Home >>Odisha State

Odisha News: 'ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା'

Odisha News: ଏମ୍ସରେ(AIIMS)ରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ। ଭୁବନେଶ୍ବର AIIMSରୁ ଦିଲ୍ଲୀକୁ ଏୟାରଲିଫ୍ଟ ହେବେ ପୀଡ଼ିତା। 

Advertisement
Odisha News: 'ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା'
Narmada Behera|Updated: Jul 20, 2025, 10:12 AM IST
Share

Odisha News: ଏମ୍ସରେ(AIIMS)ରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ। ଭୁବନେଶ୍ବର AIIMSରୁ ଦିଲ୍ଲୀକୁ ଏୟାରଲିଫ୍ଟ ହେବେ ପୀଡ଼ିତା। କିଛି ଘଣ୍ଟା ମଧ୍ୟରେ ଦିଲ୍ଲୀ AIIMSକୁ ହେବେ ଏୟାରଲିଫ୍ଟ ବୋଲି ଜଣାପଡିଛି। ଡାକ୍ତରୀ ଟିମ୍‌ ସହ ପୀଡ଼ିତାଙ୍କ ପରିବାର ଲୋକଙ୍କ ଆଲୋଚନା ହୋଇଛି। ଦିଲ୍ଲୀ AIIMS ସହ ଏୟାରଲିଫ୍ଟ ନେଇ ଯୋଗାଯୋଗ ସରିଛି। ଏନେଇ ସୂଚନା ଦେଇଛନ୍ତି ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ।

ସୂଚନା ଅନୁସାରେ,ଗତକାଲି ପୁରୀ ଜିଲ୍ଲା ବଳଙ୍ଗା ଥାନା ବାୟାବର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ନାବାଳିକା ଜଣକ ସାଇକେଲରେ ନିଜ ସାଙ୍ଗ ଘରକୁ ଯାଉଥିବା ସମୟରେ ବାଟରେ ୩ ରୁ ୪ ଜଣ ଯୁବକ ନାବାଳିକାଙ୍କୁ ଅଟକାଇ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ନାବାଳିକା ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା। ଘଟଣା ସ୍ଥଳରେ ବଳଙ୍ଗା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। କିଭଳି ସ୍ଥିତିରେ ଏହି ଘଟଣାଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି ବଳଙ୍ଗା ପୋଲିସ୍। ପୀଡି଼ତା ଜଣକ ଯୁକ୍ତ ଦୁଇର ଯାତ୍ରୀ ହୋଇଥିବା ଜଣାପଡିଛି।

ସେପଟେ, ଏହି ଘଟଣାରେ ଦୋଷୀଙ୍କୁ ତୁରନ୍ତ ଗିରଫ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।  ଏନେଇ ସେ ପ୍ରତିକ୍ରିୟା ରଖୁଛନ୍ତି। ଖବର ଶୁଣି ମୁଁ ବ୍ୟଥିତ ଓ ମର୍ମାହତ। ପୀଡିତାଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି। ପୀଡିତା ପ୍ରାୟ ୭୦ ରୁ ୭୫ ପ୍ରତିଶତ ପୋଡି଼ ଯାଇଥିବା ସୂଚନା ମିଳିଛି। ତାଙ୍କୁ ଟ୍ରମା କେୟାରରୁ ବର୍ଣ୍ଣ ୟୁନିଟକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା ଚାଲିଛି। ଭେଣ୍ଟିଲେଟରରେ ନୁହେଁ, ICUରେ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଛି ବୋଲି ସୂଚନା ଦେଲେ ଏମ୍‌ସ ବର୍ଣ୍ଣ ସେଣ୍ଟର ମୁଖ୍ୟ ସଞ୍ଜୟ ଗିରି ।

 

ସେପଟେ, ଏହି ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଶନିବାର ଏମ୍ସରେ ଦେଖିବାକୁ ମିଳିଥିଲା ବଳଙ୍ଗା ତାତି। ଗୁରୁତର ଅବସ୍ଥାରେ ନାବାଳିକାର ଚିକିତ୍ସା ଚାଲିଥିବାବେଳେ ଆନ୍ଦୋଳନରେ ବସିଥିଲେ ବିଜେଡିର ୩୦ରୁ ଅଧିକ ନେତା ଓ କର୍ମୀ। ନାରାବାଜି ସହ ମୁହାଁମୁହିଁ ହୋଇଥିଲେ ବିଜେପି-ବିଜେଡି-କଂଗ୍ରେସ ।ସେପଟେ,  ବିରୋଧିଙ୍କ ଗହଳି ଭାଙ୍ଗିବା ପାଇଁ ଏମ୍ସରେ ଲାଗାଯାଇଛି ବିଏନଏସ ଧାରା ୧୬୩ । ବର୍ଣ୍ଣ ୱାର୍ଡକୁ କରାଯାଇଛି ନିଷିଦ୍ଧାଞ୍ଚଳ । ଏମ୍ସ ପରିସରରେ ହୋଇପାରିବନି କୌଣସି ଆନ୍ଦୋଳନ କିମ୍ବା ପ୍ରତିବାଦ । 

Read More
{}{}