Home >>Odisha State

ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ: ପରାଜୟର କାରଣ କହିଲେ ନବୀନ

Naveen Patnaik: ବିଜେଡି ହାରିବା ପଛରେ ନିର୍ବାଚନ ପ୍ରକ୍ରିୟାରେ ଅସଙ୍ଗତି, ଏକ କାରଣ କି। ଏ ପ୍ରଶ୍ନର ଉତ୍ତରେ ନବୀନ କହିଥିଲେ ସେ ଦିଗ ଆଗେ ଏହା ଇଙ୍ଗିତ କରୁଛି। ଏହାର ବିସ୍ତୃତ ଅନୁଧ୍ୟାନ ହେବା ଆବଶ୍ୟକ। ଏହାସହ ଯଦି ପେପର ବାଲଟରେ ନିର୍ବାଚନ ହୁଏ ତେବେ ବିଜେଡି ତାକୁ ସମର୍ଥନ କରିବ ବୋଲି କହିଛନ୍ତି ନବୀନ। ବର୍ତ୍ତମାନ ଏକ ଦେଶ ଏକ ନିର୍ବାଚନ ନେଇ ଆଗତ ବିଲ ଆସିଛି। ଏହା ଉପରେ ବିଜେଡି ସମୀକ୍ଷା କରୁଛି ବୋଲି ନବୀନ କହିଛନ୍ତି। 

Advertisement
ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ: ପରାଜୟର କାରଣ କହିଲେ ନବୀନ
Zee Odisha Desk|Updated: Dec 26, 2024, 03:30 PM IST
Share

ଭୁବନେଶ୍ଵର: ବିଜେଡିର ପ୍ରତିଷ୍ଠା ଦିବସରେ ନିର୍ବାଚନ ପରାଜୟର କାରଣ କହିଲେ ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି ଯେ, ମୁଁ ଜାଣିଛି ବହୁତ ଲୋକଙ୍କର ପ୍ରଶ୍ନ ଅଛି ଯେ ଗତ ନିର୍ବାଚନରେ ଆମେ କେମିତି ହାରିଲୁ। ମୁଁ ଆଜି ତାର ଉତ୍ତର ଦେବି। ମୁଁ କହିବି ଆମେ ହାରି ନାହୁ। ଲୋକଙ୍କ ବିଶ୍ୱାସ ମଧ୍ୟ ହରାଇ ନାହୁଁ। ବିଜେପି ମିଛ କଥା କହି, ମିଛ ପ୍ରତିଶୃତି ଦେଇ, ଲୋକଙ୍କୁ ଭୁଆଁ ବୁଲାଇ ସରକାରକୁ ଆସିଛି। ଏତେ ମିଛ କହି ମଧ୍ୟ ବିଜେପି ଆମ ଠାରୁ କମ୍‌ ଭୋଟ୍‌ ପାଇଛି। ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡ଼ିଶା ବାସୀଙ୍କ ସେବା କରି ଚାଲିବ। ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ବିଜେଡି ଓଡିଶାର ଗୌରବ ପାଇଁ କାମ କରି ଚାଲିବ। ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। 

ଓଡ଼ିଶାକୁ ଏକ ସମୃଦ୍ଧ ଓ ସଶକ୍ତ ରାଜ୍ୟ ର ପରିଚୟ ଦେଇଛି ବିଜେଡି। ଓଡ଼ିଶା ଆଜି ବାହାର ରାଜ୍ଯକୁ ଖାଦ୍ୟ ପଠାଉଛି। ଓଡିଶାରେ ଗରିବୀ କମିଛି। ମୁଣ୍ଡ ପିଛା ଆୟ ବଢିଛି ବିପର୍ଯୟ ପରିଚାଳନା ରେ ଆଦର୍ଶ ରାଜ୍ୟ ହୋଇ ପାରିଛି। ମହିଳା ସଶକ୍ତିକରଣ ଓ ଆର୍ଥିକ ଶୃଙ୍ଖଳା କ୍ଷେତ୍ରରେ ଓଡିଶା ଏକ ଆଗୁଆ ରାଜ୍ୟ। 

ଓଡିଶାକୁ ଏକ ସମୃଦ୍ଧ ଓ ସଶକ୍ତ ରାଜ୍ୟର ପରିଚୟ ଦେଇଛି ବିଜେଡି। ଓଡିଶା ଆଜି ବାହାର ରାଜ୍ଯକୁ ଖାଦ୍ୟ ପଠାଉଛି। ଓଡିଶାରେ ଗରିବୀ କମିଛି। ମୁଣ୍ଡ ପିଛା ଆୟ ବଢିଛି ବିପର୍ଯୟ ପରିଚାଳନା ରେ ଆଦର୍ଶ ରାଜ୍ୟ ହୋଇ ପାରିଛି। ମହିଳା ସଶକ୍ତିକରଣ ଓ ଆର୍ଥିକ ଶୃଙ୍ଖଳା କ୍ଷେତ୍ରରେ ଓଡିଶା ଏକ ଆଗୁଆ ରାଜ୍ୟ। ସାରା ବିଶ୍ୱରେ ଓଡିଶା ସ୍ପୋର୍ଟସ କ୍ୟାପିଟାଲର ପରିଚୟ ପାଇଛି। ଏହି ଅବସରରେ ସାଧାରଣ ନିର୍ବାଚନରେ ଦଳର ପରାଜୟର କାରଣ କହିଛନ୍ତି ନବୀନ। ବିଜେପିର ନକାରାତ୍ମକ ପ୍ରଚାର, ମିଛ ଗପ ଓ ମିଛ ପ୍ରତିଶ୍ରୁତିର କାଉଣ୍ଟର କରି ନ ପାରିବା ପରାଜୟ ର ମୁଖ୍ୟ କାରଣ ବୋଲି ସେ କହିଛନ୍ତି। ଏହି ଅବସରରେ ସେ ସୋସିଆଲରେ ମିଡିଆରେ ସକ୍ରିୟ ରହି ବିଜେପିର False narrative ର ଉଚିତ୍ ଜବାବ ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଇଭିଏମ ଓ ବିଜେପିକୁ ନେଇ ଆକ୍ଷେପ କରି ନବୀନ ପଟ୍ଟନାୟକ କହିଛନ୍ତି ଯେ, ଠାକୁର ଘରେ କିଏ ନା ମୁଁ କଦଳି ଖାଇନି। ନିକଟରେ ନିର୍ବାଚନ ପ୍ରକ୍ରିୟାରେ ଅସଙ୍ଗତି ନେଇ ନିର୍ବାଚନ କମିଶନଙ୍କ ନିକଟରେ ବିଜେଡି ପିଟିସନ ଦାଖଲ କରିଥିଲା। ବିଜେଡି ହାରିବା ପଛରେ ନିର୍ବାଚନ ପ୍ରକ୍ରିୟାରେ ଅସଙ୍ଗତି, ଏକ କାରଣ କି। ଏ ପ୍ରଶ୍ନର ଉତ୍ତରେ ନବୀନ କହିଥିଲେ ସେ ଦିଗ ଆଗେ ଏହା ଇଙ୍ଗିତ କରୁଛି। ଏହାର ବିସ୍ତୃତ ଅନୁଧ୍ୟାନ ହେବା ଆବଶ୍ୟକ। ଏହାସହ ଯଦି ପେପର ବାଲଟରେ ନିର୍ବାଚନ ହୁଏ ତେବେ ବିଜେଡି ତାକୁ ସମର୍ଥନ କରିବ ବୋଲି କହିଛନ୍ତି ନବୀନ। ବର୍ତ୍ତମାନ ଏକ ଦେଶ ଏକ ନିର୍ବାଚନ ନେଇ ଆଗତ ବିଲ ଆସିଛି। ଏହା ଉପରେ ବିଜେଡି ସମୀକ୍ଷା କରୁଛି ବୋଲି ନବୀନ କହିଛନ୍ତି। 

Read More
{}{}