Hindi News >>Home >>Odisha State

VK Pandian: ବିଜେଡିରେ ନ୍ୟୁ ନର୍ମାଲ- ପାଣ୍ଡିଆନ୍‍ ହିଁ ଧ୍ରୁବତାରା

ଭୁବନେଶ୍ୱର: କିଏ ମାନୁ ବା ନମାନୁ, ବିଜେଡିରେ ଉଦୀୟମାନ ହୋଇଛି ଏକ ନୂଆ ବାସ୍ତବତା। ତାହା ହେଲା ପାଣ୍ଡିଆନ୍‍ ହିଁ ସବୁକିଛି। ସେ ହିଁ ନ୍ୟୁ ନର୍ମାଲ। ତାଙ୍କର ପ୍ରତିଟି ଇଙ୍ଗିତ ହେଉଛି ନବୀନଙ୍କ ଭାଷା। ତାଙ୍କର ପ୍ରତିଟି ଗୋଟିଚାଳନା ହେଉଛି ନବୀନଙ୍କ ପରିଚାଳନା। ତାଙ୍କର ଅନୁପସ୍ଥିତି ବା ଉପସ୍ଥିତିର ଯାଏ ଆସେ ନାହିଁ, ସେ ହିଁ ସର୍ବୋଚ୍ଚ ନେତାଙ୍କ ଉ

Advertisement
VK Pandian: ବିଜେଡିରେ ନ୍ୟୁ ନର୍ମାଲ- ପାଣ୍ଡିଆନ୍‍ ହିଁ ଧ୍ରୁବତାରା
Prabhudatta Moharana|Updated: Apr 11, 2025, 12:50 PM IST
Share

VK Pandian: ଭୁବନେଶ୍ୱର: କିଏ ମାନୁ ବା ନମାନୁ, ବିଜେଡିରେ ଉଦୀୟମାନ ହୋଇଛି ଏକ ନୂଆ ବାସ୍ତବତା। ତାହା ହେଲା ପାଣ୍ଡିଆନ୍‍ ହିଁ ସବୁକିଛି। ସେ ହିଁ ନ୍ୟୁ ନର୍ମାଲ। ତାଙ୍କର ପ୍ରତିଟି ଇଙ୍ଗିତ ହେଉଛି ନବୀନଙ୍କ ଭାଷା। ତାଙ୍କର ପ୍ରତିଟି ଗୋଟିଚାଳନା ହେଉଛି ନବୀନଙ୍କ ପରିଚାଳନା। ତାଙ୍କର ଅନୁପସ୍ଥିତି ବା ଉପସ୍ଥିତିର ଯାଏ ଆସେ ନାହିଁ, ସେ ହିଁ ସର୍ବୋଚ୍ଚ ନେତାଙ୍କ ଉତ୍ତରାଧିକାରୀ। ଯଦି ମାନୁଛନ୍ତି ତ ଆପଣ ବିଜେଡିର ନହେଲେ ବିଶୃଙ୍ଖଳା...। 

ବୁଧବାରରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଗଣମାଧ୍ୟମରେ ବୟାନ ପରେ ଏହା ପ୍ରାୟତଃ  ସ୍ପଷ୍ଟ । ଦଳରେ ସୃଷ୍ଟି ହୋଇଥିବା ନବୀନ ବିରୋଧୀ ମେଳିକୁ ସେ ଏହି ବୟାନରେ ଯେଉଁ ବାର୍ତ୍ତା ଦେଲେ ତାହା ବି ଏ କଥାକୁ ସ୍ୱୀକାର କରୁଛି। ସେ କହିଛନ୍ତି  ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଅତୀତରେ ରାଜ୍ୟ ଓ ଦଳ ପାଇଁ ବହୁତ ଭଲ କାମ କରିଛନ୍ତି। ସେ ଗତ ୧୦ମାସରୁ ଅଧିକ ସମୟ ହେଲାଣି ଦଳ ଛାଡିଲେଣି ଏବଂ ଏବେ ସେ ଦଳର କୌଣସି କାମରେ ସମ୍ପୃକ୍ତ ନାହାନ୍ତି। ଦଳର କୌଣସି ନିଷ୍ପତ୍ତି ପାଇଁ ସମାଲୋଚନା ବା ବଦନାମ କରିବା ଉଚିତ ନୁହେଁ । ଅର୍ଥାତ୍‍ ସେ ଯାହା କହୁଛନ୍ତି ବା କରୁଛନ୍ତି ତାକୁ ନେଇ କେହି କେବେ ଆଲୋଚନା କରିବା ଉଚିତ ନୁହେଁ। 

ଏହି ମନ୍ତବ୍ୟ ଦେବା ପରେ ବିଗତ ୬ ଦିନ ଧରି ଚାଲିଥିବା ବିଜେଡିର ରାଜନୈତିକ ଆଲୋଡନ ନୀରବି ଯାଇଛି। ଗୁରୁବାର ଆଉ କୌଣସି ନେତା ବୈଠକ କରିନାହାନ୍ତି, ମେଳି ବାନ୍ଧିନାହାନ୍ତି କିମ୍ବା ଏକାଧିକ ସଂଖ୍ୟାରେ ଏକଜୁଟ ହୋଇ ଗଣମାଧ୍ୟମର ଖବର ପାଲଟି ନାହାନ୍ତି। ଜଣେ ଦୁଇଜଣ କିଏ କେମିତି ଗଣମାଧ୍ୟମ ସାମ୍ନାରେ ନବୀନଙ୍କ ମନ୍ତବ୍ୟ ସପକ୍ଷରେ ଯୁକ୍ତି ରଖୁଛନ୍ତି। ଦଳର ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ଏହି ପ୍ରସଙ୍ଗ ଅପେକ୍ଷାକୃତ କମ ସ୍ଥାନ ପାଇଛି।

କେବଳ ଯାହା ପୂର୍ବତନ ବିଧାୟକ ତଥା ପୂର୍ବତନ ସରକାରୀ ମୁଖ୍ୟ ସଚେତକ ପ୍ରଭାତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀ ଡାକି ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟର ପ୍ରତିବାଦ କରିଛନ୍ତି। ରାଜ୍ୟସଭାରେ ୱାକଫ ସଂଶୋଧନ ବିଲ ଭୋଟିଂ ପରେ ବିଜେଡିରେ ଯେଉଁ ଝଡ ବହୁଥିଲା ତାହା ଶାନ୍ତ ପଡିଛି। କିନ୍ତୁ ରାଜନୈତିକ ସମୀକ୍ଷକଙ୍କ ମତ ଯେ, ଏହା ଝଡ଼ର ଅନ୍ତ ନୁହେଁ, ଏହା କେବଳ ଭୟଙ୍କର ଝଡ ପୂର୍ବର ନୀରବତା।

ପାଣ୍ଡିଆନଙ୍କ ସପକ୍ଷରେ ନବୀନଙ୍କ ମତକୁ ବିଜେଡି ସହଜରେ ଗ୍ରହଣ କରିପାରିନାହିଁ। ପାଣ୍ଡିଆନ ସପକ୍ଷବାଦୀ ଗୋଷ୍ଠୀ ଏହାକୁ ନିଜର ବିଜୟ ବୋଲି ଗ୍ରହଣ କରି ଛାତି ଦମ୍ଭ କରିଛନ୍ତି। କିନ୍ତୁ ବିଜେଡିର ପ୍ରକୃତ କର୍ମୀ, କାର୍ଯ୍ୟକର୍ତ୍ତା ଓ ନେତା ଦଳ ସଭାପତିଙ୍କର ଏହି ମନ୍ତବ୍ୟକୁ ନେଇ ସ୍ତବ୍ଧ ହୋଇଛନ୍ତି। ଲୋକପ୍ରିୟତାର ଶୀର୍ଷରେ ଥାଇ, ସୁଦୃଢ଼ ସଂଗଠନ ରଖୁ, ୨୪ ବର୍ଷର ଶାସନ ସତ୍ତ୍ୱେ ଦଳ କ୍ଷମତାରୁ ଚାଲିଯିବା ଓ ନିଜେ ଗୋଟିଏ ଆସନରେ ପରାସ୍ତ ହେବା ସହ ଆଉ ଏକ ଆସନରେ ହାରୁ ହାରୁ ଜିତିବା ପରେ ମଧ୍ୟ କେମିତି ଦଳ ସୁପ୍ରିମୋ ଚେତୁ ନାହାନ୍ତି ବୋଲି ସାଧାରଣ କର୍ମୀଙ୍କ ମନରେ ପ୍ରଶ୍ନ ଆସିଛି।

ବିଜେଡିକୁ ଭଲ ପାଉଥ‌ିବା, ବିଜୁବାବୁଙ୍କୁ ଭଲ ପାଉଥ‌ିବା, ନବୀନ ପଟ୍ଟନାୟକଙ୍କୁ ଭଲ ପାଉଥ‌ିବା ଓ ବିଜେଡି ସଂଗଠନରେ ସୈନିକ ଭାବରେ କାମ କରୁଥିବା ସଂଖ୍ୟାତ୍ମକ କର୍ମୀ ଏବଂ କାର୍ଯ୍ୟକର୍ତ୍ତା ନବୀନଙ୍କ ପାଣ୍ଡିଆନ ପ୍ରକରଣକୁ ସହଜରେ ଗ୍ରହଣ କରିପାରିନାହାନ୍ତି । ସମସ୍ତଙ୍କ ମନରେ ଆଜି ବି ଏକଥା ରହିଛି ଯେପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ସବୁ କଥା ବୁଝୁଥିଲେ ସେପର୍ଯ୍ୟନ୍ତ ସବୁ ଠିକ ଥିଲା। ସରକାରରେ ସବୁ ଠିକ ଚାଲିଥିଲା, ଦଳରେ ମଧ୍ୟ ସବୁ ଠିକ ରହିଥିଲା । ଯେବେଠୁ ପାଣ୍ଡିଆନ ‘ଛାୟା ମୁଖ୍ୟ’ ସାଜିଲେ ସେବେଠୁ ସବୁକିଛି ଓଲଟ ପାଲଟ ହୋଇଗଲା।
୨୦୧୨ରେ ପ୍ୟାରୀମୋହନ ମହାପାତ୍ରଙ୍କୁ ‘ମିଡନାଇଟ ଅପରେସନ'ର କାଠଗଡ଼ାରେ ଛିଡ଼ା କରାଇବାରୁ ଆରମ୍ଭ କରି ୨୦୨୫ରେ ଧର୍ମନିରପେକ୍ଷତାର ଦ୍ୱାହି ଦେଇ ସଂସଦରେ ୱାକଫ ସଂଶୋଧନ ବିଲକୁ ସମର୍ଥନର ଦ୍ୱନ୍ଦ୍ୱ ରଣନୀତି ଆପଣାଇବା ପଛରେ ପ୍ରକୃତରେ ଖଳନାୟକ କିଏ ତାହା ଏବେ ବିଜେଡି ଆକାଶରେ ଧୂମକେତୁ ଭଳି ଦ୍ୱନ୍ଦ୍ୱ ହୋଇ ବୁଲୁଛି। ପ୍ୟାରୀମୋହନ ମହାପାତ୍ର ଶେଷ ପର୍ଯ୍ୟନ୍ତ ସେ ମିଡନାଇଟ ଅପରେସନକୁ ଅସ୍ୱୀକାର କରି ଇହଧାମରୁ ବିଦାୟ ନେଲେ। ୱାକଫ ବିଲକୁ ସମର୍ଥନର 'ବିବେକ ଭୋଟ’ କାହା ନିର୍ଦ୍ଦେଶରେ କରାଗଲା ତାହା ଏପର୍ଯ୍ୟନ୍ତ ରହସ୍ୟ ହୋଇ ରହିଲା ।

ସ୍ଵାଭାବିକ ଭାବରେ ଅଙ୍ଗୁଳି ସିଧାସଳଖ ପାଣ୍ଡିଆନଙ୍କ ଆଡ଼କୁ ଯାଉଥିବାବେଳେ ନବୀନଙ୍କ ମନ୍ତବ୍ୟ ଦଳର ଭବିଷ୍ୟତକୁ ନେଇ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ମନରେ ଅନ୍ଧକାର ସୃଷ୍ଟି କରିଛି। ଦଳ କାହା ନିର୍ଦ୍ଦେଶ ଓ ନିଷ୍ପତ୍ତିରେ ଆଗକୁ ଚାଲିବ ଏବଂ କାହା ଭରସାରେ କାର୍ଯ୍ୟକର୍ତ୍ତା ଓ ନେତା ଦଳ ପାଇଁ କାମ କରିବେ ତାହା ହିଁ ସମସ୍ତଙ୍କ ସାମ୍ନାରେ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି। କୁହାଯାଉଛି ନବୀନ ନିଜେ ବିଭାଜନର ରାସ୍ତା ଖୋଲିଛନ୍ତି। ଝଡ଼କୁ ନିଜେ ଆହ୍ୱାନ ଦେଇଛନ୍ତି। ଅପେକ୍ଷା କେବଳ ଆଉ କିଛି ଦିନକୁ।

Read More
{}{}