Home >>Odisha State

ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ କର୍ମୀ ଓ କର୍ମକର୍ତ୍ତାଙ୍କୁ ନବୀନଙ୍କ ଚିଠି

Naveen Patnaik: ଏହି ଅବସରରେ ଦଳର ଛାମୁଆ ନେତୃତ୍ବ, ପଦାଧିକାରୀ ତଥା ଶୁଭେଛୁମାନଙ୍କୁ ନେଇ କ୍ଷେତ୍ରୀୟ ସମ୍ମିଳନୀ କରି ଗତ ସରକାରଙ୍କ ପକ୍ଷରୁ ଲୋକଙ୍କ ପାଇଁ ନିଆଯାଇଥିବା ସଫଳ କାର୍ଯ୍ୟକ୍ରମ ତଥା ସାମ୍ପ୍ରତିକ ସରକାରଙ୍କ କାର୍ଯ୍ୟକ୍ରମ ଲୋକଲୋଚନକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦର ବୃଦ୍ଧି ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଜନସାଧାରଣ ପ୍ରତି ପ୍ରତିଶ୍ରୁତିର ଖିଲାପ ସଂପର୍କରେ ଆଲୋଚନା କରିବାକୁ କହିଛନ୍ତି।

Advertisement
ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ କର୍ମୀ ଓ କର୍ମକର୍ତ୍ତାଙ୍କୁ ନବୀନଙ୍କ ଚିଠି
Zee Odisha Desk|Updated: Dec 19, 2024, 10:16 AM IST
Share

ଭୁବନେଶ୍ଵର: ଆସନ୍ତା ୨୬ ତାରିଖରେ ବିଜେଡି ୨୮ ବର୍ଷରେ ପଦାର୍ପଣ କରିବ। ସବୁ ନିର୍ବାଚନମଣ୍ଡଳୀରେ ଦଳର ୨୮ତମ ପ୍ରତିଷ୍ଠା ଦିବସ ପାଳନ କରାଯିବା ନେଇ ଦଳୀୟ କର୍ମକର୍ତ୍ତାଙ୍କୁ ଚିଠି ଲେଖି ବିଜେଡି ସଭାପତି ନବୀନ ପଟ୍ଟନାୟକ ଅବଗତ କରାଇଛନ୍ତି। ଏହା ସହ ଲୋକଙ୍କ ସେବା କରିବାକୁ ‌ସେ ଆହ୍ବାନ ଦେଇଛନ୍ତି। ଏଥିସହ ନୂଆ ବିଶ୍ବାସ ସହ ନୂଆ ଓଡ଼ିଶା ଗଠନ ପାଇଁ ଉତ୍ସାର୍ଗୀକୃତ କାର୍ଯ୍ୟ କରିବାକୁ ସେ ଦଳର ସମସ୍ତ ନେତା, ପଦାଧିକାରୀୟ, କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି। 

ଦଳର ୨୮ତମ ପ୍ରତିଷ୍ଠା ଦିବସ ନିର୍ବାଚନମଣ୍ଡଳୀ ସ୍ତରରେ ପାଳନ କରାଯିବ ବୋଲି। ଏହି ଅବସରରେ ଦଳର ଛାମୁଆ ନେତୃତ୍ବ, ପଦାଧିକାରୀ ତଥା ଶୁଭେଛୁମାନଙ୍କୁ ନେଇ କ୍ଷେତ୍ରୀୟ ସମ୍ମିଳନୀ କରି ଗତ ସରକାରଙ୍କ ପକ୍ଷରୁ ଲୋକଙ୍କ ପାଇଁ ନିଆଯାଇଥିବା ସଫଳ କାର୍ଯ୍ୟକ୍ରମ ତଥା ସାମ୍ପ୍ରତିକ ସରକାରଙ୍କ କାର୍ଯ୍ୟକ୍ରମ ଲୋକଲୋଚନକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦର ବୃଦ୍ଧି ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଜନସାଧାରଣ ପ୍ରତି ପ୍ରତିଶ୍ରୁତିର ଖିଲାପ ସଂପର୍କରେ ଆଲୋଚନା କରିବାକୁ କହିଛନ୍ତି।

Read More
{}{}