର ଜାଗାରେ ଝଲସୁଛି ମା’ ସମଲେଶ୍ୱରୀଙ୍କ ମନ୍ଦିର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଲୋକଙ୍କର ସେହି ଭାବ ଓ ଆବେଗକୁ ସମ୍ମାନ ଜଣାଇ ମାଆଙ୍କ ମନ୍ଦିରର ରୂପାନ୍ତରଣ କରାଯାଇଛି। ମାଆଙ୍କର ସବୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ସ୍ବପ୍ନର ପ୍ରକଳ୍ପ ହେଉଛି ସମଲେଇ ପ୍ରକଳ୍ପ।

୨୭ରୁ ଯଜ୍ଞ ଆରମ୍ଭ ହେବା ସହିତ ମନ୍ଦିରର ୪ ଦ୍ୱାରରେ ହୋମଯଜ୍ଞ ଓ ଚଣ୍ଡିପାଠ କରାଯିବ। ଆଜି ମଧ୍ୟାହ୍ନ ସାଢେ ୧୨ଟା ବେଳକୁ ଐତିହାସିକ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସନ୍ଧ୍ୟାରେ ମହାନଦୀରେ ଭବ୍ୟ ଆଳତୀ କରାଯାଇ ବିଧି ଅନୁସାରେ ପୂଜାର୍ଚ୍ଚାନା କରାଯାଇଛି। ୩୧ ତାରିଖରେ ଏହି ଯଜ୍ଞର ପୂର୍ଣ୍ଣାହୂତି ପ୍ରଦାନ କରାଯିବ।

Read More
{}{}