Home >>Odisha State

ଲୁଟ୍ କରିବାକୁ ଆସିଥିଲେ; ଗର୍ଭବତୀଙ୍କୁ ଗୁଳି ମାରିଦେଲେ

Murder case: ଦୁର୍ବୃତ୍ତମାନେ ଗର୍ଭବତୀ ମହିଳାଙ୍କୁ ଗୁଳିମାଡ଼ କରିଥିଲେ। ଯେଉଁଥିରେ ମହିଳା ଜଣଙ୍କ ତଳେ ପଡି ଯାଇ ଚିତ୍କାର କରିଥିଲେ। ଏହାପରେ ଦୁର୍ବୃତ୍ତମାନେ ଲୁଟ୍‌ କରି ଘଟଣାସ୍ଥଳରୁ ଫେରାର ମାରିଥିଲେ। ସେପଟେ ଗୁରୁତର ମହିଳାଙ୍କୁ ଉଦ୍ଧାର କରି ପଡୋଶୀ ଲୋକ ବଣାଇ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। 

Advertisement
ଲୁଟ୍ କରିବାକୁ ଆସିଥିଲେ; ଗର୍ଭବତୀଙ୍କୁ ଗୁଳି ମାରିଦେଲେ
Zee Odisha Desk|Updated: Dec 12, 2024, 10:15 AM IST
Share

ସୁନ୍ଦରଗଡ଼: ଗର୍ଭବତୀ ମହିଳାଙ୍କୁ ଗୁଳିକରି ହତ୍ୟା। ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛି ଏହି ଅଭାବନୀୟ ଖବର। ବଣାଇ ଟିକାୟତପାଲି ଥାନା ଅନ୍ତର୍ଗତ ଝିର୍ଡାପାଲି ଗାଁରେ ଗର୍ଭବତୀ ମହିଳାଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଲୁଟ ଉଦ୍ୟମ ସମୟରେ ଗର୍ଭବତୀ ମହିଳା ଚିତ୍କାର କରିବାରୁ ଧରାପଡିବା ଭୟରେ ଦୁଇ ଲୁଟେରା ଛାତିକୁ ଗୁଳି କରି ହତ୍ୟା କରିଛନ୍ତି। ମୃତକ ହେଲେ ଝିର୍ଡାପାଲି ଗାଁର ଦେବେନ ବେହେରାଙ୍କ ସ୍ତ୍ରୀ ସୌମ୍ୟାମୟୀ ବେହେରା। 

ସୂଚନାଯୋଗ୍ୟ ଯେ, ବୁଧବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଲୁଟ୍‌ କରିବାକୁ ଝାର୍ଡପାଲୀ ସ୍ଥିତ ଏକ ଘରେ ପଶିଥିଲେ। ଏହି ସମୟରେ ଘରେ ଜଣେ ଗର୍ଭବତୀ ମହିଳା ଥିଲେ। ତେବେ ଲୁଟ୍ ସମୟରେ ମହିଳା ଜଣଙ୍କ ଦୁର୍ବୃତ୍ତମାନଙ୍କୁ ବିରୋଧ କରିଥିଲେ। ଯାହାକୁ ନେଇ ଦୁର୍ବୃତ୍ତମାନେ ଗର୍ଭବତୀ ମହିଳାଙ୍କୁ ଗୁଳିମାଡ଼ କରିଥିଲେ। ଯେଉଁଥିରେ ମହିଳା ଜଣଙ୍କ ତଳେ ପଡି ଯାଇ ଚିତ୍କାର କରିଥିଲେ। ଏହାପରେ ଦୁର୍ବୃତ୍ତମାନେ ଲୁଟ୍‌ କରି ଘଟଣାସ୍ଥଳରୁ ଫେରାର ମାରିଥିଲେ। ସେପଟେ ଗୁରୁତର ମହିଳାଙ୍କୁ ଉଦ୍ଧାର କରି ପଡୋଶୀ ଲୋକ ବଣାଇ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। 

Read More
{}{}