Home >>Odisha State

୪ ଜିଲ୍ଲା ମେଡିକାଲ୍‍ କଲେଜରେ ପିଜି ସହ ଏବର୍ଷ ଯାଜପୁରରେ ଏମ୍‍ବିବିଏସ୍‍

ଆସନ୍ତା ବର୍ଷ ଫୁଲବାଣୀରେ ଏବଂ ୨୦୨୬-୨୭ ଆର୍ଥିକ ବର୍ଷରେ ଅନୁଗୁଳରେ ସରକାରୀ ମେଡିକାଲଥ କଲେଜ ଖୋଲିଯିବ। ବିଶେଷ କରି ଜିଲ୍ଲାମ ମୁଖ୍ୟ  ଚିକିତ୍ସାଳୟ ସହ ସଂଯୋଗ କରି ଏହି ମେଡିକାଲ୍‍ କଲେଜ୍‍ ପ୍ରତିଷ୍ଠା କରାଯାଉଛି।

Advertisement
୪ ଜିଲ୍ଲା ମେଡିକାଲ୍‍ କଲେଜରେ ପିଜି  ସହ ଏବର୍ଷ ଯାଜପୁରରେ ଏମ୍‍ବିବିଏସ୍‍
Zee Odisha Desk|Updated: Apr 08, 2024, 07:19 AM IST
Share

ଭୁବନେଶ୍ୱର: ରାଜ୍ୟର ୪ଟି ଜିଲ୍ଲା ମେଡିକାଲ୍‍ କଲେଜକୁ ଉନ୍ନୀତ କରିବାକୁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାସହ ଚଳିତ ବର୍ଷ ଯାଜପୁରରେ ମେଡିକାଲ୍‍ କଲେଜ ଉଦ୍‍ଘାଟନ ପାଇଁ ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି।  ସୂଚନା ଅନୁସାରେ କୋରାପୁଟ, ବଲାଙ୍ଗୀର, ବାରିପଦା ଓ ବାଲେଶ୍ୱର ମେଡିକାଲ୍‍ କଲେଜରେ ସ୍ନାତ୍ତକୋତ୍ତର ( ପିଜି) ପାଠ୍ୟକ୍ରମ ଖେଲିବାକୁ ଯୋଜନା କରିଛନ୍ତି। ଏଥିଲାଗି ସରକାରୀ ସ୍ତରରେ ପଦକ୍ଷେପ ଶେଷ ହେଲାପରେ ଏବେ ଜାତୀୟ ମେଡିକାଲ ଆୟୋଗଙ୍କ ଅନୁମତି ମଗାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜାଣିବାକୁ ମିଳିଛି। 

କେଉଁ ମେଡିକାଲ୍‍ କଲେଜରେ କେଉଁ ବିଭାଗରେ ପିଜି ପାଠ୍ୟକ୍ରମ ଖୋଲିକ, କେତେ ପିଲାଙ୍କୁ ଗ୍ରହଣ କରାଯିବ ତାହା ସମ୍ପୃକ୍ତ କଲେଜର ପ୍ରଫେସର ଏବଂ ଆନୁଷଙ୍ଗିକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବିଚାର କରାଯିବ। ଏବେ ରାଜ୍ୟରେ ୧୧ଟି ମେଡିକାଲ୍‍ କଲେଜ୍‍ କାର୍ଯ୍ୟକ୍ଷମ ରହିଛି। ସେଥିରୁ ମାତ୍ର ୨ଟିରେ ପିଜି ଅଧ୍ୟକ୍ୟନ ପାଇଁ ସୁଯୋଗ ରହିଛି। ଏହି ମେଡିକାଲ୍‍ କଲେଜଗୁଡ଼ିକ ଖୋଲିଲେ ତାହା  ପିଲାଙ୍କ ଭବିଷ୍ୟତ ଚାହିଦା ପୂରଣ କରିବ। 

କିନ୍ତୁ ସବୁଠାରୁ ବଡ଼ ଉଦବେଗର ବିଷୟ ହେଉଛି ମେଡିକାଲ୍‍ କଲେଜରେ ଅଧ୍ୟାପକଙ୍କ ଅଭାବ। ଏଥିଲାଗି ସରକାର ଠିକାରେ ଏକ ବର୍ଷିଆ ଚୁକ୍ତି ଭିତ୍ତିକ ଅଧ୍ୟାପକଙ୍କ ନିଯୁକ୍ତି ପାଇଁ ପଦକ୍ଷେପ ନେିଛନ୍ତି। ସେମାନଙ୍କ ପାଇଁ ଏକ ଜରତପସ ପଣ୍ଡ ଗଠନ ସହ କଲେଜ୍‍ ଅଧୀକ୍ଷକ, ଡିନ୍‍ଙ୍କୁ ଆବଶ୍ୟକ ସଂଖ୍ୟାରେ ଠିକା ଅଧ୍ୟାପକ ନିଯୁକ୍ତି ଲାଗି ପରାମର୍ଶ ଦିଆଯାଇଛି। ଏଥିଲାଗି ପ୍ରତି ବର୍ଷ ଏକ ସମୀକ୍ଷା କରାଯାଇ ଆବଶ୍ୟକତା ପୂରଣ କରିବାକୁ  ସରକାର ସମ୍ପୃକ୍ତ କଲେଜ୍‍ ଅଧୀକ୍ଷକଙ୍କ ଦାୟିତ୍ୱ ଦେଇଛନ୍ତି। ଖାଲି ସେତେକି ନୁହେଁ ଯଦି କଲେଜରେ ସୁପର ସ୍ପେଶାଲିଟି ଡାକ୍ତରଙ୍କ ଅଭାବ ପଡ଼େ ତେବେ ତାହାକୁ ବି ସରକାର କଲେଜ କର୍ତ୍ତୃପକ୍ଷଙ୍କୁ ଠିକାରେ ନିଯୁକ୍ତି ପାଇଁ ଦାୟିତ୍ୱ ଦେଇଛନ୍ତି। ସରକାର ବାରମ୍ବାର ଡାକ୍ତର ନିଯୁକ୍ତି ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଆବଶ୍ୟକତା ପୂରଣରେ ଅସମର୍ଥ ହୋଇଛନ୍ତି। ଉପାନ୍ତ ଅଞ୍ଚଳ, ଆବଶ୍ୟକ ସୁବିଧାର ଅଭାବ ଏବଂ ସରକାର ଦରମା ବ୍ୟବସ୍ଥାରେ ଅସାମଞ୍ଜସ୍ୟ ଏହାର କାରଣ ବୋଲି କୁହାଯାଇଛି। ଏହାଛଡ଼ା ରାଜ୍ୟରେ ସୁପର ସ୍ପେଶାଲିଷ୍ଟଙ୍କ ଯଥେଷ୍ଟ ଅଭାବ ଥିବାରୁ ସେବାମେ ସରକାରୀ ଚାକିୀରି ଅପେକ୍ଷା ଘରୋଇ ଚିକିତ୍ସା କ୍ଷେତ୍ରକୁ ଅଧିକ ଧ୍ୟାନ ଦେଉଥିବା କୁହାଯାଉଛି।  

ଅପରପକ୍ଷେ ସରକାର ରାଜ୍ୟରେ ଏମ୍‍ବିବିଏସ୍‍ ପାଠ୍ୟକ୍ରମର ଚାହିଦା ଓ କେନ୍ଦ୍ର ସରକାରଙ୍କ ପ୍ରତି ଜିଲ୍ଲାରେ ମେଡିକାଲ୍‍ କଲେଜ ଖୋଲିବା ନେଇ ସହାୟତାକୁ ଦୃଷ୍ଟିରେ ରଖି ନୂଆ ନୂଆ ମେଡିକାଲ୍‍ କଲେଜ ଖୋଲିବାକୁ ଅଧିକ ଧ୍ୟାନ ଦେଇଛନ୍ତି। ଏହିକ୍ରମରେ ଆହୁରି ତିନୋଟି ମେଡିକାଲ୍‍ କଲେଜ୍‍ ଖୋଲିବାକୁ ଯାଉଛି। ଚଳିତ ଶିକ୍ଷା ବର୍ଷରେ ଯାଜପୁରରେ ମେଡିକାଲ୍‍ କଲେଜ୍‍ ଖୋଲିବାକୁ ଯାଉଛି। ଆସନ୍ତା ବର୍ଷ ଫୁଲବାଣୀରେ ଏବଂ ୨୦୨୬-୨୭ ଆର୍ଥିକ ବର୍ଷରେ ଅନୁଗୁଳରେ ସରକାରୀ ମେଡିକାଲଥ କଲେଜ ଖୋଲିଯିବ। ବିଶେଷ କରି ଜିଲ୍ଲାମ ମୁଖ୍ୟ  ଚିକିତ୍ସାଳୟ ସହ ସଂଯୋଗ କରି ଏହି ମେଡିକାଲ୍‍ କଲେଜ୍‍ ପ୍ରତିଷ୍ଠା କରାଯାଉଛି।

Read More
{}{}