Hindi News >>Home >>Odisha State

କାଶ୍ମୀର ବରଫରେ ଆଇଫୋନ ହଜେଇ ଓଡ଼ିଶା ଫେରିଥିଲେ ଯୁବତୀ, ଫେରାଇଦେଲା ପୋଲିସ

ଯବାନଙ୍କ କଥାମାନି ନିକଟସ୍ଥ ଥାନାରେ ଫୋନ ହଜିବା ସମ୍ପର୍କରେ ଲିଖିତ ଅଭିଯୋଗ କରିବା ସହ ପୋଲିସକୁ ଫୋନର ଆଇଏମଇଆଇ ନମ୍ୱର (phone imei number) ପ୍ରଦାନ କରିଥିଲେ ।

Advertisement
କାଶ୍ମୀର ବରଫରେ ଆଇଫୋନ ହଜେଇ ଓଡ଼ିଶା ଫେରିଥିଲେ ଯୁବତୀ, ଫେରାଇଦେଲା ପୋଲିସ
Soubhagya Ranjan Mishra|Updated: Jan 17, 2025, 09:40 PM IST
Share

ଭୁବନେଶ୍ୱର:  ଡିସେମ୍ୱର ଦ୍ୱିତୀୟ ସପ୍ତାହରେ ନିଜ ସାଥୀଙ୍କ ସହ ଓଡ଼ିଶାରୁ କାଶ୍ମୀର ବୁଲିବାକୁ ଯାଇଥିଲେ ଜଣେ ଯୁବତୀ । ତେବେ ବୁଲିବା ସମୟରେ ସେ ତାଙ୍କ ଫୋନଟିକୁ ହଜାଇ ଦେଇଥିଲେ । ଫଳରେ ନିରାଶ ହୋଇ ଘରକୁ ଫେରିଥିଲେ । କିନ୍ତୁ ଖୁସିର କଥା ଏହା ଯେ, ଏକ ମାସ ମଧ୍ୟରେ ସେ ତାଙ୍କ ଫୋନଟିକୁ ଫେରି ପାଇଛନ୍ତି ।

ସୂଚନା ମୁତାବକ, ଯୁବତୀଙ୍କ ୨୫ ବର୍ଷିୟା ସନ୍ଧ୍ୟାରାଣୀ ନିଜ ସାଥୀ ଏବଂ ଭାଈ ଭଉଣୀଙ୍କ ସହ କାଶ୍ମୀର ବୁଲିବାକୁ ଯାଇଥିଲେ । ଡିସେମ୍ୱର ୮ରେ କାଶ୍ମୀରରେ ପହଞ୍ଚିଥିବା ସମୟରେ ସେ ୪ ଦିନ ଧରି ବିଭିନ୍ନ ସ୍ଥାନ ବୁଲିବାକୁ ଯାଇଥିଲେ । ତେବେ ସୋନମାର୍ଗ ବୁଲିବାକୁ ଯାଇଥିବା ସମୟରେ ସାଥୀମାନଙ୍କ ସହ ଅନେକ ଫଟୋ ଏବଂ ଭିଡିଓ ନିଜ ଆଇଫୋନ ମାଧ୍ୟମରେ ଉତ୍ତଳନ କରିଥିଲେ । କିନ୍ତୁ ସୋନମାର୍ଗ ବୁଲିବା ପରେ ସନ୍ଧ୍ୟା ସମୟରେ ଘୋଡାରେ ଫେରିବାବେଳେ ନିଜ ଫୋନଟି ଅଜାଣତରେ କେଉଁଠି ଖସିପଡିଥିଲା । ଏହା ପରେ ସେ ଓ ତାଙ୍କ ସାଥୀମାନେ ଖୁବ ବ୍ୟସ୍ତ ହୋଇପଡିଥିଲେ । ରାତି ବଢିବା ସହ ସୋନମାର୍ଗରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଥିଲା । ଫୋନ ପାଇବା ଆଶାରେ ରାତି ସମୟରେ ମଧ୍ୟ ଖୁବ୍ ଖୋଜା କୋଜି କରିଥିଲେ ମଧ୍ୟ କୌଣସି ଲାଭ ମିଳିନଥିଲା । ପ୍ରାୟ ୪ ଘଣ୍ଟା ସମୟ ପ୍ରବଳ ଥଣ୍ଡାରେ ରହିବା ପରେ ସେ ନିରାଶ ହୋଇ ନିଜ ସାଥୀଙ୍କ ସହ ସୋନମାର୍ଗରୁ ଫେରି ଆସୁଥିଲେ । କିନ୍ତୁ ସ୍ଥାନୀୟ ଜଣେ ଯବାନ ଯୁବତୀଙ୍କୁ ଥାନାରେ ଏ ସମ୍ପର୍କରେ ଏତଲା ଦେବା ପାଇଁ ପରାମର୍ଶ ଦେଇଥିଲେ । ଏଥିସହ ଏହା ଆଶ୍ୱାସନା ମଧ୍ୟ ଦେଇଥିଲେ ଯେ, ବ୍ୟସ୍ତ ହୁଅନ୍ତୁ ନାହିଁ ଆପଣ ନିଜ ଫୋନ ଫେରିପାଇବେ । ଯବାନଙ୍କ କଥାମାନି ନିକଟସ୍ଥ ଥାନାରେ ଫୋନ ହଜିବା ସମ୍ପର୍କରେ ଲିଖିତ ଅଭିଯୋଗ କରିବା ସହ ପୋଲିସକୁ ଫୋନର ଆଇଏମଇଆଇ ନମ୍ୱର (phone imei number) ପ୍ରଦାନ କରିଥିଲେ ।

ବିନା ଫୋନରେ ନିଜ ସାଥୀଙ୍କ ସହ ଗୁଲମର୍ଗ, ଦୁଧପତ୍ରୀ, ଡାଲ୍ ଲେକ୍ ଓ ଅନ୍ୟାନ୍ୟ ଅଞ୍ଚଳ ବୁଲିବା ପରେ ଟ୍ରେନ ମାଧ୍ୟମରେ ଘରକୁ ଫେରିଥିଲେ ଯୁବତୀ । କିନ୍ତୁ ସେ କାଶ୍ମୀର ପୋଲିସ ସହ ନିରନ୍ତର ଯୋଗାଯୋଗରେ ରହିଥିଲେ । ତେବେ ମାତ୍ର କିଛି ଦିନ ମଧ୍ୟରେ ପୋଲିସ ଟ୍ରାକିଂ କରି ହଜିଯାଇଥିବା ଆଇଫୋନଟିକୁ ପାଇବାରେ ସଫଳ ହୋଇଥିଲା । ଏ ସମ୍ପର୍କରେ ଯୁବତୀଙ୍କୁ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହା ଜାଣିବା ପରେ ଯୁବତୀ ଅତ୍ୟନ୍ତ ଖୁସିବ୍ୟକ୍ତ କରିଥିଲେ ଏବଂ ନିଜ ଠିକଣାରେ ଆଇଫୋନଟିକୁ ପଠାଇବା ପାଇଁ ପୋଲିସକୁ ଅନୁରୋଧ କରିଥିଲେ । କାଶ୍ମୀର ପୋଲିସ ଯୁବତୀଙ୍କୁ ଭାରତୀୟ ଡାକ ଯୋଗେ ଭୁବନେଶ୍ୱରକୁ ଫୋନଟି ପଠାଇଥିଲେ । ହଜିଯାଇଥିବା ଦାମୀ ଆଇଫୋନ ଫେରି ପାଇ ଯୁବତୀ ଖୁସିର ସହ କାଶ୍ମୀର ପୋଲିସକୁ ଧନ୍ୟବାଦ ଜଣାଇଥିଲେ ।

Also Read- Ollywood News: "ଭାଇ" ଚଳଚ୍ଚିତ୍ରର ଅଡିଓ ରିଲିଜ୍, ୨୪ ଜାନୁଆରୀରେ ଶୁଭମୁକ୍ତି

Also Read- Mangal Vakri 2025: ଜାନୁଆରୀ ୨୧ ରେ ମଙ୍ଗଳଙ୍କ ଚଳନ, ୩ ରାଶିରେ ବଡ଼ ପ୍ରଭାବ !

Read More
{}{}