Hindi News >>Home >>Odisha State

Koraput News: ଖରାପ ରାସ୍ତା ଯୋଗୁ ଗାଁକୁ ଆସୁନି ଆମ୍ବୁଲାନ୍ସ, ଛଟପଟ ହୋଇ ଡାକ୍ତରଖାନା ଗଲେ ଗର୍ଭବତୀ ମହିଳା

Koraput News: କମିବାର ନାଁ ଧରୁନି ଜନନୀ ଯନ୍ତ୍ରଣା । ରାସ୍ତା ଖରାପ ଯୋଗୁଁ ଗାଁ କୁ ଆସି ପାରିଲାନି ଆମ୍ବୁଲାନ୍ସ ଗାଡ଼ି। ଗାଁ ଠାରୁ ୩ କିମି ଦୂରକୁ ଖଟିଆ ଭାରରେ ବୁହା ହୋଇ ପୁଣି ଡାକ୍ତରଖାନା ଗଲେ ଜଣେ ଗର୍ଭବତୀ ମହିଳା। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଦଶମନ୍ତପୁର ବ୍ଲକ ଅଞ୍ଚଳରେ। କୁହୁଡି ସହିତ ଶିତ । ଏପରି ସ୍ଥିତିରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କରୁଥିବା ମହିଳାଙ୍କୁ ଭାରରେ ବହି ନେଇଥିଲେ ପରିବାର ଲୋକେ।

Advertisement
Koraput News: ଖରାପ ରାସ୍ତା ଯୋଗୁ ଗାଁକୁ ଆସୁନି ଆମ୍ବୁଲାନ୍ସ, ଛଟପଟ ହୋଇ ଡାକ୍ତରଖାନା ଗଲେ ଗର୍ଭବତୀ ମହିଳା
Zee Odisha Desk|Updated: Jan 02, 2024, 05:09 PM IST
Share

Koraput News: କମିବାର ନାଁ ଧରୁନି ଜନନୀ ଯନ୍ତ୍ରଣା । ରାସ୍ତା ଖରାପ ଯୋଗୁଁ ଗାଁ କୁ ଆସି ପାରିଲାନି ଆମ୍ବୁଲାନ୍ସ ଗାଡ଼ି। ଗାଁ ଠାରୁ ୩ କିମି ଦୂରକୁ ଖଟିଆ ଭାରରେ ବୁହା ହୋଇ ପୁଣି ଡାକ୍ତରଖାନା ଗଲେ ଜଣେ ଗର୍ଭବତୀ ମହିଳା। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଦଶମନ୍ତପୁର ବ୍ଲକ ଅଞ୍ଚଳରେ। କୁହୁଡି ସହିତ ଶିତ । ଏପରି ସ୍ଥିତିରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କରୁଥିବା ମହିଳାଙ୍କୁ ଭାରରେ ବହି ନେଇଥିଲେ ପରିବାର ଲୋକେ।

କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଦୁଆର ଶୁଣି ପଞ୍ଚାୟତ ଅଧିନସ୍ଥ ହଳଦୀ ସିଲ୍ ଗାଁ ର ଗର୍ଭବତୀ ଆଦିବାସୀ ମହିଳା ଜଣକ ହେଲେ, ପୂର୍ତିବାସ ମୁଦୁଲି ଙ୍କ ସ୍ତ୍ରୀ ଫୁଲ ମୁଦୁଲି। (୩୫)। ମିଳିଥିବା ସୂଚନା ଅନୁସାରେ ଗର୍ଭବତୀ ଫୁଲ ମୁଦୁଲିଙ୍କୁ ପ୍ରଥମେ ସାମାନ୍ୟ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ପ୍ରଥମେ ଗାଁ ର ଆଶା କର୍ମୀ ଙ୍କୁ ମହିଳାଙ୍କ ସ୍ବାମୀ ପୂର୍ତିବାସ ଜଣାଇ ଥିଲେ। ଏହା ପରେ ଆଶା କର୍ମୀ ସାଙ୍ଗେ ସାଙ୍ଗେ ୧୦୨ ଆମ୍ବୁଲାନ୍ସ ଗାଡ଼ି କୁ ମୋବାଇଲ ,ଫୋନ ଯୋଗେ ଯୋଗାଯୋଗ କରିଥିଲେ। ହେଲେ ଆମ୍ବୁଲାନ୍ସ ଗାଡ଼ି ଆସି ଗାଁ ଠାରୁ ତିନି କିମି ଦୂର ଅନଗାରଗୁଡା ଗାଁ ଛକ ନିକଟରେ ଅପେକ୍ଷା କରିଥିଲା। ଏଥିରେ ଗାଁ ର ଡମ୍ ମୁଦୁଲି , କାର୍ତ୍ତିକ ମୁଦୁଲି , ଭାସ୍କର ନାୟକ ଓ ଚନ୍ଦୁ ମୁଦୁଲିଙ୍କ ସହଯୋଗରେ ଗାଁ ଠାରୁ ଖଟିଆ ଭାର ରେ ବୋହି ଆମ୍ବୁଲାନ୍ସ ଗାଡ଼ି ପାଖକୁ ନେଇ ଥିଲେ। ସେହି ଅନଗାର ଗୁଡା ଗାଁ ଠାରୁ ଆମ୍ବୁଲାନ୍ସ ଗାଡ଼ି ରେ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଥିବା ଜଣାପଡିଛି। ମହିଳାଙ୍କ ଏହା ଦ୍ବିତୀୟ ଗର୍ଭ ବୋଲି , ତାଙ୍କ ସ୍ବାମୀ କହିଛନ୍ତି।

ଦଶମନ୍ତପୁର ବ୍ଲକ ଅଞ୍ଚଳରେ କେବଳ ବର୍ଷା ଦିନରେ ନୁହେଁ ବରଂ ଅନ୍ୟ ଦିନ ମାନଙ୍କରେ ମଧ୍ୟ ଏହିଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି। ବର୍ଷ ତମାମ କେଉଁଠି ନା କେଉଁଠି ରାସ୍ତା ଅଭାବରୁ ଆମ୍ବୁଲାନ୍ସ ପହଞ୍ଚି ପାରୁ ନ ଥିବାରୁ ରୋଗୀ, ଗର୍ଭବତୀ ମାନଙ୍କୁ ଭାରରେ ବୋହି ଆଣୁଛନ୍ତି। ଏ ସବୁ ସତ୍ବେ ଏହି ବ୍ଲକ ଅଞ୍ଚଳରେ ଗମନା ଗମନ ବ୍ୟବସ୍ଥାରେ ସୁଧାର ହୋଇପାରୁନାହିଁ। କେବେ ଏହି ବ୍ଲକ ର ଅପହଞ୍ଚ ଗ୍ରାମକୁ ସବୁ ଦିନିଆ ରାସ୍ତା ନିର୍ମାଣ ହୋଇ ପାରିବ ଏବେ ସେହି ଦିନକୁ ଅପେକ୍ଷା କରି ରହିଛନ୍ତି ଅଞ୍ଚଳବାସୀ।

Also Read: ରେଙ୍ଗାଲି ବୋରୱେଲରେ ଶିଶୁ ଫିଙ୍ଗିବା ଘଟଣା, ମିଳିଲା ପିତା, ମାତାଙ୍କ ପରିଚୟ

Read More
{}{}