Hindi News >>Home >>Odisha State

New Year Guideline: ନୂଆବର୍ଷକୁ ନେଇ ଆସିଲା ଗାଇଡଲାଇନ୍, ଜାଣନ୍ତୁ କ'ଣ କରିବେ ଓ କ'ଣ ନ କରିବେ?

New Year Guideline: ଆଗକୁ ଆସୁଛି ନୂଆବର୍ଷ (New Year)। ଏଥିପାଇଁ ଏବେଠୁ ଆରମ୍ଭ ହୋଇ ଯାଇଛି ସେଲିବ୍ରେସନ୍ (Celebration)। ଖାସ୍ କରି ଜିରୋ ନାଇଟ୍ ସେଲିବ୍ରସନ୍(zero night Celebration) ପାଇଁ ବିଭିନ୍ନ ପବ୍, ଡାନ୍ସବାର ଓ ହୋଟେଲରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି।

Advertisement
New Year Guideline: ନୂଆବର୍ଷକୁ ନେଇ ଆସିଲା ଗାଇଡଲାଇନ୍, ଜାଣନ୍ତୁ କ'ଣ କରିବେ ଓ କ'ଣ ନ କରିବେ?
Zee Odisha Desk|Updated: Dec 25, 2023, 08:49 AM IST
Share

New Year Guideline: ଆଗକୁ ଆସୁଛି ନୂଆବର୍ଷ (New Year)। ଏଥିପାଇଁ ଏବେଠୁ ଆରମ୍ଭ ହୋଇ ଯାଇଛି ସେଲିବ୍ରେସନ୍ (Celebration)। ଖାସ୍ କରି ଜିରୋ ନାଇଟ୍ ସେଲିବ୍ରସନ୍(zero night Celebration) ପାଇଁ ବିଭିନ୍ନ ପବ୍, ଡାନ୍ସବାର ଓ ହୋଟେଲରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। କିନ୍ତୁ ଏଥର ସେଲିବ୍ରେସନ୍ ଉପରେ କିଛି ମାତ୍ରାରେ ଆଙ୍କୁଶ ଲଗାଇଛି ଅବକାରୀ ବିଭାଗ। ବିଶେଷ କରି, ୨୦୨୪କୁ ସ୍ବାଗତ କରିବା ପାଇଁ ୩୧ ତାରିଖ ରାତିରେ ହେବାକୁ ଥିବା ଜିରୋ ନାଇଟ୍ ସେଲିବ୍ରେସନକୁ ନେଇ କୌଣସି ଇଭେଣ୍ଟ କିମ୍ବା ଘରୋଇ ସଂସ୍ଥାକୁ ଆଇନ୍ ଶୃଙ୍ଖଳା ଦୃଷ୍ଟିକୁ ଅନୁମତି ଦିଆଯାଇନି। 

ALSO READ: Weather Update: ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ, ସତର୍କତା ଜାରି କଲା ପାଣିପାଗ ବିଭାଗ

ଏପରିକି ଖୋଲା ପଡିଆରେ ବି ସେଲିବ୍ରେସନ୍  କରିବାକୁ ବାରଣ ହୋଇଛି । ଖୋଲା ପଡିଆରେ ଡିଜେ, କିମ୍ବା ସାଉଣ୍ତ ବକ୍ସ ବ୍ୟବହାର କରିପାରିବେନି ବୋଲି ଗାଇଡ୍ ଲାଇନରେ କୁହାଯାଇଛି। ବିଶେଷକରି, ରାତି ୧୨ ଟା ପରେ କ୍ଲବ ଓ ପବ୍ ଚଳାଇବା ପାଇଁ ଆବେଦନ ମୁତାବକ ଅନୁମତି ମିଳିଛି । ସେହିପରି ବାର ଡାନ୍ସରେ ନିୟମ ଉଲଘଂନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।  ଏ-ଥିପାଇଁ ତିନୋଟି ଫ୍ଲାଇଁ ସ୍କାର୍ଡ (Flying squad) ଅବକାରୀ ବିଭାଗ ଗଠନ କରିଛି। 

ସେପଟେ, ନୂଆବର୍ଷକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ଛକ ଛକରେ ଜୋରଦାର ଚେକିଂ ପାଇଁ କରାଯିବା ସହିତ ମଦ୍ୟପାନ କରି ଗାଡି ଚଳାଇଲେ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ବୋଲି ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, କେବଳ ଭୁବନେଶ୍ବରରେ ନୁହେଁ କଟକରେ ବି  ଡିସେମ୍ବର ୩୧ ତାରିଖ ଏବଂ ଜାନୁଆର ୧ ତାରିଖରେ ପୋଲିସ୍ ପହରା ଦେବ। ଭିଡ ଏଡାଇବା ସହ ଡ୍ରଙ୍କ୍ ଆଣ୍ଡ୍ ଡ୍ରାଇଭ୍ ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ପାଟ୍ରୋଲିଂ  ଜୋରଦାର କରାଯିବା ସହ ନାକାବନ୍ଦୀ କରାଯିବ ବୋଲି ସେ କହିଛନ୍ତି। 

Read More
{}{}