Hindi News >>Home >>Odisha State

ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ, ବଡ଼ ଘୋଷଣା କଲେ ଆଇନ୍ ମନ୍ତ୍ରୀ

Odisha Liquor: ଆଗାମୀ ବର୍ଷଠାରୁ ଓଡ଼ିଶାରେ ଚୋରା ମଦ ଚାଲାଣ ବନ୍ଦ କରିବା ପାଇଁ ଯୋଜନା ହୋଇଥିବା ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

Advertisement
ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ, ବଡ଼ ଘୋଷଣା କଲେ ଆଇନ୍ ମନ୍ତ୍ରୀ
Zee Odisha Desk|Updated: Aug 08, 2024, 03:11 PM IST
Share

ଭୁବନେଶ୍ବର: ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ। ଏଥିସହ ଚୋରା ମଦ କାରବାର ବି ସମ୍ପୂର୍ଣ୍ଣ ବନ୍ଦ ହେବ। ଏଥିପାଇଁ ଅବକାରୀ ନୀତିରେ ଆଗକୁ ଆମୂଳଚୁଳ ପରିବର୍ତ୍ତନ କରାଯିବ। ଆସନ୍ତା ବର୍ଷା ଯେଉଁ ମଦନୀତି ହେବ, ସେଥିରେ ଓଡ଼ିଶାରୁ ଚୋରମଦ ବିକ୍ରି ବନ୍ଦ କରିବାକୁ ନୀତି ପ୍ରଣୟନ କରାଯିବ। ଆଜି ଏପରି ବଡ଼ ମନ୍ତବ୍ୟ ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। 

ରାଜ୍ୟରେ ଚୋରା ମଦ ବିକ୍ରି କିପରି ବନ୍ଦ ହେବ ତାହା ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିବା ଆଇନମନ୍ତ୍ରୀ କହିଛନ୍ତି। ଆଗାମୀ ବର୍ଷଠାରୁ ଓଡ଼ିଶାରେ ଚୋରା ମଦ ଚାଲାଣ ବନ୍ଦ କରିବା ପାଇଁ ଯୋଜନା ହୋଇଥିବା ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ସେହି ଆଧାରରେ ପରିବର୍ତ୍ତନ ମଧ୍ୟ କରାଯ‌ାଉଛି। ଯେଉଁ ମଦନୀତି ଥିଲା ସେଥିରେ କିଛି ସଂଶୋଧନ କରାଯିବ। ଯେଉଁ କିଛି ସମସ୍ୟା ରହିଥିଲା, ତାହାର କିପରି ସମାଧାନ କରାଯିବ ସେ ଦିଗରେ ପ୍ରଚେଷ୍ଟା କରାଯାଉଛି ବୋଲି ଆଇନମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

Read More
{}{}