Hindi News >>Home >>Odisha State

ନୂଆବର୍ଷରୁ ବିମାନଯାତ୍ରୀଙ୍କୁ ଓଡ଼ିଶାର ନୂଆ ଉପହାର

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ ହ୍ୟାଣ୍ଡଲରେ ଦିଆଯାଇଥିବା ସୂଚନା ଅନୁସାରେ ଜାନୁୟାରୀ ୧ ତାରିଖରୁ ଝାରସୁଗୁଡ଼ାରୁ ନୂଆ ବିମାନ ସେବା ଆରମ୍ଭ ହେବ। ଏହିକ୍ରମରେ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଏବଂ ମୁମ୍ବାଇକୁ ସିଧାସଳଖ ବିମାନ ଚଳାଚଳ କରିବ।

Advertisement
ନୂଆବର୍ଷରୁ ବିମାନଯାତ୍ରୀଙ୍କୁ ଓଡ଼ିଶାର ନୂଆ ଉପହାର
Soubhagya Ranjan Mishra|Updated: Dec 30, 2024, 08:30 PM IST
Share

ଭୁବନେଶ୍ୱର: ବର୍ଷ ଆରମ୍ଭରୁ ଓଡ଼ିଶାର ବିମାନ ଯାତ୍ରୀଙ୍କ ପାଇଁ ନୂଆ ଉପହାର ଆଣିଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର ଏବଂ  ଝରାରସୁଗୁଡ଼ା ବିମାନ ବନ୍ଦର ପାଇଁ ଯାତ୍ରୀମାନେ ଏହି ନୂତନ ଉପହାର ପାଇବେ। ଏହା ହେଉଛି ଭାରତର ବିଭିନ୍ନ ସହରକୁ ଏହି ଦୁଇ ବିମାନ ବନ୍ଦରକୁ ସ୍ୱତନ୍ତ୍ର ଯୋଗାଯୋଗ ବ୍ୟବସ୍ଥା। ଏହିକ୍ରମରେ ସମସ୍ତ ପ୍ରକ୍ରିୟା ଶେଷ ହୋଇ ଯାତ୍ରା ଦିନ ସ୍ଥିର କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ ହ୍ୟାଣ୍ଡଲରେ ଦିଆଯାଇଥିବା ସୂଚନା ଅନୁସାରେ ଜାନୁୟାରୀ ୧ ତାରିଖରୁ ଝାରସୁଗୁଡ଼ାରୁ ନୂଆ ବିମାନ ସେବା ଆରମ୍ଭ ହେବ। ଏହିକ୍ରମରେ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଏବଂ ମୁମ୍ବାଇକୁ ସିଧାସଳଖ ବିମାନ ଚଳାଚଳ କରିବ। ଏହି ଦିଗକୁ  ଭାରତର ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିବା ପରେ  ବିଭିନ୍ନ ବିମାନ ସେବା ପ୍ରଦାନ କାରୀ ସଂସ୍ଥା ଏଥିପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି।

ସେହିପରି ରାଜଧାନୀ ସହର ଭୁବନେଶ୍ୱର ବିମାନବନ୍ଦରରୁ ମଧ୍ୟ ନୂଆ ଦିଗକୁ ବିମାନ ଉଡ଼ାଣ ଆରମ୍ଭ ହେବ। ଏଠାରୁ ସିଧାସଳଖ ଇନ୍ଦୋର, ଡେରାଡୁନ, କୋଚି, ଜୟପୁର ଏବଂ ଲକ୍ଷ୍ନୌକୁ ଯୋଗାଯୋଗ ହୋଇପାରିବ। ଜାନୁୟାରୀ ୩ ତାରିଖରୁ ଏହି ସେବା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

Also Read- Rahu Budh Yuti: ନୂଆ ବର୍ଷରେ ରାହୁ-ବୁଧ ସଂଯୋଗ, ଚମକିବେ ୩ ରାଶିର ବ୍ୟକ୍ତି

Also Read- ହିଞ୍ଜିଳିର ଶେରଗଡ଼ରେ ଚାଷୀଙ୍କୁ ଭେଟିଲେ ନବୀନ

Read More
{}{}