Hindi News >>Home >>Odisha State

New Income tax Bill: ଆଜି ଲୋକସଭାରେ ଆସିବ ଓ୍ୱାକଫ ସଂଶୋଧନ ରିପୋର୍ଟ ଏବଂ ନୂଆ ଆୟକର ବିଧେୟକ

କାର୍ଯ୍ୟସୂଚୀରେ ଶୂନ୍ୟକଳ ଏବଂ ଜାହାଜ ଚଳାଚଳ ମନ୍ତ୍ରଣାଳୟର ଏକ ବିଧେୟକ ଉପସ୍ଥାପନ ହେବା କାର୍ଯ୍ୟକ୍ରମ ମଧ୍ୟ ସ୍ଥିର କରାଯାଇଚି।  ପୁଣି ଶତାଧିକ ଘରୋଇ ସଦସ୍ୟଙ୍କ ବିଧେୟକକୁ ଉପସ୍ଥାପନ କରାଯିବା କାର୍ଯ୍ୟକ୍ରମ ରହିଛି। କିନ୍ତୁ ଅଧିବେଶନର ପ୍ରଥମ ଅଧ୍ୟାୟର ଏହା ଶେଷ ଦିନ ହୋଇଥିବାରୁ ଗୃହ ସରକାରୀ କାର୍ଯ୍ୟକ୍ରମ ପରେ ମୁଲତବୀ ହେବା ସମ୍ଭାବନା ଅଧିକ ରହିଛି।

Advertisement
New Income tax Bill: ଆଜି ଲୋକସଭାରେ ଆସିବ ଓ୍ୱାକଫ ସଂଶୋଧନ ରିପୋର୍ଟ ଏବଂ ନୂଆ ଆୟକର ବିଧେୟକ
Prabhudatta Moharana|Updated: Feb 13, 2025, 07:24 AM IST
Share

New Income tax Bill:ନୂଆଦିଲ୍ଲୀ: ଲୋକସଭାରେ ବଜେଟ୍‍ ଅଧିବେଶନର ପ୍ରଥମ ଅଧ୍ୟାୟର ଆଜି ଶେଷ କାର୍ଯ୍ୟ ଦିବସ। ଏହି ଦିନଟିକୁ ଅଧିକ ସରଗରମ କରିବା ଲାଗି ଲୋକସଭାର କାର୍ଯ୍ୟପରିଚାଳନା କମିଟି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସ୍ଥିର କରିଛି। ଏହିକ୍ରମରେ ଆଜି ଅର୍ଥମନ୍ତ୍ରୀ ନୂତନ ଆୟକର ବିଧେୟକ ଆଣିବାର କାର୍ଯ୍ୟକ୍ରମ ରହିଛି। ଏହା ସହ ଓ୍ୱାକଫ୍‍ ଆଇନ ସଂଶୋଧନ ପାଇଁ ଗଠନ କରାଯାଇଥିବା ଯୁଗ୍ମ ସଂସଦୀୟ କମିଟିର ରିପୋର୍ଟ ମଧ୍ୟ ଆଜି ଉପସ୍ଥାପନ ହୋଇପାରେ। ଏନେଇ ସଂଶୋଧିତ କାର୍ଯ୍ୟସୂଚୀରେ ସ୍ପଷ୍ଟ କରାଯାଇଛି। 
ଏଥିରେ କୁହାଯାଇଛି ଯେ, ଗୃହ ଆରମ୍ଭରୁ ବିଧି ଅନୁସାରେ ପ୍ରଥମେ ପ୍ରଶ୍ନୋତ୍ତର କାଳ ୧ ଘଣ୍ଟା ଧରି ଚାଲିବ। 

ଏହାପରେ ବିଭିନ୍ନ ଦସ୍ତାବିଜ ଉପସ୍ଥାପନ ହେବ। ଏହାପରେ ଲୋକସଭାରେ ଉପସ୍ଥାପନ ହୋଇ ଯୁଗ୍ମ ସଂସଦୀୟ କମିଟିକୁ ଅଧିକ ଆଲୋଚନା ଲାଗି ପଠାଯାଇଥିବା ଓ୍ୱାକଫ୍‍ ସଂଶୋଧନ ବିଧେୟକ- ୨୦୨୪ର ରିପୋର୍ଟକୁ ଉପସ୍ଥାପନ କରାଯିବ। କମିଟିର ଅଧ୍ୟକ୍ଷ ଜଗଦମ୍ବିକା ପାଲ୍‍ ଏବଂ ଅନ୍ୟତମ ସଦସ୍ୟ ଡ. ଜଞ୍ଜୟ ଜୟଶ୍ୱାଲ ଏହି ରିପୋର୍ଟ ଉପସ୍ଥାପନ କରିବେ। ଏହି ସମୟରେ ଗୃହରେ ହଟ୍ଟଗୋଳ ହେବା ଆଶଙ୍କା କରାଯାଉଛି। ଏହି ଆଶଙ୍କାକୁ ଏଡ଼ାଇବା ଲାଗି ସରକାରଙ୍କ ପକ୍ଷରୁ ପୂର୍ବରୁ ଉପସ୍ଥାପନ ହେବାକୁ ଥିବା ଏହି କମିଟି ରିପୋର୍ଟର ଧାର୍ଯ୍ୟ ତାରିଖରେ ପରିବର୍ତ୍ତନ ଅଣାଯାଇଥିଲା। 

ଏହାପରେ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଏକ ଷ୍ଟାଣ୍ଡିଂ କମିଟି ରିପୋର୍ଟକୁ ଉପସ୍ଥାପନ କରାଯିବା କାର୍ଯ୍ୟକ୍ରମ ରହିଛି। ଏହା ସହ ଅର୍ଥମନ୍ତ୍ରୀ ବଜେଟ୍‍ ଉପସ୍ଥାପନ ସମୟରେ ପ୍ରତିଶୃତି ଦେଇଥିବା ନୂଆ ଆୟକର ବିଧେୟକ ଉପସ୍ଥାପନ ହେବା କାର୍ଯ୍ୟକ୍ରମ ରହିଛି। ଏହି ଆୟକର ସଂଶୋଧନ ବିଧେୟକ ପାରିତ ହେଲେ ଆୟକର ହିସାବ ଏବଂ ପ୍ରଦାନ ଅତ୍ୟନ୍ତ ସରଳ ହେବ ବୋଲି ଆଶା କରାଯାଇଛି।

Read More
{}{}