Hindi News >>Home >>Odisha State

Aparajita Sarangi: ରିଗିଂ ଆଶଙ୍କା କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର, ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଆସନ୍ତାକାଲି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ସମେତ ଏହା ଅନ୍ତର୍ଗତ ସମସ୍ତ ୭ ବିଧାନସଭା ଆସନ ପାଇଁ ମତଦାନ କରାଯିବ। ଏହାରି ମଧ୍ୟରେ ଆଜି ଭୁବନେଶ୍ୱର ଲୋକସଭା କ୍ଷେତ୍ରର ୩ଟି ଅଞ୍ଚଳରେ ରିଗିଂ ଆଶଙ୍କା କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଆଜି ଚିଠି ଲେଖ

Advertisement
Aparajita Sarangi: ରିଗିଂ ଆଶଙ୍କା କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଅପରାଜିତା ଷଡ଼ଙ୍ଗୀ
Prabhudatta Moharana|Updated: May 24, 2024, 03:00 PM IST
Share

Aparajita Sarangi: ଭୁବନେଶ୍ୱର, ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଆସନ୍ତାକାଲି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ସମେତ ଏହା ଅନ୍ତର୍ଗତ ସମସ୍ତ ୭ ବିଧାନସଭା ଆସନ ପାଇଁ ମତଦାନ କରାଯିବ। ଏହାରି ମଧ୍ୟରେ ଆଜି ଭୁବନେଶ୍ୱର ଲୋକସଭା କ୍ଷେତ୍ରର ୩ଟି ଅଞ୍ଚଳରେ ରିଗିଂ ଆଶଙ୍କା କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଆଜି ଚିଠି ଲେଖିଛନ୍ତି। ସେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ (ସିପିଏଫ୍) ମୁତୟନ ଦାବି କରିଛନ୍ତି। ଶ୍ରୀମତୀ ଷଡ଼ଙ୍ଗୀ ଦୁଇଜଣ ଅବସରପ୍ରାପ୍ତ ପୁଲିସ ଅଫିସରଙ୍କ ଭୂମିକାକୁ ସନ୍ଦେହ କରିବା ସହ ରିଗିଂ ଆଶଙ୍କା କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଲୋକସଭା ଆସନର ମଧ୍ୟ ଭୁବନେଶ୍ୱରର ୱାର୍ଡ ନଂ ୪୬, ବାୟାବାବା ମଠ ଅଞ୍ଚଳ, ସହିଦନଗର, ୟୁନିଟ୍-୮ ମାଳିସାହି ଅଞ୍ଚଳ ଓ ଖୋର୍ଦ୍ଧା ପୌରପାଳିକାରେ ରିଗିଂ ଆଶଙ୍କା ପ୍ରକଟ କରି ସେସବୁ ସ୍ଥାନରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ମୁତୟନ କରିବାକୁ ଦାବି କରିଛନ୍ତି ଅପରାଜିତା। 

ଦୁଇ ଅବସରପ୍ରାପ୍ତ ପୁଲିସ ଅଫିସର ନଗେନ୍ଦ୍ର ମୁଣ୍ଡ ଓ ଶାନ୍ତନୁ ଦାସଙ୍କ ଭୂମିକାକୁ ସନ୍ଦେହ କରି ସେ ଏଭଳି ଚିଠି ଲେଖିଥିବା ଦର୍ଶାଇଛନ୍ତି। ଗୁଇନ୍ଦା ସୂତ୍ରରୁ ସୂଚନା ପାଇଥିବା ନେଇ ସେ ଚିଠିରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି। ତେବେ ମତଦାନ ସମୟରେ ବୁଥ ରିଗିଂ ରୋକିବାକୁ ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ରିଟର୍ଣ୍ଣି ଅଫିସରଙ୍କୁ ଏହି ଚିଠି ଲେଖିଛନ୍ତି ଶ୍ରୀମତୀ ଷଡ଼ଙ୍ଗୀ।

Read More
{}{}