Home >>Odisha State

Odisha News: ବନ୍ଦ କୋଠରୀରୁ ମିଳିଲା ବୋହୂର ମୃତ ଦେହ, ସନ୍ଦେହ ଘେରରେ ମୃତ୍ୟୁ...

 Odisha News: ଗତକାଲି ସକାଳେ କୌଣସି କଥାକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ଯରେ ଝଗଡା ହେବା ପରେ ବନ୍ଦ କୋଠରୀ ଭିତରୁ ସନ୍ଦେହଜନକ ଭାବରେ ସସ୍ମିତାଙ୍କ ମୃତ୍ୟୁ ଦେହ ଉଦ୍ଧାର କରା ଯାଇ ଥିଲା, ଗତକାଲି ଶବ ବ୍ଯବଛେଦ ପାଇଁ ହସ୍ପିଟାଲରେ ମୃତ୍ୟୁ ଦେହ ପହଁଚିବା ପରେ ପୋଲିସ ଏବଂ ମୃତକଙ୍କ ସମ୍ପକୀୟ ମୁଁହା ମୁଁହି ହୋଇଥିଲେ। ଅନ୍ଯପଟେ ଝିଅ କୁ ହତ୍ଯା କାରାଯାଇଥିବା ନେଇ ତାଙ୍କର ମା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି।

Advertisement
 Odisha News: ବନ୍ଦ କୋଠରୀରୁ ମିଳିଲା ବୋହୂର ମୃତ ଦେହ, ସନ୍ଦେହ ଘେରରେ ମୃତ୍ୟୁ...
Priyambada Rana|Updated: Dec 07, 2024, 01:02 PM IST
Share
Odisha News:(ଅଭୟ ମହାନ୍ତି) ବନ୍ଦ କୋଠରୀରୁ ବୋହୂର ସନ୍ଦେହଜନକ ଭାବରେ ମୃତଦେହ ଉଦ୍ଧାର ଘଟଣାରେ ଶବ ବ୍ଯବଛେଦ ପରେ ଆଜି ଶାଶୁ ଘର ଦାଣ୍ଡରେ ବୋହୁର ଜୂଇ ଜଳିଛି। ଏହି ଘଟଣାରେ ଗତକାଲି ସ୍ୱାମୀ ଗିରଫ ହୋଇଥିଲା ବେଳେ ଶାଶୁ ଶ୍ବଶୁର ଏବଂ ପରିବାର ଲୋକେ ଘରେ ତାଲା ମାରି ଫେରାର ହୋଇଯାଇଛନ୍ତି। ମୃତକଙ୍କ ବାପଘର ଲୋକଙ୍କ ପକ୍ଷରୁ ଶବକୁ ଶାଶୁ ଘର ଆଗରେ ପୋଡା ଯାଇଥିବା ଦେଖିବାକୁ ମିଳିଛି। ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ହରିପୁର ଗ୍ରାମର ଘଟିଛି ଏଭଳି ଅଭାବନୀୟ ଘଟଣା।
 
 ସୂଚନା ଅନୁଯାୟୀ ହରିପୁର ଗ୍ରାମର ସୁରତ ମାହାନାଙ୍କ ପୂଅ ରାମକୃଷ୍ନ ଙ୍କ ସହ ସସ୍ମିତା ଙ୍କ ଗତ ତିନି ବର୍ଷ ପୂର୍ବରୁ ବିବାହ ହୋଇଥିବା ବେଳେ ବିଭିନ୍ନ ସମୟରେ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ଯରେ କଳହ ଲାଗୁଥିଲା। ତେବେ ଗତକାଲି ସକାଳେ କୌଣସି କଥାକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ଯରେ ଝଗଡା ହେବା ପରେ ବନ୍ଦ କୋଠରୀ ଭିତରୁ ସନ୍ଦେହଜନକ ଭାବରେ ସସ୍ମିତାଙ୍କ ମୃତ୍ୟୁ ଦେହ ଉଦ୍ଧାର କରା ଯାଇ ଥିଲା, ଗତକାଲି ଶବ ବ୍ଯବଛେଦ ପାଇଁ ହସ୍ପିଟାଲରେ ମୃତ୍ୟୁ ଦେହ ପହଁଚିବା ପରେ ପୋଲିସ ଏବଂ ମୃତକଙ୍କ ସମ୍ପକୀୟ ମୁଁହା ମୁଁହି ହୋଇଥିଲେ। ଅନ୍ଯପଟେ ଝିଅ କୁ ହତ୍ଯା କାରାଯାଇଥିବା ନେଇ ତାଙ୍କର ମା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି।
 
ତେବେ ହସ୍ପିଟାଲ ପରିସରରୁ ମୃତକ ଙ୍କ ସ୍ୱାମୀ ରାମକୃଷ୍ନଙ୍କୁ ପୋଲିସ ଥାନାକୁ ନେଇ ଯାଉଥିବା ବେଳେ ତାଙ୍କୁ ନ ଛାଡ଼ିବା ପାଇଁ ଗାଡ଼ି ଆଗରେ ଶୋଇଥିଲେ ଝିଅର ମା ଓ ପିଉସା। ଏହି ଘଟଣାକୁ ନେଇ ଗତକାଲି ହସ୍ପିଟାଲ ପରିସରେ ଚାପା ଉତେଜନା ମଧ୍ଯ ପ୍ରକାଶ ପାଇଥିଲା, ସ୍ବାମୀ ରାମକୃଷ୍ନଙ୍କୁ ପୋଲିସ ଗିରଫ କରିଥିବା ବେଳେ ମୃତକଙ୍କ ପରିବାର ଲୋକେ ମୃତ ଦେହକୁ ନେଇ ଶାଶୁ ଘର ଆଗରେ ପୋଡି ଦେଇଛନ୍ତି। ପୋଲିସ ଘଟଣା ତଦନ୍ତ ଆରମ୍ବ କରିଥିବା ବେଳେ ତାଙ୍କୁ ନ୍ଯାୟ ପ୍ରଦାନ ସହ ସମସ୍ତ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ମୃତ ସସ୍ମିତାଙ୍କ ବାପ ଘର ଲୋକେ।
Read More
{}{}